ଶିକ୍ଷାରେ ଚିଟିଙ୍ଗକୁ ନେଇ ଇମ୍ରାନ ହାସମିଙ୍କ ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’


ବଲିଉଡରେ ସିରିଏଲ କିସର ନାମରେ ଲୋକପ୍ରିୟ ଥିବା ଅଭିନେତା ଇମ୍ରାନ ହାସମି ଏବେ ତାଙ୍କର ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଫିଲ୍ମଟିର ସୁଟିଙ୍ଗ ବର୍ତ୍ତମାନ ଲକ୍ଷେ୍ନø ଚାଲିଛି । ଇମ୍ରାନ ନିଜ ଟ୍ୱିଟରେ ଏହି ଫଟୋକୁ ସେୟାର କରିବା ସହ କ୍ୟାପସନରେ “ନକଲ ମେଁ ହି ଅକଲ ହେ, ‘କ’ଣ ଆପଣ ସହମତ’ ” ଲେଖିଛନ୍ତି ।
ଫିଲ୍ମରେ ଇମ୍ରାନ ହାସମିଙ୍କ ଅପୋଜିଟରେ ଶ୍ରିୟା ଧନୱତି ନଜର ଆସିବେ । ଏହି ଫିଲ୍ମଟି ଆଗାମୀ ବର୍ଷ ଜାନୁଆରୀ ୨୫ରେ ରିଲିଜ ହେବାର ଅଛି । ଏହା ହେଉଛି ଇମ୍ରାନ ହାସମିଙ୍କ ପ୍ରଥମ ହୋମ ପ୍ରଡକ୍ସନ ଫିଲ୍ମ, ଯାହାକି ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ଅଟେ ।
ପ୍ରକାଶଥାଉକି ଏହି ଫିଲ୍ମର ଘୋଷଣା ହେବା ପର ଠାରୁ ଏହା ବିବାଦୀୟପୂର୍ଣ୍ଣ ହୋଇରହିଛି । କାରଣ ଏହି ଫିଲ୍ମ ଉପରେ ଲେଖକ ଦିନେଷ ଗୌତମ ଏବଂ ଅଭିନେତା ଇମ୍ରାନ ଜେଦ ଟି-ସିରିଜ ଓ ଇମ୍ରାନ ହାସମିଙ୍କ ପ୍ରଡକ୍ସନ କମ୍ପାନୀ ଏହି ସ୍କ୍ରିପ୍ଟ ଚୋରି କରିଥିବାର ଅଭିଯୋଗ ଲଗାଇଥିଲେ ।

ଏହି ଫିଲ୍ମଟି ଭାରତରେ ପ୍ରଚଳିତ ହେଉଥିବା ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ଅଟେ ଏବଂ ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥା ଦ୍ୱାରା କିପରି ବେଆଇନ କାମ ବେଧଡକ ଚାଲିଛି ତା ସମ୍ବନ୍ଧରେ ମଧ୍ୟ ଦର୍ଶାଯାଇଛି । ଏହି ଫିଲ୍ମଟିକୁ ଟି-ସିରିଜ ଏବଂ ଆଲପିସ ଏଣ୍ଟରଟେନମେଣ୍ଟ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ।
ଇମ୍ରାନଙ୍କର ଏହି ଫିଲ୍ମ ହିଟ ହେଉ କିମ୍ବା ନ ହଉ, କିନ୍ତୁ ଫିଲ୍ମଟିରେ ବହୁତ ସୁନ୍ଦର ଗୀତ ରହିଛି, ଯାହାକି ଦର୍ଶକ ମନକୁ ନିଶ୍ଚିତ ଛୁଇଁପାରିବ । ଇମ୍ରାନ ହାସମିଙ୍କୁ ଶେଷ ଥରକ ପାଇଁ ‘ବାଦଶାହୋ’ରେ ଅଜୟ ଦେବଗନଙ୍କ ସହିତ ଦେଖିବାକୁ ମିଳିଥିଲା ।


Share It

Comments are closed.