ଏମ୍‌‌କିଓର ଫାର୍ମାସ୍ୟୁଟିକାଲ୍‌‌ସ ଲିମିଟେଡ୍‌‌ର ଇନିସିଆଲ ପବ୍ଲିକ ଅଫର ଜୁଲାଇ ୩ରେ ଖୋଲିବ


ଭୁବନେଶ୍ୱର: ଏମ୍‌‌କିଓର ଫାର୍ମାସ୍ୟୁଟିକାଲ୍‌‌ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଜୁଲାଇ ୨ ତାରିଖ ମଙ୍ଗଳବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ୨୦୨୪ ଜୁଲାଇ ୩ ବୁଧବାର ଦିନ ବିଡ ଦାଖଲ କରିପାରିବେ । ଏହି ଅଫରର ବିଡ ୨୦୨୪ ଜୁଲାଇ ୫ରେ ବନ୍ଦ ହେବ ।
ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୯୬୦ ଟଙ୍କାରୁ ୧୦୦୮ ଟଙ୍କା ମଧ୍ୟରେ ରହିଛି । ନିବେଶକମାନେ ସର୍ବନିମ୍ନ ୧୪ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ପରେ ସେଥିରେ ୧୪ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
କମ୍ପାନି ପକ୍ଷରୁ ନୂଆ ଇକ୍ୱିଟି ସେୟାର ଜାରି କରି ୮୦୦ କୋଟି ଟଙ୍କା ସଂଗ୍ରହ କରାଯିବ ଏବଂ ଅଫର ଫର ସେଲରେ ୧୧,୪୨୮,୮୩୯ ଇକ୍ୱିଟି ସେୟାର ବିକ୍ରି କରାଯିବ । ଅଫର ଫର ସେଲରେ ସତୀଶ ରମଣ ଲାଲ ମେହତା ୪୨୦,୦୦୦ ଇକ୍ୱିଟି ସେୟାର, ନମିତା ବିକାଶ ଥାପର ୧,୨୬୮,୬୦୦ ଇକ୍ୱିଟି ସେୟାର, ସମିତ ସତୀଶ ମେହେତା ୧୦,୦୦୦ ଇକ୍ୱିଟି ସେୟାର ଓ ସୁନିଲ ରଜନୀକାନ୍ତ ମେହତା ୪୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ । ସେହିପରି, ବିସି ଇନଭେଷ୍ଟମେଂଟସ ଆଇ ଲିମିଟେଡ ୭,୨୩୪,୦୮୫ ଇକ୍ୱିଟି ସେୟାର, ଆରଏଚପି ୧,୩୪୨,୫୮୬ ଇକ୍ୱିଟି ସେୟାର, ଅରୁଣ କୁମାର ପୁରୁଷୋତମଲାଲ ଖାନ୍ନା ୩୦୦,୦୦୦ ଇକ୍ୱିଟି ସେୟାର, ଆରଏଚପି ୮୧୩,୫୬୮ ଇକ୍ୱିଟି ସେୟାର ବିକ୍ରି କରିବେ ।
ଯୋଗ୍ୟ କର୍ମଚାରୀମାନଙ୍କ ଲାଗି ୧୦୮,୯୦୦ ଇକ୍ୱିଟି ସେୟାର ସଂରକ୍ଷିତ ରହିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ଯୋଗ୍ୟ କର୍ମଚାରୀମନଙ୍କୁ ଇକ୍ୱିଟି ସେୟାର ପିଛା ୯୦ ଟଙ୍କାର ରିହାତି ପ୍ରଦାନ କରାଯିବ ।
ଏହି ଅଫରରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନିର ପରିଶୋଧ ହୋଇନଥିବାଋଣକୁ ଆଗକୁଆ ପରିଶୋଧ କିମ୍ବା ପୁନଃ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ ।
ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ଏନ୍‌‌ଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ।


Share It

Comments are closed.