ବିଶ୍ୱ ହୃଦୟ ଦିବସ ଅବସରରେ ହୃତପିଣ୍ଡର ସୁରକ୍ଷା ସଂପର୍କିତ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା ଜାଣନ୍ତୁ


ଭୁବନେଶ୍ୱର : ହୃଦୟ ରୋଗ ଏବଂ ତାହାର ଉପଚାର କିପରି କରାଯାଇ ପାରିବ ଏହାର ସମାଧାନ ନିମନ୍ତେ ପ୍ରତି ବର୍ଷ ସେପ୍ଟେମ୍ବର ୨୯ରେ ବିଶ୍ୱ ହୃଦୟ ଦିବସର ପାଳନ କରାଯାଇଥାଏ । ବର୍ତ୍ତମାନ ସମୟରେ ହୃଦ୍ ରୋଗ ପ୍ରତ୍ୟେକ ଭାରତୀୟଙ୍କ ମୁଖ୍ୟ ସମସ୍ୟା ରୂପେ ଜଣାଯାଇଛି ଦୈନଦିନ ଜୀବନ ଆହାର ଓ ପରିବର୍ତ୍ତନ ଶିଳ ଜୀବନ ଶୈଳୀ ଏହାର ମୂଖ୍ୟ କାରଣ । ଆପଣ ଏବଂ ଆପଣଙ୍କ ପରିବାରର ସଦସ୍ୟ ନିଜ ଦୈନଦିନ ଆହାରରେ ଏକ ମୁଠା ଆଲମଣ୍ଡ ସେବନ କରି ଏକ ସୁସ୍ଥ ହୃଦୟର ଆରମ୍ଭ କରନ୍ତୁ ।
ଶୀଲା କୃଷ୍ଣସ୍ୱାମୀ, ପୋଷଣ ଏବଂ କଲ୍ୟାଣ ପରାମର୍ଶଦାତା କହିଛନ୍ତି ଯେ, “ସ୍ୱାସ୍ଥ୍ୟ ହିଁ ସମ୍ପଦ, ନିଜ ହୃଦୟରେ ସନ୍ତୁଳନ ରଖିବା ନିମନ୍ତେ ଆଲମଣ୍ଡର ମୁଖ୍ୟ ଭୂମିକା ରହିଛି । ୨୦୧୫ର ଏକ ଅଧ୍ୟୟନ ଦର୍ଶାଇଥିଲା ଯେ ଜଳଖିଆରେ ଦୈନଦିନ ୪୨ ଗ୍ରାମର ଆଲମଣ୍ଡ ସେବନ ହୃଦ ରୋଗର ସଙ୍କଟ ଦୂର କରିଥାଏ । ପରିପୂଣ୍ଣତାର ଅନୁଭବକୁ ପ୍ରୋତ୍ସାହିତ କରୁଥିବା ଏବଂ ଓଜନ ପରିଚାଳନାରେ ମଧ୍ୟ ସାହାଯ୍ୟ କରୁଥିବା ଆଲମଣ୍ଡ ପ୍ରୋଟିନ୍ ଏବଂ ଫାଇବର’ର ଭଲ ଉତ୍ସ ହୋଇଥିବାରୁ ତାହା ଏକ ଭଲ ବିକଳ୍ପ ଅଟେ ।”


Share It

Comments are closed.