ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ


ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ । ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ତା ଉପରୁ ପରଦା ହଟିଛି। ଯଦିଓ ପୂର୍ବରୁ ଦେବେନ୍ଦ୍ର ଫହନାଭିସ ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଥିଲା, କିନ୍ତୁ ଏବେ ଏକନାତ୍‌ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଖୋଦ ଫଡ଼ନାଭିସ୍‌ ଘୋଷଣା କରିଛନ୍ତି।

ମହାରାଷ୍ଟ୍ରର ରାଜନୈତିକ ଖେଳ ସଂପୂର୍ଣ୍ଣ ରୂପେ ବଦଳିବାକୁ ହେବାକୁ ଯାଉଛି। ଦେବେନ୍ଦ୍ର ଫଡନାଭିସ୍ ଆଜି ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ଯେ, ଏକନାଥ ସିନ୍ଦେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବ। ସେ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କୁ ଅଧିକାଂଶ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି ଏବଂ ବିଜେପି ଓ ଅନ୍ୟ ୧୬ ଜଣ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଆଜି ସନ୍ଧ୍ୟା ୭.୩୦ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ ମୁଁ କ୍ୟାବିନେଟରୁ ବାହାରିବି। ଏବଂ ପରବର୍ତ୍ତି ସମୟରେ ପରେ କ୍ୟାବିନେଟକୁ ବିସ୍ତାର କରାଯିବ।


Share It

Comments are closed.