-୪୦ ଡିଗ୍ରୀ ତାପମାତ୍ରାରେ ରୁହନ୍ତି ଭାରତୀୟ ଯବାନ ଯେଉଁଠାରେ ଅଣ୍ଡା ଭାଙ୍ଗିବାକୁ ନିଆଯାଏ ହାତୁଡ଼ିର ସାହାଯ୍ୟ


ଦିଲ୍ଲୀ ସମେତ ସମଗ୍ର ଉତ୍ତରଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଏପରିକି ଅନେକ ସ୍ଥାନରେ ଏହା ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିସାରିଲାଣି । ଏହି ହାଡ଼ଥରା ଶୀତରେ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନେକଙ୍କ ମୃତ୍ୟୁର ଖବର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଟିକେ ଚିନ୍ତା କରନ୍ତୁ ପର୍ବତର ଶିଖରରେ ଗ୍ଲେସିୟରଠାରେ ମୁତୟନ ଥିବା ଆମ ଦେଶର ଯବାନମାନେ -୪୦ ଡିଗ୍ରୀ ତାପମାତ୍ରାରେ କେମିତି କାମ କରୁଥିବେ ।

ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ ଭାରତୀୟ ସେନାର ତିନିଜଣ ଯବାନଙ୍କର ଭିଡିଓ ବହୁତ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣାଉଛନ୍ତି ଯେ ସେ ଗ୍ଲେସିୟରରେ କିପରି ରହିଥାନ୍ତି । -୪୦ ଡିଗ୍ରୀ ତାପମାତ୍ରାରେ ଆଳୁ, ଅଣ୍ଡା, ଟମାଟ ଆଦି ପଥର ଭଳି ହୋଇଯାଇଥାଏ । ଜୁସ ମଧ୍ୟ ପଥର ଭଳି ହୋଇଯାଇଥାଏ । ରୋହିତ ଅଗ୍ରୱାଲ ଗତ ବର୍ଷ ଡିସେମ୍ବରରେ ଭାରତୀୟ ଯବାନଙ୍କର ଏହି ଭିଡିଓକୁ ଟ୍ୱିଟ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ଏହି ଭିଡିଓଟିରେ ଯବାନମାନେ କହୁଛନ୍ତି ଯେ ଜୁସ, ଆଳୁ ଏବଂ ଅଣ୍ଡାର ଅବସ୍ଥା ସେଠାରେ କିପରି ରହିଛି । ଏମାନଙ୍କ ମଧ୍ୟରୁ ଜଣେ ଯବାନ କହୁଛନ୍ତି ଯେ ଏଠାକୁ ଆସୁଥିବା ଅଣ୍ଡା ପଥର ହୋଇଯାଇଥାଏ । ଏହି ଅଣ୍ଡାକୁ ତଳେ ପିଟିଲେ ମଧ୍ୟ ଏହା ଭାଙ୍ଗେ ନାହିଁ । ଏହାକୁ ଭାଙ୍ଗିବା ପାଇଁ ହାତୁଡ଼ିର ପ୍ରୟୋଗ କରିବାକୁ ପଡ଼ିଥାଏ । ସେଠାରେ ଅଣ୍ଡାକୁ ଏହିଭଳି ଭାବେ ଭାଙ୍ଗି ରୋଷେଇ କରାଯାଇଥାଏ । ସେହିଭଳି ଜୁସର ଗୋଟିଏ ପ୍ୟାକେଟକୁ କାଟି ଦେଖାଯାଉଛି ଯେ କିପରି ତାହା ଇଟା ଭଳି ଜମିଯାଇଛି । ସେ କହିଛନ୍ତି ଯେ ଏହାକୁ ପିଇବା ପାଇଁ ଏହାକୁ ଗରମ କରିବାକୁ ପଡ଼ିଥାଏ । ଏହି ଭିଡିଓରେ ପାଳି ପାଳି କରି ଆଳୁ, ଅଣ୍ଡା ଏବଂ ଟମାଟକୁ ଭାଙ୍ଗି ଦେଖାଉଛନ୍ତି । ରକ୍ତ ଜମାଇଦେବା ଭଳି ଏହି ଥଣ୍ଡାରେ ପିଆଜ କାଟିବା ମଧ୍ୟ ଏକ ବଡ଼ କାମ । ଟ୍ୱିଟ କରାଯାଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮୮ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଯେବେକି ୧୮,୦୦ରୁ ଅଧିକ ଲୋକ ଏହାକୁ ଟ୍ୱିଟ କରିଛନ୍ତି ତପୁଣି ୫୭,୦୦୦ରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି ।


Share It

Comments are closed.