ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ବାଲିଆପାଳରେ ଗ୍ରୀନ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ

ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ପ୍ରକଳ୍ପ ଆଖପାଖ ଅଂଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ


ବାଲିଆପାଳ, ଜୁଲାଇ ୨୪, ୨୦୨୪: ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ (ଟେରି) ସହଯୋଗରେ ବାଲେଶ୍ୱର ଜିଲ୍ଲା ବାଲିଆପାଳଠାରେ ଗ୍ରୀନ୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପ୍ରସ୍ତାବିତ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ପ୍ରକଳ୍ପ ଆଖପାଖରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ପରିବେଶ ଶିକ୍ଷାକୁ ଏଥିରେ ଗୁରୁତ୍ୱ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା, ବାଲିଆପାଳ ବ୍ଲକ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ବାଲେଶ୍ୱରର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଜାରୀ ଦାସ, ଏସଏସପିଏଲର କର୍ପୋରେଟ ସର୍ଭିସେସ ଡିଭିଜିନାଲ ମ୍ୟାନେଜର ବିରଜା ଶଙ୍କର ଦାସ ଏବଂ ଟେରିର ଏକ ଟିମ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପଦକ୍ଷେପ ସମ୍ପର୍କରେ ନିଜ ଖୁସି ବ୍ୟକ୍ତ କରି ଏସପିପିଏଲ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, “ପରିବର୍ତ୍ତନଶୀଳ ବିଶ୍ୱ ଓ ଜଳବାୟୁକୁ ଭଲ ଭାବରେ ବୁଝିବା ନିହାତି ଜରୁରୀ ଅଟେ । ବାଲିଆପାଳରେ ଏହି ଗ୍ରୀନ ସ୍କୁଲ କାର୍ଯ୍ୟକ୍ରମ ଶିକ୍ଷା ଓ ସଚେତନତା ପାଇଁ ବାଟ ଖୋଲିବା ସହ ଆସନ୍ତାକାଲିର ପରିବେଶ ଚାମ୍ପିଅନ୍ ସୃଷ୍ଠି କରିବ ।

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବାଲିଆପାଳ ବାଳିକା ଉଚ୍ଚ ବିଦ୍ୟାଳୟ ଓ ନବରା ବସ୍ତା ବ୍ଲକର ଶମ୍ଭୁନାଥ ବିଦ୍ୟା ପୀଠ ସମେତ ବାଲିଆପାଳ ପ୍ରତାପୁରସ୍ଥିତ ନିଶାମଣି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ଆଦର୍ଶ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି ଯେଉଁଠାରେ ପିଲାମାନେ ସଂରକ୍ଷଣ ଏବଂ ସ୍ଥାୟିତ୍ୱ ଉଦ୍ଦେଶ୍ୟରେ ମଡ୍ୟୁଲ୍ ଏବଂ ସବୁଜ ଅଭ୍ୟାସ ଶିଖିପାରିବେ ଏବଂ ସେଥିରେ ନିୟୋଜିତ ହୋଇପାରିବେ ଯାହା ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଅନୁସରଣ କରିବା ପାଇଁ ଏକ ମାନଦଣ୍ଡ ସ୍ଥିର କରିବ ।

ଏହି ପ୍ରାରମ୍ଭିକ ବିଦ୍ୟାଳୟଗୁଡ଼ିକର ସଫଳତା ସମଗ୍ର ଜିଲ୍ଲାରେ ସବୁଜ ବିଦ୍ୟାଳୟ କାର୍ଯ୍ୟକ୍ରମର ବ୍ୟାପକ ଭାବେ ବିସ୍ତାର କରିବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମ କେବଳ ଏକ ଶିକ୍ଷଣୀୟ ପଦକ୍ଷେପ ନୁହେଁ; ଏହା ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଅଭିଯାନ ।

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଟେରି ସହଯୋଗରେ ୨୦୧୭ ଏପ୍ରିଲରେ ଆରମ୍ଭ ହୋଇଥିବା ଗ୍ରୀନ୍ ସ୍କୁଲ କାର୍ଯ୍ୟକ୍ରମରେ ଦୁର୍ବଳ ସମୁଦାୟମଧ୍ୟରେ ସଂରକ୍ଷଣ ଏବଂ ସ୍ଥାୟିତ୍ୱ ନିର୍ମାଣ ଦିଗରେ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପାଠ୍ୟକ୍ରମ ସଂଯୋଗର ଅନୁସନ୍ଧାନ, କାର୍ଯ୍ୟ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଏବଂ ଦକ୍ଷତା ବିକାଶ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଉନ୍ନତ ଦକ୍ଷତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ଯାହା ସେମାନଙ୍କ ଜ୍ଞାନକୁ ବୃଦ୍ଧି କରିବ ଏବଂ ପରିବେଶ ଅନୁକୂଳ ଆଚରଣକୁ ପ୍ରୋତ୍ସାହିତ କରିବ ।


Share It

Comments are closed.