ଏଡେଲୱିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ‘ଏଡେଲୱିସ ବିଜ୍‌ନେସ ସାଇକେଲ ଫଣ୍ଡ୍‌’ ଉନ୍ମୋଚିତ


ଭୁବନେଶ୍ୱର, ୯ ଜୁଲାଇ ୨୦୨୪: ଭାରତର ଅନ୍ୟତମ ଦ୍ରୁତ-ଅଭିବୃଦ୍ଧିଶୀଳ ଏଏମ୍‌ସି ଏଡେଲୱେଜ ଆସେଟ ମ୍ୟାନେଜମେଂଟ ଲିମିଟେଡ (ଇଏଏମ୍‌ସି / ଇଏମ୍‌ଏଫ୍‌) ପକ୍ଷରୁ ଏଡେଲୱିସ ବିଜ୍‌ନେସ ସାଇକେଲ ଫଣ୍ଡ୍ ଲଂଚ୍ କରାଯାଇଛି । ଏହି ନୂଆ ଓପନ୍‌-ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ସବ୍‌ସ୍କ୍ରିପଶନ ପାଇଁ ଜୁଲାଇ ୯ ତାରିଖ ୨୦୨୪ରୁ ଜୁଲାଇ ୨୩ ତାରିଖ ୨୦୨୪ ପର୍ଯ୍ୟନ୍ତ ଖୋଲା ରହିବ , ଯାହା ବଜାର ସୁଯୋଗଗୁଡିକୁ ପ୍ରଭାବୀ ରୂପେ ହାସଲ କରିବା ପାଇଁ ଡିଜାଇନ କରାଯାଇଥିବା ଏକ ବ୍ୟବସାୟ-ଚକ୍ର ଆଧାରିତ ନିବେଶ ବିଷୟବସ୍ତୁକୁ ନିୟୋଜିତ କରିଛି ।
ଏଡେଲୱିସ ବିଜ୍‌ନେସ ସାଇକେଲ ଫଣ୍ଡ୍ ଗୁଣବତା, ଅଭିବୃଦ୍ଧି ଓ ମୂଲ୍ୟଯୁକ୍ତ ଷ୍ଟକ୍‌ର ପ୍ରତିନିଧିତ୍ୱ କରୁଥିବା ୩ଟି ବାସ୍କେଟ ସୃଷ୍ଟି କରିବା ପାଇଁ ଏକ କାରକ ବିନିଯୋଗକାରୀ ଆଭିମୁଖ୍ୟର ଉପଯୋଗ କରୁଛି । ଏଭଳି ୩ଟି ବାସ୍କେଟରେ ବିବିଧକରଣ କରି ଏହି ଫଣ୍ଡ୍ କୌଣସି ଗୋଟିଏ କାରକର ଚକ୍ରୀୟ ବା ଆବର୍ତନୀୟ କ୍ଷମତାକୁ ହ୍ରାସ କରିଥାଏ, ଏହି ଫଣ୍ଡ ସର୍ବୋଚ୍ଚ ସକ୍ରିୟ ଷ୍ଟକ୍‌ଗୁଡିକୁ ଚୟନ କରିଥାଏ, ଯାହାଫଳରେ ୫୦-୬୦ ଷ୍ଟକ୍‌ର ଏକ ବିବିଧ ପୋର୍ଟଫୋଲିଓ ମିଳିଥାଏ । ଏହି ଫଣ୍ଡ୍ ଭିନ୍ନ ଭିନ୍ନ ସମୟ ଅବଧିରେ କ୍ଷେତ୍ରଗୁଡିକ ମଧ୍ୟରେ ଗତିଶୀଳ ଭାବେ ଘୂର୍ଣ୍ଣନ କରିଥାଏ, ବାଧାହୀନ ଭାବେ କ୍ଷେତ୍ରଗୁଡିକରେ ପ୍ରବେଶ କରିବା ଓ ବାହାରିବା ପାଇଁ ଗତି ସହ ମୌଳିକତାକୁ ମିଶ୍ରଣ କରିଥାଏ, ଯାହାଫଳରେ ସର୍ବୋତମ ଆଲ୍‌ଫା ସୃଷ୍ଟି ହୋଇଥାଏ ।
ଏହି ଲଂଚ୍ ଅବସରରେ ଏଡେଲୱେଜ ମ୍ୟୁଚୁଆଲ ଫଣ୍ଡ୍‌ର ଏମ୍‌ଡି ଓ ସିଇଓ ରାଧିକା ଗୁପ୍ତା କହିଛନ୍ତି, “ଏଡେଲୱିସ୍ ବିଜ୍‌ନେସ ସାଇକେଲ ଫଣ୍ଡ ଏକ ଡାଇନାମିକ ସେକ୍ଟର ରୋଟେଶନକୁ କାର୍ଯ୍ୟକାରୀ କରି ନିବେଶକଙ୍କୁ ଏକ ସୁବିଧାଜନକ ଓ ସ୍ୱତନ୍ତ୍ର ସମାଧାନ ପ୍ରଦାନ କରୁଛି । ଏହି ରଣନୀତି ସକ୍ରିୟ ଭାବେ କ୍ଷେତ୍ରଗୁଡିକର ପ୍ରବେଶ ଓ ପ୍ରସ୍ଥାନ ସମୟର ସାଧାରଣ ଆହ୍ୱାନଗୁଡିକୁ ଦୂର କରିଥାଏ, ଯାହା ସହ ନିବେଶକମାନେ ପ୍ରାୟତଃ ସଂଘର୍ଷ କରିଥାନ୍ତି । ଅନେକ ବର୍ଷ ହେବ ଭାରତରେ ଗତି ସର୍ବୋତମ ପ୍ରଦର୍ଶନକାରୀ କାରକ ରହିଆସିଛି ଏବଂ ଯେତେବେଳେ ଏହାକୁ ଅନ୍ୟ ମୌଳିକ କାରକଗୁଡିକ ସହ ଏକତ୍ରିତ କରାଯାଇଛି ଏହା ଦୀର୍ଘାବଧି ଆଲ୍‌ଫା ସୃଷ୍ଟି କରିବାରେ ଉଚ୍ଚ ଫଳପ୍ରଦ

ପ୍ରମାଣିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଓ ମାର୍କେଟ କ୍ୟାପ୍‌ରେ ନିବେଶ କରି ଏହି ଫଣ୍ଡ୍ ଏକ ଦୀର୍ଘାବଧି ଗୁରୁତ୍ୱ ସହିତ ମୂଳ ଆବଂଟନ ପାଇଁ ଏକ ମଜବୁତ ସମାଧାନ ପ୍ରଦାନ କରୁଛି ।”
ଏହି ଫଣ୍ଡ୍‌କୁ ଫ୍ୟାକ୍ଟର ଇନ୍‌ଭେଷ୍ଟିଂ-କୋ-ହେଡ୍ ଭାରତ ଲାହୋଟି ଏବଂ ଫ୍ୟାକ୍ଟର ଇନ୍‌ଭେଷ୍ଟିଂ- କୋ-ହେଡ୍ ଭାବେଶ ଜୈନ ମିଳିତ ଭାବେ ପରିଚାଳନା କରିବେ ।


Share It

Comments are closed.