ୟେସ ବ୍ୟାଙ୍କ ମନି ଲ୍ୟାଣ୍ଡ୍ରିଙ୍ଗ ମାମଲାରେ ଅନିଲ ଅମ୍ବାନୀଙ୍କୁ ସମନ ପଠାଇଲା ଇଡି


ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଏବଂ ଅନ୍ୟଙ୍କ ବିରୋଧରେ ମିନି ଲ୍ୟାଣ୍ଡ୍ରିଙ୍ଗ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୋମବାର ଦିନ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ପଠାଯାଇଛି ।
ମିଳିଥିବା ସୂଚନା ମୁତାବକ, ଅମ୍ବାନୀ ତଦନ୍ତ ଏଜେନ୍ସିଙ୍କ ଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ଛୁଟି ଆବେଦନ କରିଥିବାବେଳେ ତାଙ୍କ ପାଇଁ ଏକ ନୂଆ ତାରିଖ ମଧ୍ୟ ଜାରି କରାଯାଇପାରେ । ରିଲାଏନ୍ସ ଗ୍ରୁପର କମ୍ପାନୀ ଗୁଡିକ ପ୍ରାୟ ୧୨, ୮୦୦ କୋଟି ଟଙ୍କାର ଧାରନେଇଥିବାବେଳେ, ଯାହାକି ବର୍ତ୍ତମାନ ଏନପିଏ ହୋଇଯାଇଛି ।
ପ୍ରକାଶ ଥାଉକି, ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୬ ମାର୍ଚ୍ଚରେ ସାମ୍ବାଦିକ ସମ୍ମୀଳନୀ ଜରିଆରେ କହିଥିଲେ ଯେ, ଅନିଲ ଅମ୍ବାନୀ ଗ୍ରୁଫ, ଏସେଲ , ଆଇଏଚଏଫଏଲ ଏବଂ ଭୋଡାଫୋନ ଆଦି ଗ୍ରୁପ ବ୍ୟାଙ୍କରୁ ଲୋନ ନେଇଥିଲେ ।
ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସମସ୍ତ କମ୍ପାନୀ ଗୁଡିକଙ୍କ ପ୍ରମୋଟର୍ସଙ୍କୁ ପଚରାଉଚରା ପାଇଁ ଡକାଯାଇଛି, ଯେଉଁମାନେ କି ଧାର ନେଇ ଟଙ୍କା ଫେରସ୍ତ କରି ନାହାନ୍ତି ।


Share It

Comments are closed.