ଇକୋସ (ଇଣ୍ଡିଆ) ମୋବିଲିଟି ଆଣ୍ଡ ହସ୍ପିଟାଲିଟି ଲିମିଟେଡର ଆଇପିଓ ୨୦୨୪ ଅଗଷ୍ଟ ୨୮ରେ ଖୋଲିବ


ଭୁବନେଶ୍ୱର: ଇକୋସ (ଇଣ୍ଡିଆ) ମୋବିଲିଟି ଆଣ୍ଡ ହସ୍ପିଟାଲିଟିର ଇନିସିଆଲ ପବ୍ଲିକ ଅଫର (ଆଇପିଓ) ବିଡ ୨୦୨୪ ଅଗଷ୍ଟ ୨୮ ବୁଧବାର ଦିନ ଖୋଲିବ। ଏହି ଅଫରରେ ୧୮,୦୦୦,୦୦୦ ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରାଯିବ। ଆଙ୍କର ନିବେଶକମାନେ ୨୦୨୪ ଅଗଷ୍ଟ ୨୭ରେ ବିଡ ଦାଖଲ କରିପାରିବେ। ଏହି ଇସ୍ୟୁର ଅଫର ୨୦୨୪ ଅଗଷ୍ଟ ୩୦,ଶୁକ୍ରବାର ବନ୍ଦ ହେବ।
ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୩୧୮ ଟଙ୍କାରୁ ୩୩୪ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୪୪ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ପରେ ସେଥିରେ ୪୪ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଅଫର ଫର ସେଲରେ ରାଜେଶ ଲୋମ୍ବାଙ୍କ ତରଫରୁ ୯,୯୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ଆଦିତ୍ୟ ଲୋମ୍ବା ୮,୧୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରିବେ। କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଇକ୍ୱିରସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ଓ ଆଇଆଇଏଫଏଲ ସିକ୍ୟୁରିଟିଜ ଲିମିଟେଡ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ଆବଂଟନ କରାଯିବ। ତାହାର ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ଦେଶର ମ୍ୟୁଚୁଆଲ ଫଣ୍ଡ ପାଇଁ ରଖାଯିବ। ଏହାଠାରୁ ଅଧିକ ଇକ୍ୱିଟି ସେୟାର ରହିଲେ ଆଙ୍କର ନିବେଶକଙ୍କୁ ଜାରି କରାଯିବ। ଯଦି ଆଙ୍କର ନିବେଶକଙ୍କ ଦ୍ୱାରା ସବସ୍କ୍ରିପସନ ହେବ ନାହିଁ ତେବେ ତାହାକୁ ନେଟ କ୍ୟୁଆଇବି ଭାଗରେ ଯୋଡ଼ାଯିବ।
ନେଟ କ୍ୟୁଆଇବିର ୫ ପ୍ରତିଶତ ରାଶିକୁ ସମାନୁପାତିକ ଭିତିରେ ଅଣ ସଂସ୍ଥାଗତ ନିବେଶକମାନଙ୍କୁ ଜାରି କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଭାଗର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଭ୍କ ଲାଗି ଆବଂଟନ କରାଯିବ।


Share It

Comments are closed.