ଗମ୍ଭୀରଙ୍କୁ କାରଣ ଦର୍ଶାଆ ନୋଟିସ ପଠାଇଲା ନିର୍ବାଚନ କମିଶନ


ପୂର୍ବ ଦିଲ୍ଲୀର ବିଜେପି ସାଂସଦ ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କୁ ନିର୍ବାଚନ କମିଶନ ପକ୍ଷରୁ କାରଣ ଦର୍ଶାଆ ନୋଟିସ ଜାରି କରାଯାଇଛି । ପୂର୍ବରୁ ଗୌତମ ବିଜ୍ଞାପନରେ ଏକ କ୍ରିକେଟ ଆପକୁ ପ୍ରମୋଟ କରୁଥିବା ଅଭିଯୋଗ ଆସିଥିଲା । ପୂର୍ବ ଦିଲ୍ଲୀ ନିର୍ବାଚନ କମିଶନ ପକ୍ଷରୁ ଜାରୀ କରାଯାଇଥିବା ନୋଟିସରେ ଏହା କୁହାଯାଇଛି ଯେ, “ଗତ ୨୬ ତାରିଖରେ ଏକ ଦୈନିକି ଖବରକାଗଜରେ ପ୍ରକାଶ ପାଇଥିବା ଏକ ବିଜ୍ଞାପନରେ ଗୌତମ କ୍ରିକେଟ ଗେମ ଆପ ‘କ୍ରିକ ପ୍ଲେ’କୁ ପ୍ରମୋଟ କରିଥିବାର ଅଭିଯୋଗ ଅଣାଯାଇଥିଲା ।”
ନିର୍ବାଚନ କମିଶନ ଗମ୍ଭୀରଙ୍କୁ ୨ ମେ ଭିତରେ ଜବାବ ମାଗିଛନ୍ତି । ଯଦି ଗମ୍ଭୀର ନିର୍ଦ୍ଧିଷ୍ଠ ସମୟ ଭିତରେ ଜବାବ ନଦେଇ ପାରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉକି ଗମ୍ଭୀର ନାମାଙ୍କନ ପତ୍ର ଦାଖଲ କରିବା ପର ଠାରୁ ତାଙ୍କର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୂର୍ବରୁ ଗମ୍ଭୀରଙ୍କ ବିରୋଧରେ ‘ଆପ’ ପ୍ରାର୍ଥୀ ଆତିଶି ଏକ ଗୁରୁତର ଅଭିଯୋଗ ଆଣିଥିଲେ । ପୂର୍ବରୁ ଆତିଶି, ଗମ୍ଭୀରଙ୍କ ନାମରେ ଦୁଇଟି ଭୋଟର କାର୍ଡ ଥିବାର ଅଭିଯୋଗ ଆଣିଥିଲେ ।


Share It

Comments are closed.