ଆଜି ଘୋଷଣା ହେବ ଗୁଜରାଟ ଓ ହିମାଚଳପ୍ରଦେଶର ନିର୍ବାଚନ ତାରିଖ


ଭାରତୀୟ ନିର୍ବାଚନ କମିଶନ ଆଜି ଅପରାହ୍ନ ୩ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । କୁହାଯାଉଛି କି ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ସୂଚନା ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଦୁଇ ରାଜ୍ୟରେ ନିର୍ବାଚନ ନେଇ ଅଟକଳ କରାଯାଉଥିଲା । ଏଭଳି ସ୍ଥିତିରେ ଏହି ଦୁଇ ରାଜ୍ୟରେ ନିର୍ବାଚନ ତାରିଖକୁ ନେଇ ଆଜି ସମସ୍ତଙ୍କ ନଜର ରହିଛି ।

୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନର ୧୯୮ସିଟ୍ ଲାଗି ଦୁଇ ଚରଣରେ ନିର୍ବାଚନ ହୋଇଥିଲା । ଉକ୍ତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୯୯ସିଟ୍‌ ପାଇଥିବାବେଳେ କଂଗ୍ରେସ ୭୭ସିଟରେ ବିଜୟ ଲାଭ କରିଥିଲା । ଏନସିପିର ୧, ଭାରତୀୟ ଟ୍ରାଇବଲ ପାର୍ଟିକୁ ୨ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ୩ସିଟରେ ବିଜୟ ମିଳିଥିଲା । ଏହାପୂର୍ବରୁ ୨୦୧୨ରେ ହୋଇଥିବା ନିର୍ବାଚନରେ ବିଜେପିକୁ ୧୧୫ସିଟ ମିଳିଥିଲା, ଯାହାକି କଂଗ୍ରେସକୁ ୬୧ସିଟରେ ବିଜୟୀ ମିଳିଥିଲା । ସେହିଭଳି ହିମାଚଳ ପ୍ରଦେଶରେ ନଭେମ୍ବର ୨୦୧୭ରେ ୬୮ସିଟ୍‌ରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ବିଜେପିକୁ ୪୪ସିଟ୍‌ରେ ବିଜୟ ମିଳିଥିଲା ଯାହାକି କଂଗ୍ରେସ ଖାତାରେ ୨୧ଟି ସିଟ୍ ଆସିଥିଲା । ତିନୋଟି ଆସନରେ ଅନ୍ୟ ଦଳର କବ୍ଜା ରହିଥିଲା । ଭୋଟ ପର୍ସେଣ୍ଟେଜର କଥା କହିଲେ ବିଜେପିକୁ ପ୍ରାୟ ୪୮.୮ପ୍ରତିଶତ ଭୋଟ ମିଳିଥିଲା ଯାହାକି କଂଗ୍ରେସକୁ ରାଜ୍ୟରେ ୪୧.୭ପ୍ରତିଶତ ଭୋଟ ମିଳିଥିଲା ।


Share It

Comments are closed.