ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରୁଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ ହୋଇପାରେ ଆପଣଙ୍କ ଏହି ସମସ୍ୟା


ଶରୀରରେ ଲୁଣର ମାତ୍ରା ଅଧିକା ହେଲେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଏହା ହାଇ ବ୍ଲଡ୍‌ ପ୍ରେସରର କାରଣ ହୋଇଥାଏ । ଏଥିପାଇଁ ହାଇପରଟେନସନ ବା ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କୁ ସତର୍କତାର ସହ ଏହାର ବ୍ୟବହାର କରିବା ଉଚିତ୍‌ । ଖାଲି ଏତିକି ନୁହେଁ , ଲୁଣ କିଡନୀ ସହ ଜଡ଼ିତ ଅନେକ ରୋଗର ମଧ୍ୟ କାରଣ ହୋଇପାରେ । କିଛି ଅଧ୍ୟୟନ ମୁତାବିକ୍‌ ଲୁଣରୁ ଇମ୍ୟୁନି ସିଷ୍ଟମ ମଧ୍ୟ ଖରାପ ହୋଇଥାଏ ।

ଯଦି ଆପଣ ଖାଦ୍ୟରେ ଲୁଣ ଅଧିକ ବ୍ୟବହାର କରିବାକୁ ପସନ୍ଦ କରନ୍ତି ବା ଅଧିକ ଲୁଣ ଖାଆନ୍ତି ତ ସାବଧାନ ହୋଇ ଯାଆନ୍ତୁ । ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍‌ ଇଣ୍ଡିଆ ( ଏଫ୍‌ଏସ୍‌ଏସ୍‌ଏଆଇ) ଖାଦ୍ୟରେ ଲୁଣର ମାତ୍ରାକୁ କଣ୍ଟ୍ରୋଲ କରିବା ପାଇଁ କିଛି ଉତ୍ତମ ଉପାୟ କହିଛନ୍ତି । ହାଇ ବ୍ଲଡ୍‌ ପ୍ରେସର ବା କିଡନୀ ରୋଗରୁ ରକ୍ଷା ପାଇବା ପାଇଁ ଏହା ବହୁତ ଫଳପ୍ରଦ ହୋଇପାରେ। ଖାଇବାରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିବା ପରିବର୍ତ୍ତେ ସିଜନ୍‌ରେ ମିଳୁଥିବା ଦ୍ୱିତୀୟ ବିକଳ୍ପକୁ ଖୋଜନ୍ତୁ। ଆପଣ ଲୁଣ ସ୍ଥାନରେ ଲେମନ ପାଉଡ଼ର ମ୍ୟାଙ୍ଗୋ ପାଉଡ଼ର ( ଆମ୍ୱର ପେଶା ଯାଇଥିବା ଚୂର୍ଣ୍ଣ ), ଜୁଆଣୀ ଓ ଗୋଲମରିଚ ଆଦି ବ୍ୟବହାର କରିପାରିବେ।

ଏଫ୍‌ଏସ୍‌ଏସ୍‌ଏଆଇ ନିଜର ଟ୍ୱିଟ୍‌ରେ ଲେଖିଛି ,ଖାଦ୍ୟ ପ୍ରସ୍ତୁତ ବେଳେ ମଝିରେ ଲୁଣ ପକାଇବା ବଦଳରେ , ଶେଷରେ ଲୁଣ ପକାନ୍ତୁ । ଏହି ପ୍ରକାରରେ ଆପଣ ଖାଦ୍ୟ ପ୍ରସ୍ତୁତ ପ୍ରକ୍ରିୟାରେ କମ୍‌ ଲୁଣର ଉପଯୋଗ କରିପାରିବେ । ଅନେକ ସମୟରେ ଦେଖିବାକୁ ମିଳେ ଲୋକେ ଲଞ୍ଚ-ଡିନରରେ ଖାଇବା ସହ ପାମ୍ପଡ଼ , ଚଟନୀ ବା ନମକିନ୍‌ ସହ ଖାଇଥାନ୍ତି । ଏହି ସବି ଜିନିଷରେ ଲୁଣର ମାତ୍ରା ଅଧିକ ଥାଏ । ଏହା ସତ ଯେ ଜିଭକୁ ସ୍ୱାଦଯୁକ୍ତ ଲାଗିଥାଏ , ହେଲେ ବ୍ଲଡ୍‌ ପ୍ରେସର ପାଇଁ କ୍ଷତିକାରକ। ଏଥିପାଇଁ ଏହାର କମ୍‌ ବ୍ୟବହାର କରନ୍ତୁ। କିଛି ଲୋକ ପନିପରିବା ବ୍ୟତୀତ ଖାଦ୍ୟର ଅନେକ ଜିନିଷରେ ଅତି ମାତ୍ରାରେ ଲୁଣ ପକାଇଥାନ୍ତି । ଦୋସା , ରୁଟି , ରାଇସ୍‌, ପୁରି ଓ ସାଲାଡରେ ବିନା ଲୁଣ ପକାଇ ମଧ୍ୟ ଖାଇପାରିବେ । ଏହସବୁ ଜିନିଷରେ ଲୁଣ ମିଶାଇଲେ , ଏହାର ପ୍ରାକୃତିକ ଗୁଣ କମିଯାଏ । ଏହାସହ ମଧ୍ୟ ପଢ଼ିପାରିବେ – ଶୀତ ଦିନେ କିସମିସ୍ ଖାଇବା ଖୁବ୍ ଲାଭଦାୟକ, ଏହି ସବୁ ରୋଗରୁ ମିଳିବ ଉପଶମ


Share It

Comments are closed.