ଉତ୍ତମ ନିଦ୍ରା ପାଇଁ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ହବୁ ଜିନିଷ

ଦିନଯାକ ପରିଶ୍ରମ ପରେ ରାତିରେ ସଠିକ ପରିମାଣରେ ନିଦ ହେବା ନିତାନ୍ତ ଆବଶ୍ୟକ। ତେବେ ଶୋଇବା ପୂର୍ବରୁ ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି,ଯାହାର ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହେବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ।
ପୋଟାସିୟମ ଓ ମେଗ୍ନିସିୟମରେ ଭରପୁର ଥିବା କଦଳୀ ମାଂସପେଶୀକୁ ଆରାମ ଦେବାରେ ସହାଯ୍ୟ କରିଥାଏ। ଏହାସହ ଆପଣଙ୍କୁ ଅଧିକ ଆରାମ ଅନୁଭବ ମଧ୍ୟ କରାଯାଇଥାଏ। ତେଣୁ ଉତ୍ତମ ନିଦ ହୋଇଥାଏ। ମାତ୍ର ସବୁଜ ଚୋପା ଥିବା ପାଚିଲା କଦଳୀ ଖାଇବା ଅଧିକ ଲାଭଦାୟକ।

ଅନେକ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରୁ ବାଦାମ ଗୋଟିଏ। ଏହା ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ। ବାଦାମରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। ଯାହା ଶରୀରକୁ ଶାନ୍ତ କରିବା ସହ ମାଂସପେଶୀକୁ ଆରାମ ପ୍ରଦାନ କରିବାରେ ସହାୟକ ହୋଇଥାଏ।
ଏହାସହ ଅଖରୋଟର ମଧ୍ୟ ସେବନ କରିପାରିବେ।

ଦହିରେ ମଧ୍ୟ ପ୍ରଚୁର ମାତ୍ରାରେ ଭିଟାମିନ ଡି ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ତେଣୁ ଅଳ୍ପ ପରିମାଣରେ ଦହିର ମଧ୍ୟ ସେବନ କରନ୍ତୁ। ଏହାଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ।

ପାଳଙ୍ଗ ଶାଗରେ ବିଭିନ୍ନ ଭିଟାମିନ ସହ ବହୁ ପୋଷକ ତତ୍ତ୍ୱ ରହିଛି। ଏହାର ସେବନ ଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ।
ଜାଇଫଳ ଶିରାପ୍ରଶିରାକୁ ଆରାମ ପ୍ରଦାନ କରିବା ସହ ଏହା

ସେରୋଟୋନିନ ପ୍ରସ୍ତୁତ କରି ଆରାମ ଦାୟକ ନିଦ ହେବାରେ ସହାୟକ ହୋଇଥାଏ। ଏହାକୁ ଅଳ୍ପ ମାତ୍ରାରେ ଉଷୁମ କ୍ଷୀରରେ ମିଶାଇ ପିଇ ପାରିବେ।

କନ୍ଦମୂଳ ରାତ୍ରି ଭୋଜନରେ ସାମିଲ କରିବା ଖୁବ ଉପକାରୀ। ଏଥିରେ ପୋଟାସିୟମ, ମେଗ୍ନିସିୟମ, କ୍ୟାଲସିୟମ ଆଦି ଭରପୁର ମାତ୍ରାରେ ରହିଛି। ଏଥିରେ ଥିବା ଖଣିଜ ଶିରାପ୍ରଶିରାକୁ ଶାନ୍ତ ରଖିବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ।

Comments are closed.