ପ୍ରତିଦିନ ସକାଳୁ ଖାଲିପେଟରେ ଖାଆନ୍ତୁ ଗଜାବୋଟ, ପାଇବେ ଅନେକ ଫାଇଦା


ପ୍ରତିଦିନ ସକାଳେ ଭିଜା ବାଦାମ ଖାଇବା ବେଶ୍ ଲାଭଦାୟକ । ମାତ୍ର ଭିଜା ବାଦାମଠାରୁ ଗଜା ବୋଟ ଅଧିକ ଲାଭଦାୟକ ହୋଇଥାଏ । ଶସ୍ତାରେ ମିଳୁଥିବା ଏହି ଗଜା ବୋଟରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, ଫାଇବର, କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ସ ଭରପୁର ମାତ୍ରାରେ ରହିଛି । ଗଜା ବୋଟରେ କ୍ଲୋରୋଫିଲ, ଭିଟାମିନ୍ ଏ, ବି, ସି, ଡି ଏବଂ କେ, ଫସଫରସ, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ମିନେରାଲସ ରହିଛି । ରାତିସାରା ଭିଜାଇ ସକାଳେ ଚଣା ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହେ ।

ରୋଗ ପ୍ରତିରୋଧକ ଶକ୍ରି ବଢିଥାଏ-

ଚଣାରେ ଭିଟାମିନ୍, ମିନେରାଲ୍ସ, କ୍ଲୋରୋଫିଲ୍ ଏବଂ ଫସଫରସ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଯାହା ଫଳରେ ପ୍ରତିଦିନ ଭିଜା ବୋଟ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଡାଏବେଟିସ୍ ପାଇଁ ଲାଭଦାୟକ-

ଡାଏବେଟିସ୍ ରୋଗୀ ପ୍ରତିଦିନ ସକାଳେ ୨୫ ଗ୍ରାମ୍ ଭିଜା ବୋଟ ଖାଇବା ଲାଭଦାୟକ ହୋଇଥାଏ । ଖାଲି ପେଟରେ ଖାଇଲେ ଡାଏବେଟିସ୍ ରୁ ଆରାମ ମିଳିଥାଏ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି-

ବୋଟ ଡାଲିରେ ଥିବା ଫାଇବର ପାଚନ ପାଇଁ ଲାଭଦାୟକ ହୋଇଥାଏ । ପେଟ ଦରଜ ଓ କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଚଣାରେ ଅଦା, ଜିରା ଏବଂ ଲୁଣ ମିଶାଇ ଖାଆନ୍ତୁ । ଏହାଦ୍ବାରା ପେଟ ଦରଜ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଶକ୍ତି ମିଳିଥାଏ-

ପ୍ରତିଦିନ ସକାଳେ ବୋଟରେ ଲେମ୍ବୁ, ଅଦା, ଲୁଣ, ଗୋଲମରିଚ ମିଶାଇ ଖାଇଲେ ଶରୀର ସୁସ୍ଥ ରହିଥାଏ । ଏହାସହ ଦିନରେ କାମ କରିବା ପାଇଁ ଶକ୍ତି ମିଳିଥାଏ ।

ସୁସ୍ଥ ରହିବ ଶରୀର-

ପୁରୁଷଙ୍କଠାରେ ଥିବା କୌଣସି ଦୁର୍ବଳତା ପାଇଁ ଚଣା ବେଶ୍ ଲାଭଦାୟକ । ପ୍ରତିଦିନ ସକାଳେ ଭିଜା ବୋଟ ଖାଇଲେ ଏହା ଶରୀରକୁ ସୁସ୍ଥ ରଖିବା ସହ ଶକ୍ତି ପ୍ରଦାନ କରିଥାଏ ।

ଆଇରନ୍ ସମସ୍ୟା ଦୂର ହେବ-

ଶରୀରରେ ଆଇରନ୍ କମ୍ ଥିଲେ ବୋଟ ଖାଇବା ଦ୍ବାରା ତାହା ଦୂର ହୋଇଥାଏ । ଚଣା ଖାଇବା ଦ୍ବାରା ଏନିମିଆ ସମସ୍ୟା ମଧ୍ୟ ଦୂର ହୋଇଥାଏ ।


Share It

Comments are closed.