ଚଳିତ ପାର୍ବଣ ଋତୁରେ ଭାରତ ସହିତ ଇଣ୍ଡିଆକୁ ଯୋଡିଛି ଇକମର୍ସ


ଭୁବନେଶ୍ୱର : ଚଳିତ ପାର୍ବଣ ଋତୁରେ ଫ୍ଲିପ୍‌କାର୍ଟ ଗ୍ରାହକଙ୍କ ପାଇଁ ମୂଲ୍ୟ ଏବଂ ସେଲର୍‌, ଏମ୍‌ଏସ୍‌ଏମ୍‌ଇ ଓ କାରିଗରମାନଙ୍କ ପାଇଁ ପ୍ରଗତି ଓ ଅଭିବୃଦ୍ଧିକୁ ପରିଚାଳନା କରିବା ନେଇ ନିଜର ପ୍ରତିଶ୍ରୁତି ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ବିଗ୍ ବିଲିୟନ ଡେଜ୍ ସେଲ୍‌ର ପ୍ରଥମ ଦିନରେ ଭାରତ କିଭଳି ଦ୍ରୁତ ଗତିରେ ଡିଜିଟାଇଜେଶନକୁ ଗ୍ରହଣ କରୁଛି ତାହାକୁ ଦର୍ଶାଉଥିବା କିଛି ପ୍ରାରମ୍ଭିକ ସୂଚକ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ବର୍ଗରେ ଟିୟର ୩ ସହରଗୁଡିକରୁ ୫୦% ନୂତନ ଗ୍ରାହକ ଆସିଛନ୍ତି । ହୋମ୍ କ୍ୟାଟାଗୋରୀ ନୂତନ ଗ୍ରାହକଙ୍କ କ୍ଷେତ୍ରରେ ୫୩% ବୃଦ୍ଧି ଦେଖିବାକୁ ପାଇଥିବା ବେଳେ ବୃହତ୍ ଆପ୍ଲାଏନ୍ସେସ୍ ଓ ବିଜିଏମ୍ (ବିୟୁଟି ଆଣ୍ଡ ଜେନେରାଲ ମର୍ଚ୍ଚାଣ୍ଡାଇଜ୍‌) କ୍ଷେତ୍ରରେ ନୂତନ ଗ୍ରାହକଙ୍କ ସଂଖ୍ୟାରେ ପ୍ରତ୍ୟେକ ପାଖାପାଖି ୫୦% ବୃଦ୍ଧି ଦେଖିଛନ୍ତି ଏବଂ ଏସମସ୍ତ ଗ୍ରାହକ ଟିୟର ୩ ସହରର ଅଟନ୍ତି । ଏମ୍‌ଏସ୍‌ଏମ୍‌ଇଗୁଡିକ ଚଳିତ ପାର୍ବଣ ଋତୁରେ ଟିୟର ୨ ସହର ଓ ଏହା ବାହାରର ସେଲର୍‌ଙ୍କ ସହିତ ପୁଣିଥରେ ବିକାଶପଥକୁ ଫେରିଛନ୍ତି ଏବଂ ଇକମର୍ସରେ ଅଭିବୃଦ୍ଧି ହାସଲ କରିଛନ୍ତି ।
ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇଗୁଡିକ ଦେଶବ୍ୟାପୀ ୨୫,୫୦୦ରୁ ଅଧିକ ପିନ୍‌କୋଡ୍‌ରୁ ଚାହିଦା ଆସୁଥିବାର ଲକ୍ଷ୍ୟ କରିଛନ୍ତି । ଚଳିତ ବିବିଡିରେ ୧୬୭ଟି ନୂତନ ସହରର ସେଲର୍ ଇକମର୍ସରେ ଯୋଗ ଦେଇଛନ୍ତି । ୬୦% ସେଲର୍ ତାଳଚେର, ଭେଲୁର, ସୋହାଗପୁର, ସିନ୍ଦି ଆଦି ଛୋଟ ସହରଗୁଡିକ ସମେତ ଟିୟର ୨ ସହର ଓ ଏହା ବାହାରେ ବାସ କରୁଛନ୍ତି । ଶୀର୍ଷ ପ୍ରଦର୍ଶନ କରୁଥିବା ଟିୟର ୨ ସେଲର୍ ସହରଗୁଡିକ ମଧ୍ୟରେ ଜୟପୁର, ସୁରଟ ଓ ପାନିପତ୍‌ର ସେଲର ସାମିଲ ଅଛନ୍ତି ।
ପ୍ରିପେଡ୍ ଟ୍ରାଞ୍ଜାକ୍ସନ କ୍ଷେତ୍ରରେ ୭୫% ବୃଦ୍ଧି ସହିତ ଡିଜିଟାଲ ଇଣ୍ଡିଆ ପ୍ରତି ଏକ ଉଲ୍ଲେଖନୀୟ ପରିବର୍ତନ ହୋଇଛି, ଯାହାକି ଡିଜିଟାଲ ପେମେଂଟ୍ ପାଇଁ ଏକ ଶକ୍ତିଶାଳୀ ଅନୁମୋଦନକୁ ଦର୍ଶାଉଛି । କାରଣ ଉପଭୋକ୍ତାମାନେ କ୍ରୟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ଜାରି ରଖିଛନ୍ତି । ପାର୍ବଣ ଉତ୍ସାହକୁ ବଜାୟ ରଖିବା ଲାଗି ଇଏମ୍‌ଆଇ ବିକଳ୍ପଗୁଡିକ ଏକ ଭଲ ଟ୍ରିଗର୍ ଭାବେ କାର୍ଯ୍ୟ କରିଛି । ମୋବାଇଲ, ଫର୍ଣ୍ଣିଚର, ବୃହତ୍ ଆପ୍ଲାଏନ୍ସେସ୍ ଓ ଇଲେକ୍‌ଟ୍ରୋନିକ୍ସ ଭଳି ହାଇ-ଟିକେଟ୍ ସେଗ୍‌ମେଂଟ୍‌ରେ ପ୍ରତି ୫ କ୍ରୟରୁ ଗୋଟିଏ କ୍ରୟ ଇଏମ୍‌ଆଇ ମାଧ୍ୟମରେ ପରିଚାଳିତ ହେଉଛି ।


Share It

Comments are closed.