ଓଡିଶା କ୍ରିକେଟ ର ଦ୍ରୋଣାଚାର୍ଯ୍ୟ ?


ପ୍ରଶିକ୍ଷକର କେବେ ବି ଅବସର ନଥାଏ, କିମ୍ବା ନିର୍ଦ୍ଦିଷ୍ଠ କୌଣସି ଚାକିରି ନଥାଏ, ନିଜର ଜିଦ ଏବଂ ଇଚ୍ଚାଶକ୍ତି ତାକୁ ପ୍ରକୃତ ପ୍ରଶିକ୍ଷକର ପରିଚୟ ଦେଇଥାଏ, ପରଦା ପଛର ନାୟକର ମହତ୍ୱ ତ ସମସ୍ତେ ଶୁଣିଥିବେନ । ଏମିତି ବି କିଶି ବ୍ୟକ୍ତି ଅଛନ୍ତି ଯାହାକୁ ପରଦା ପଛର ନାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ, ସେହି ନାୟକ ହେଉଛନ୍ତି ପ୍ରଶାନ୍ତ କୁମାର ଦାସ୍ । ଯିଏ କି କଟକର ଜଣେ ସବୁଠାରୁ ପୁରୁଖା କ୍ରିକେଟ ଖେଳ ପ୍ରଶିକ୍ଷକ ଭାବରେ ବେଶ ଜଣାଶୁଣା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ଜାଣିବା,

୧. ଆପଣ କେତେ ବର୍ଷ ହେବ ଏଠାରେ ଖେଳ ପ୍ରଶିକ୍ଷଣ ଦେଉଛନ୍ତି ?
ଉ. କ୍ରିକେଟ ପ୍ରତି ମୋର ପୂର୍ବରୁ ବହୁତ ଦୁର୍ବଳତା ଥିଲା,ମୁଁ ପୂର୍ବରୁ ଅନେକ କ୍ଲବ ମ୍ୟାଚ ଖେଳିଥିଲି, କିନ୍ତୁ ମୋ କ୍ରିକେଟ ଦୁନିୟାରେ ମୋ ସ୍ୱପ୍ନ କ୍ଲବ ମ୍ୟାଚ ଭିତରେ ସିମିତ ହୋଇ ରହିଗଲା, କିନ୍ତୁ ମୋ ମନରେ ଦୃଢ ବିଶ୍ୱାସ ଥିଲା ଯେ ଓଡିଶା କ୍ରିକେଟ ଜଗତ ପାଇଁ କିଛି କରିବି ବୋଲି, ଅନ୍ୟ ଖେଳାଳିଙ୍କ ଭିତରେ ନିଜକୁ ଦେଖିବାକୁ ବହୁତ ଇଚ୍ଛା ଥିଲା, ସେଥି ପାଇଁ ୧୯୮୦ ମସିହାରେ ଏକ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିଲି.,ଯାହା କି ଏବେ ପ୍ରଶାନ୍ତ କ୍ରିକେଟ ଏକାଡିମ ନାମରେ ନାମିତ ରହିଛି,
୨.ଆପଣ ଏହି ପନ୍ଥାକୁ ପିଲାଙ୍କ କ୍ରିକେଟ ଜଗତରେ କ୍ୟାରିୟର ପାଇଁ କରିବା ପାଇଁ ନା ରୋଜଗାର ପନ୍ଥା ହିସାବରେ ପ୍ରଶିକ୍ଷଣ ଦେଉଛନ୍ତି ?
ଉ. ପିଲାଙ୍କୁ କ୍ରିକେଟ ପ୍ରଶିକ୍ଷଣ ଦେବା ମୋର ପେଶା ନୁହଁ ଏହା ହେଉଛି ମୋର ଲକ୍ଷ୍ୟ କାରଣ ଓଡିଶା କ୍ରକେଟ ଜଗତ ପାଇଁ କିଛି ତାରକା ସୃଷ୍ଟି କରିବା ହେଉଛି, ଯେଉଁ ମାନେ ଆଗକୁ ଯାଇ, ବିଶ୍ୱ ସ୍ତରରେ ଓଡିଶା କ୍ରିକେଟ ଜଗତ ପାଇଁ , କିଛି ନୂଆ ଅଧ୍ୟୟ ସୃଷ୍ଟି କରିବେ,
୩.ପ୍ରତି ବର୍ଷ ଆପଣଙ୍କ ପାଖକୁ କେତେ ପିଲା ପ୍ରଶିକ୍ଷଣ ନେବା ପାଇଁ ଆସୁଛନ୍ତି, ଏବଂ ଆପଣଙ୍କ ପ୍ରଶିକ୍ଷତା ଆରମ୍ଭରୁ ଏବେ ପର୍ଯ୍ୟନ୍ତ କେତେ କ୍ରିକେଟ ତାରକା ସୃଷ୍ଟି କରିସାରଲେଣି ?
ଉ. ମୋର ଏହି ଏକାଡିମରେ ୩୬୫ ଦିନ ରୁ ୩୬୫ ଦିନ ଯାଏଁ ପ୍ରଶିକ୍ଷଣ ଦିଆଯାଏ, ପ୍ରତି ବର୍ଷ ଏଠାକୁ ୫୦ ରୁ ୬୦ ପିଲା ପ୍ରଶିକ୍ଷଣ ନେବା ପାଇଁ ଆସନ୍ତି,ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରୁଥିବା ଅଳ୍ପ କେତେକ ପିଲା ତାଲିମ ପାଇ ଆଗକୁ କ୍ରିକେଟ ଜଗତରେ ନିଜ କ୍ୟାରିୟର କରିବାରେ ସକ୍ଷମ ହୁଅନ୍ତି, ମୋ ପାଖରୁ ପ୍ରଶିକ୍ଷଣ ପାଇ ଅନେକ କ୍ରିଡାବୀତ ନିଜର ଯୋଗ୍ୟତା ବଳରେ ଓଡିଶା କ୍ରିକେଟ ଜଗତ ସାମ୍ରାଜ୍ୟର ସୁବର୍ଣ ବହିରେ,ନିଜର ଇତିହାସ ରଚିବା ପାଇଁ ସକ୍ଷମ ହେଲେଣି .

ସମାନଙ୍କ ମଧ୍ୟରୁ କେତେକଙ୍କ ପ୍ରତିକ୍ରିୟା
ମୁଁ କ୍ରିକେଟ ଜଗତକୁ ଆସିବା ପୂର୍ବରୁ ଟେନିସ ଏବଂ ରବର ବଲରେ ଖେଳୁ ଥିଲି,କିନ୍ତୁ ପରବର୍ତ୍ତୀ ସମୟରେ ୧୯୯୯ ମସିହା ଡିସେମ୍ବର ମାସରେ ପ୍ରଶାନ୍ତ ଶାରଙ୍କ ପ୍ରଶିକ୍ଷଣ ରୁ ମୁଁ ପ୍ରଫେସନାଲ କ୍ରିକେଟ ଜଗତରେ ପାଦ ଥାପି ଥିଲି,ଶାରଙ୍କଠୁ ମୁଁ ବ୍ୟାଟ ଧରିବା ଠୁ ଆରମ୍ଭ କରି, କ୍ରିକେଟରେ ଡ୍ରାଇଭ ଏବଂ ଡିଫେନ୍ସ କ’ଣ ମୁଁ ତାଙ୍କଠୁ ଶିଖିଥିଲି, ସେହି ଦିନ ମୋ ପାଇଁ ସବୁଠାରୁ ସ୍ମରଣୀ ଦିନ ରହିବ, ପ୍ରଶାନ୍ତ ଶାରଙ୍କ ବ୍ୟକ୍ତିତ୍ୱ ଜୀବନ ହେଉଛି ସବୁ ସରଳ ଏବଂ ଅନ୍ୟୁନ, ଯାହାର କେବଳ ଗୋଟିଏ ସ୍ୱାର୍ଥ ଯେ ଓଡିଶା କ୍ରିକେଟ ଜଗତ ପାଇଁ କିଛି କ୍ରିକେଟ ତାରକା ବାହାର କରିବା, ତାଙ୍କର ଓଡିଶା କ୍ରିକେଟ ଜଗତ ପାଇଁ ବହୁତ ଅବଦାନ ରହିଛି,ସେ ହେଉଛନ୍ତି ଗେଟିଏ ମାତ୍ର ପ୍ରଶିକ୍ଷକ ଯିଏ ନ୍ଜ ପରିବାର ବର୍ଗଙ୍କୁ ସମୟ ଦେବା ବଦଳରେ,ସାରା ଦିନ ଖେଳ ପଡିଆରେ ସମୟ ଅତିବାହିତ କରନ୍ତି,ସାର ମୋ ପାଇଁ ଗୁର ନୁହେଁ ଭଗବାନ ସଦୃଶ.ଓସିଏ ପାଇଁ ଶାରଙ୍କ ଅବଦାନ ବହୁତ ରହିଛି ଯାହା ହେଉଛି ଓସିଏ ପାଇଁ ଏକ ଗର୍ବର ବିଷୟ, ସେଥିପାଇଁ ମୁଁ ଅଥୋରିଟିଙ୍କୁ ଗୋଟିଏ ଅନୁରୋଧ କରୁଛି କି ଯେ ଶାରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟଣ୍ଟ ଆୱାର୍ଡ ମିଳୁ,
(ବିପ୍ଲବ ସାମନ୍ତରାୟ)
ଓଡିଶା ରଣଜୀ କ୍ୟାପଟେନ,ପୂର୍ବତନ ଆଇପିଏଲ ପ୍ଲେଏାର
୨.ମୋ କ୍ୟାରିୟର ଆରମ୍ଭ ହେଉଛନ୍ତି ଶାର, ମୁଁ ଯେତେବେଳେ ୬,୭ ରୁ ଖେଳ ପ୍ରଶିକ୍ଷଣ ଆରମ୍ଭ କଲି ପ୍ରଥମେ ପ୍ରସାନ୍ତ ଶାରଙ୍କୁ ଠୁ ଖେଳ ଶିଖିବା ଆରମ୍ଭ କରିଥିଲି, ଗୋଟିଏ ଖେଳାଳା ତାର ଯେତିକି ଗେମ ପ୍ଲାନ ଓ ଷ୍ଟାଟେଜି କରିନଥାଏ,ପ୍ରଶାନ୍ତ ଶାର ଗୋଟେ ପିଲାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଖେଲାଳୀଙ୍କୁଠୁ ଅଧିକ ଗେମ ପ୍ଲାନ ଏବଂ ଷ୍ଟାଟେଜି ପ୍ରସ୍ତତ କରିଥାନ୍ତି, ଖରା ଏବଂ ବର୍ଷା ତାଙ୍କୁ କୌଣସି ଫରକ ପକେନଥାଏ, ଶାର ହେଉଛନ୍ତି ବହୁତ ପରିଶ୍ରମୀ, ଅଳ୍ପ ପିଲାଙ୍କୁ ନେଇ କେମିତି ଗେମ ପ୍ଲାନ ହେଏ ତାଙ୍କୁ ବେଶ ଭଲ ଭାବରେ ଜଣା,ଶାରଙ୍କ ପାଇଁ ତାଙ୍କ ସ୍ୱାଭିମାନ ବହୁତ ବଡ,ମୋ କ୍ରିକେଟ କ୍ୟାରିୟର ସବୁ ଶ୍ରେୟ ଶାରଙ୍କ ପାଇଁ, ସୋ ମୋ ଗୁରୁ ସହ ମୋ ଆଦର୍ଶ ମଧ୍ୟ
(ଅବିନାଶ ଶାହା )
ଓଡିଶା ରଣଜୀ ଖେଳାଳୀ
୩. ଶାର ତାଙ୍କ ଜୀବନରେ ଅନେକ ପ୍ରଥମ ସ୍ତରର ଖେଳାଳୀ ବାହାର କରିଛନ୍ତି, ଯେମିତିକି ଓଡିଶା ରଣଜୀ ଦଳର ଅଧିକାଂଶ ଖେଳାଳୀ ପ୍ରଶାନ୍ତ ଶାରଙ୍କ ଠୁ ପ୍ରଶିକ୍ଷଣ ନେଇଥିଲେ, ତାଙ୍କ ଭିତରୁ ମୁଁ ଜଣେ, ମୋ କ୍ରିକେଟ କ୍ୟାରିୟର ବୋଲଂ ନୁଁ ପ୍ରଥମେ ଶାରଙ୍କ ଠୁ ହିଁ ଶିଖିଥିଲୀ ବ୍ୟାଟସମ୍ୟାନଙ୍କୁ ଧରାଶୟୀ କରିବାର କୌଶଳ ମୁଁ ଶାରଙ୍କଠୁ ହିଁ ଶିଖିଥିଲୀ, ଶାରଙ୍କ ପ୍ରତି ମୋ ଭଲ ପାଇବା ସଦା ସର୍ବଦା ଅଛି ଏବଂ ରହିଥିବ,ସେହିଭଲିଗୁରୁଙ୍କ ବିଷୟରେ କିଛି ବର୍ଣ୍ଣନା କରିବା ମୋ ପକ୍ଷ ଏକ ବଡ ମୁର୍ଖାମୀ ହେବ, ମୁଁ ମୋ ଜୀବନ ଶେଷ ପର୍ଯ୍ୟନ୍ତ ତାଙ୍କୁ କେବେ ଭୁଲି ହେବନି,
(ଧୀରଜ ସଂହ)
ଓଡିଶା ରଣଜୀ ଖେଳାଳୀ
୪.ଆପଣ ନିଜ ପରିବାର କୁ ଛାଡି ସବୁବେଳେ ଖେଳ ପଡିଆରେ ପିଲାଙ୍କୁ ପ୍ରଶିକ୍ଷଣ ଦେବାରେ ସମୟ ଅତିବାହିତ କରୁଛନ୍ତି ,ଏହାକୁ ନେଇ ଆପଣଙ୍କ ଘର ଲୋକ କେତେ ଖୁସି.
–ମୋର ପୁଅ ଏବଂ ଗୋଟିଏ ଝିଅ .,ଏମାନେ ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟ ନିଜେ ନିଜର ଭରଣ ପୋଷଣ କରିବାରେ,ପୁଅ ଏକ ଇନ୍ସୁରାନ୍ସ କମ୍ପାନୀରେ ଚାକିରୀ କରୁଥିବା ବେଳେ ,ଝିଅ ଡିଏଭି ସ୍କଲରେ କାର୍ଯ୍ୟରତ ଅଟେ, କ୍ରିକେଟ ପ୍ରତି ମୋ ପାଗଳାମୀ ଯୋଗୁଁ ଘରେ ସବୁବେଳେ ମୋ ଉପରେ ବ୍ିରକ୍ତ ହୁଅନ୍ତି, କିନ୍ତୁ ମୁଁ ଗୋଟିଏ କଥା ସବୁବେଳେ ଜାଣିଛି କ୍ରିକେଟ ପଡିଆ ହେଉଛି ମୋ ଘର ଏବଂ ମୋ ପାଖରେ ପ୍ରଶିକ୍ଷଣ ପାଉଥିବା ପିଲା ମାନେ ହେଉଛନ୍ତି ମୋ ପରିବାର,
୫.ଆପଙ୍କ ଏହି ବଳିଦାନ ପାଇଁ ଆପଣ କେଉଁଠୁ କେଇଁଠୁ ସମ୍ମାନିତ ହୋଇଛନ୍ତି
–କୌଣସି ସଭା ବା କୌଣସି ପୁରସ୍କାର ବିତରଣ କେନ୍ଦ୍ରରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବା ପ୍ରକୃତ ପ୍ରଶିକ୍ଷକର ପୁରସ୍କାର ହୋଇନଥାଏ, ତା ପାଇଁ ସବୁଠୁ ବଡ ହେଉଛି ତାଠୁ ପ୍ରଶିକ୍ଷଣ ପାଇଥିବା ଶିଷ୍ୟ ଆଗକୁ ଯାଇ ସୁନାମ ଅର୍ଜନ କରିବା ହେଉଛି ମୋ ପାଇଁ ପ୍ରକୃତ ସମ୍ମାନ , ଯାହା ଆତ୍ମାକୁ ସନ୍ତୋଷ ଦିଏ,
୬.ଆପଣଙ୍କ କ୍ରିକେଟ ଆସୋସିଏସନ ପାଇଁ ସରକାର କିମ୍ବା ଓସ୍ିଏ ପକ୍ଷରୁ କିଛିଆର୍ଥିକ ସହାୟତା ମିଳେ ନା ନାହିଁ
–ମୁଁ ଆଜିକୁ ୩୭ ବର୍ଷ ହେବ ଏଠାରେ କ୍ରିକେଟ ଖେଳ ପ୍ରଶିକ୍ଷଣ ଦେଇ ଆସୁଛି ନିଦସ୍ୱ ଭାବରେ ଏହି ପ୍ରଶାନ୍ତ କ୍ରିକେଟ ଆକାଡିମରେ,ଏଥି ପାଇଁ ମୋତେ କୌଣସି ଆର୍ଥକ ଅନୁଦାନ ସରକାର କିମ୍ବା ଓସିଏ ଠାରୁ ମିଳେ ନାହିଁ,କିମ୍ବା ମୁଁ କେବେ କାହାଠୁ କିଛି ଆଶା କରିନାହିଁ,କିନ୍ତୁ ଓସିଏ ନୈତିକ ଦୃଷ୍ଟିରୁ ସମର୍ଥନ କରେ,
୭.ଆଜି ଓଡିଶା କ୍ରିକେଟ ଖେଳାଳୀ ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ପଛରେ କାହିଁକି
–ଏହା ସମ୍ପର୍ଣ୍ଣ ଭାବରେ ମିଥ୍ୟ ଅଟେ,ଓଡିଶା କ୍ରିକେଟ ଖେଳାଳୀ ଏବେ କୌଣସି ସ୍ଥାନରେ ପଛରେ ନାହାନ୍ତି, ସେମାନେ ଏବେ ଅନ୍ୟ ରାଜ୍ୟ ମାନଙ୍କୁ ଖେଳରେ ପଛରେ ପକାଇ ଦେଲେଣି, ଏବଂ ଓସିଏ ଅଧିକାରୀଙ୍କୁ ମୋର ଗୋଟିଏ ଅନୁରୋଧ ଜଦି ରଣଜୀ ଖେଳାଳୀ ମାନଙ୍କୁ ଆହୁରି ଅଧିକ ଉନ୍ନତ ମାନର ପ୍ରଶିକ୍ଷଣ ଦିଆଯିବ ତେବେ ଓଡିଶା ଖେଳାଳୀ ମାନଙ୍କୁ ଆଗକୁ ନେବା ପାଇଁ ଏହା ଏକ ଶୁଭ ସଂକେତ ହୋଇପାରେ
୮.ଓଡିଶା ଖେଳାଳୀ ମାନଙ୍କୁ କଣ କହି ପ୍ରରଣା ଦେବା ପାଇଁ ଚାହିଁବେ
–କ୍ରିକେଟ ଏକ ସାଧନା ଏବଂ ତପସ୍ୟା ଅଟେ, ଏହାକୁ ସ୍ୱପ୍ନ ଭାବିବା ଭୁଲ ଅଟେ, ସାଧନା ତପସ୍ୟା ଯେତେ କଷ୍ଠ ହେବ ତା ପଲ ସେତେ ମିଠା ହେବ ଠିକ ସେହିପରି ରଣଜୀ ସ୍ତରକୁ ନିଜ ଲକ୍ଷ୍ୟ ସ୍ଥଳ ନଭାବି ଖେଳରେ ଭଲ ପ୍ରଦର୍ଶନ କରି ଆନ୍ତର୍ଜାତିକ ସ୍ତରକୁ ଯାଇ ସେଠି କିପରି ନିଜର ପରିଚୟ ସୃଷ୍ଟି କରିପାରିବ ତାହା ଚିନ୍ତା କଲେ ବୋଧ ହୁଏ ଭଲ ହେବ,
ଇଏ ହେଉଛନ୍ତି ଓଡିଶା କ୍ରିକେଟ ଜଗତର ସେହି ପରଦା ପଛର ନାୟକ,ଯିଏ କି ନିଜର ସାରା ଜୀବନ କ୍ରିକେଟ ପ୍ରଶିକ୍ଷଣ ଦେବାରେ ଉତ୍ସର୍ଗ କରିଦେଇଛନ୍ତି,ତାଙ୍କ ଠାରୁ ପ୍ରଶିକ୍ଷଣ ପାଇ ,ଓଡିଶା କ୍ରିକେଟ ଜଗତର ସୁର୍ବଣ ବହୁ ନାମ ଲେଖାଇ ଥିବା ତାରକା ମାନେ ହେଲେ, ହଳଧର ଦାସ(ରଣଜୀ ଖେଳାଳୀ,ପୂର୍ବତନ କ୍ୟାପଟେନ),ବିପ୍ଲବ ସାମନ୍ତରାୟ(ରଣଜୀ ଖେଲାଳୀ ଏବଂ ବର୍ତ୍ତମାନର କ୍ୟାପଟେନ,ପୂର୍ବତନ ଆଇପିଏଲ ଖେଳାଳୀ),ଅରବିନ୍ଦ ସଂହ(ରଣଜୀ ଖେଲାଳୀ),ଧୀରଜ ସଂହ(ରଣଜୀ ଖଳାଳୀ),ଦୀପକ ବେହେରା(ରଣଜୀ ଖେଲାଳୀ),ଅବିନାଶ ଶାହା(ରଣଜୀ ଖେଳାଳୀ).ଏବଂ ଜୁନିଏର ସ୍ତରର ଖେଳାଳୀ ମାନେ ହେଲେ,ପ୍ରତିକ ଅନୁରାଗ ଦାସ(ବିଜୟ ହାଜାରେ ଟ୍ରଫି ସହ ଅଣ୍ଡର ୨୨),ସୁଧାନଂଶୁ ସାମଲ(ଆଣ୍ଡର ୧୯)ଶୁବରାଂଶୁ ସାମଲ(ଅଣ୍ଡର ୧୯)ସୌଭାଗ୍ୟ ମିଶ୍ର( ଇଷ୍ଟ ଜୋନ,ଉକ୍ରଳ ବିଶ୍ୱ ବିଦ୍ୟାଳୟ) ତରଫରୁ ଖେଲୁଛନ୍ତି,
ସବୁ ଠାରୁ ଦୁଃଖ ବିଷୟ ଏହା ଯେ ଶ୍ରା ପ୍ରଶାନ୍ତ କୁମାର ଦାସ୍ ତାଙ୍କ ଜୀବନର ସର୍ବସ୍ୱକୁ ଉତ୍ସର୍ଗ କରି, ଏହି ଦୀପ୍ତିମାନ ପ୍ରଭାବଶାଲୀ ଖେଲାଳୀ ଓଡିଶା କ୍ରିକେଟ ଜଗତ ପାଇଁ ଭେଟି ସୂରୁପ ଦେଇଛନ୍ତି,କିନ୍ତୁ ନିଜେ ଯେମିତି ଆଜି ଚୁଲିର ଅଙ୍ଗାର ହୋଇଯାଇଛନ୍ତି, ଆଗରୁ ଯେମିତି ସାଇକେଲ ନେଇ ଖେଳ ପଡିଆକୁ ଆସୁଥିଲେ ଏବେ ମଧ୍ୟ ସେହିଭଲି ଆସୁଛନ୍ତି କୌଣସି ପରିବର୍ତ୍ତନ ନାହିଁ,
ମଣିଷ ଏବଂ ଦୁନିଆ ସମୟ ସହ ଧିରେ ଧିରେ
ପରିବର୍ତ୍ତନ ହୋଇଯାନ୍ତି,କିନ୍ତୁ ଜଣେ ପ୍ରକୃତ ଶିକ୍ଷକ
ଏକ ପୂରାତନ ଗମ୍ବୁଜ ସଦୃଶ ;ଗମ୍ବୁଜ ଯେତେ ପୁରାତନ
ତାର ଇତିହାସ ମଧ୍ୟ ସେତେ ବର୍ଣ୍ଣନୀୟ,


Share It

Comments are closed.