ନିରାଶ କଲେ ଦୂତୀ, ୧୦୦ ମିଟର ଦୌଡରେ ସେମିଫାଇନାଲକୁ କ୍ୱାଲିଫାଏ କରିବାରେ ହେଲେ ଅସଫଳ


ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କଲେ ଦୂତୀ। ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ୧୧.୫୪ ସେକେଣ୍ଡ ନେଇଥିଲେ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ଧୂଳିସାତ ହୋଇଛି । ଶହେ ମିଟରରେ ଦୌଡ଼ିଥିବା ମୋଟ୍ ୫୪ ପ୍ରତିଯୋଗୀଙ୍କ ଭିତରେ ଦୂତୀ ୪୫ତମ ସ୍ଥାନରେ ରହିଛନ୍ତି ।

ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି । ସେ ୧୦.୮୪ ସେକେଣ୍ଡରେ ନିଜର ଦୌଡ କମ୍ପ୍ଲିଟ କରିଥିଲେ । ପରେ ୧୦.୯୧ ସେକେଣ୍ଡ ସହ ସ୍ୱିଜରଲ୍ୟାଣ୍ଡର ଏ. ଡେଲ ପଣ୍ଟେ ୨ୟ ସ୍ଥାନରେ, ୧୧.୦୦ ସେକେଣ୍ଡ ସହ ନାଇଜେରିଆର ଏ.ନ୍ୱୋକୋଚା ତୃତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ଦୂତୀ ୧୧.୫୪ ସେକେଣ୍ଡ ସପ୍ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ ।

ଆଗକୁ ୨୦୦ ମିଟର ରେସରେ ଟ୍ରାକକୁ ଓହ୍ଲାଇବେ ଓଡ଼ିଶାର ଦୌଡ଼ରାଣୀ । ଏଥିରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତଙ୍କର ଆଶା ରହିଛି। ଦ୍ୱିତୀୟ ଥର ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି ଓଡ଼ିଶାର ଅଲିମ୍ପିଆନ୍ ଦୂତୀ ଚାନ୍ଦ ।


Share It

Comments are closed.