ଗତ ୨ ବର୍ଷରେ ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ମୋଦି ସରକାର ଦେଇଛନ୍ତି ୪.୭ କୋଟି – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୯ – ବିଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍ ଫର୍ କନଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଆର୍ôଥକ ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେ଼କରଙ୍କ ଦକ୍ଷ କାର୍ଯ୍ୟଶୈଳି ଯୋଗୁଁ ସନ୍ତସନ୍ତିଆ ଅଞ୍ଚଳ ଓ ଜୈବ ବିବିଧତାର ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ଦିଗରେ ଠୋସ୍ ପଦକ୍ଷେପ ନିଆଯାଇପାରିଛି ବୋଲି ସେ କହିଛନ୍ତି ।


ଶ୍ରୀ ପ୍ରଧାନ କହିଛନ୍ତି ତିନି ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି ଏବଂ ସମଗ୍ର ଦେଶରେ ଆମର ସନ୍ତସନ୍ତିଆ ଅଞ୍ଚଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇଛି । ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଥିବା ଅଂଶୁପା ହ୍ରଦ ଏବଂ ଚିଲିକା ହ୍ରଦ ପରିବ୍ରାଜୀ ପକ୍ଷୀମାନଙ୍କର ବାସଗୃହ ଓ ପ୍ରକୃତି ବିଶେଷଜ୍ଞଙ୍କ ପାଇଁ ମନମୋହିଲା ଭଳି ପରିବେଶ ସଦୃଶ । ଏକ ସ୍ଥିର ଭବିଷ୍ୟତ ପାଇଁ ଭାରତ ସରକାର ଏହି ‘ଓଡ଼ିଶାର ଅଳଙ୍କାର’ର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।
ସେହିପରି ସହରାଞ୍ଚଳର ସ୍ଥିର ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ଇକୋସିଷ୍ଟମ୍ ନିମନ୍ତେ ସନ୍ତସନ୍ତିଆ ଅଞ୍ଚଳ ହେଉଛି ଗୁରୁତ୍ୱପୂର୍ଣ୍ଣ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଞ୍ଚଳ ଆର୍ôଥକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.