୮୧% ଲୋକ ମତରେ ବର୍ତମାନ ସ୍ଥିତିରେ ଅଧିକ ଆର୍ଥିକ ଯୋଜନା ଜରୁରୀ: ମ୍ୟାକ୍ସ ଲାଇଫ୍ ଆଇପିକ୍ୟୁ ଏକ୍ସପ୍ରେସ୍ ସର୍ଭେ


ଭୁବନେଶ୍ୱର: କରୋନା ମହାମାରୀ ଭଳି ସଙ୍କଟ ସମୟରେ ମ୍ୟାକ୍ସଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଆଇପିକ୍ୟୁ ଏକ୍ସପ୍ରେସ୍ ସର୍ଭେ ରିପୋର୍ଟକୁ ଉନ୍ମୋଚନ କରାଯାଇଛି । କାଂଟାର ସହ ମିଶି କରାଯାଇଥିବା ଏହି ସର୍ଭେରେ ଅଂଶ କରିଥିବା ୮୧ ପ୍ରତିଶତ ଲୋକ ଜଣାଇଛନ୍ତି ଯେ ବର୍ତମାନ ସ୍ଥିତି ଆର୍ଥିକ ଯୋଜନା ଅଧିକ ଆବଶ୍ୟକ କରୁଛି । ଡିଜିଟାଲ୍ କ୍ଷେତ୍ରରେ ସକ୍ରିୟ ଥିବା ଭାରତୀୟମାନେ ନିଜର ଆର୍ଥିକ ସୁରକ୍ଷା, ସଂଚୟ, ନିବେଶ, ମେଡିକାଲ୍ ପ୍ରସ୍ତୁତି, ଉଦବେଗ ଏବଂ ନୂତନ ସ୍ତରକୁ କିଭଳି ଗ୍ରହଣ କରୁଛନ୍ତି ତାହା ଜାଣିବା ଲାଗି ଏହି ସର୍ଭେ କରାଯାଇଛି ।
ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତର ସୁରକ୍ଷା ଗୁଣିତକ ୪୬ ରହିଛି ଯାହା ଜାତୀୟ ହାର ୪୫ ଠାରୁ ଅଧିକ । ଦକ୍ଷିଣ ଓ ଉତର ଭାରତରେ ଜୀବନା ବୀମାର ମାଲିକାନା ସର୍ବାଧିକ ୭୮ ପ୍ରତିଶତ ରହିଥିବା ବେଳେ ପୂର୍ବାଂଚଳରେ ତାହା ୭୭% ଓ ପଶ୍ଚିମାଚଂଳରେ ୭୩ ପ୍ରତିଶତ । ଏହି ଅଂଚଳର ବୀମା ଜ୍ଞାନ ସୂଚୀ ୬୭ ରହିଛି । ଉତରରେ ଏହା ୬୬, ପଶ୍ଚିମରେ ୬୩ ରହିଥିବା ବେଳେ ଦକ୍ଷିଣାଚଂଳରେ ତାହା ୬୮ ରହିଛି । ୫୨ ପ୍ରତିଶତ ଡିଜିଟାଲ୍ ସହ ଜଡ଼ିତ ପୂର୍ବ ଭାରତୀୟ ଲୋକମାନେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି, ଏହି ଦକ୍ଷିଣ ଭାରତର ସୁରକ୍ଷା ସ୍ତର ୪୮% ରହିଛି । ଉତର ଏବଂ ପଶ୍ଚିମ ଜୋନ୍‌ରେ ସୁରକ୍ଷା ସ୍ତର ୫୩ ପ୍ରତିଶତ ରହିଛି । ପୂର୍ବ ଭାରତରେ ବୀମା ମାଲିକାନା ଦେଶରେ ସର୍ବାଧିକ ୪୦ ପ୍ରତିଶତ ରହିଛି । ଆୟକାରୀ ସଦସ୍ୟଙ୍କ ଅଭାବ ଏବଂ କରୋନା-୧୯ ମାମଲାରେ ବୃଦ୍ଧି ଯୋଗୁଁ ଲୋକମାନେ ଉଦବିଗ୍ନ ରହୁଛନ୍ତି । କୋଭିଡ-୧୯ର ଚିକି୍‌ସା ଓ ଜରୁରୀକାଳୀନ ମେଡିକାଲ୍ ଆବଶ୍ୟକତା ପାଇଁ ପୂର୍ବ ଭାରତର ଲୋକମାନେ ଅଧିକ ସଂଚୟ କରୁଥିବା ସର୍ଭେରୁ ଜଣାପଡ଼ିଛି ।
ଏହି ସର୍ଭେ ସଂପର୍କରେ ଆଲୋକ ଭାନ୍‌, ନିର୍ଦେଶକ ଓ ମୁଖ୍ୟ ମାର୍କେଟିଂ ଅଧିକାରୀ, ମ୍ୟାକ୍ସ ଲାଇଫ୍ ଇନ୍‌ସ୍ୟୁରାନ୍ସ କହିଛନ୍ତି ଯେ, “କୋଭିଡ୍‌-୧୯ ଆମ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ସ୍ଥିତି ସୃଷ୍ଟି କରିଛି । ଏହି ସ୍ଥିତି ଆମକୁ ଶାରିରୀକ ଓ ମାନସିକ ସ୍ତରରେ ପ୍ରଭାବିତ କରୁଥିବା ଏହା ନିଜସ୍ୱ ଆର୍ଥିକ ଆହ୍ୱାନ ମଧ୍ୟ ସୃଷ୍ଟି କରିଛି । ନିଜ ପ୍ରିୟଜନଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଜୀବନ ବୀମାର ଗୁରୁତ୍ୱକୁ ଲୋକମାନେ ବୁଝିପାରିଛନ୍ତି । ପୂର୍ବ ଭାରତରେ ଜୀବନ ଓ ମିଆଦୀ ବୀମା ଗ୍ରହଣୀୟତା ବଢ଼ିଛି ଯାହା ଉତ୍ସାହଜନକ, କିନ୍ତୁ କୋଭିଡ୍‌-୧୯କୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁଁ ଆର୍ଥିକ ସୁରକ୍ଷା ଓ ସଚେତନତା ସ୍ତରରେ ଉନ୍ନତି ଆଣିବା ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆ ପ୍ରୋଟେକ୍ସନ କୋଟିଏଂଟ୍ ଏକ୍ସପ୍ରେସ୍ ସର୍ଭେର ନିର୍ଯ୍ୟାସକୁ ଉପସ୍ଥାପନ କରି ଏହି କଠିନ ସମୟରେ ବୀମା ସୁରକ୍ଷା ଜାରି ରଖିବା ଓ ବ୍ୟାପକ ଆର୍ଥିକ ସୁରକ୍ଷା ଗ୍ରହଣ କରିବା ଲାଗି ଏହି ଅଂଚଳର ଲୋକମାନଙ୍କୁ ଉତ୍ସାହିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’


Share It

Comments are closed.