ବଲିଉଡର କିଙ୍ଗ ଖାନଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇବା ପାଇଁ ଆଲୋକିତ ହେଲା ଦୁବାଇର ବୁର୍ଜ ଖଲିଫା, ଦେଖନ୍ତୁ ଏହି ନିଆରା ଦୃଶ୍ୟ


ବଲିଉଡ୍‌ର କିଙ୍ଗ୍ ଖାନ୍‌ଙ୍କ ୫୫ତମ ଜନ୍ମଦିନ ଅବସରରେ ଦୁବାଇର ସବୁଠୁ ଲମ୍ବା ଅଟ୍ଟାଳିକା ବୁର୍ଜ ଖଲିଫାରେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି। ଏହି ବୁର୍ଜ ଖଲିଫା ବିଲ୍ଡିଂରେ ଶାହାରୁଖ୍‌ଙ୍କ ଅଭିନୀତ ଦିଲ୍‌ଵାଲେ ଦୁଲହନିଆ ଲେ ଜାଏଙ୍ଗେ, ରା ଵାନ୍, ଡନ୍ ଭଳି ଚର୍ଚ୍ଚିତ ଫିଲ୍ମର ଫଟୋ ସହ ଶୁଭେଚ୍ଛା ଦିଆଯାଇଥିଲା। ଏହି ନିଆରା ଜନ୍ମଦିନର ଶୁଭେଚ୍ଛା ବାର୍ତା ଶାହାରୁଖ୍‌ଙ୍କ ସମେତ ତାଙ୍କ ପୁଅ ଝିଅଙ୍କୁ ଆକୃଷ୍ଟ କରିଥିବା ସେ ତାଙ୍କ ଟ୍ବିଟରରେ ପୋଷ୍ଟ୍ କରିଛନ୍ତି।


ଏହି ଉପହାର ପାଇଁ ତାଙ୍କ ସାଙ୍ଗ ମହମ୍ମଦ ଆଲବ୍ବର୍, ବୁର୍ଜ ଖଲିଫା ଓ ଦୁବାଇକୁ ଧନ୍ୟବାଦ ଦେଇଛନ୍ତି। ତେବେ ଗତକାଲି ଶାହାରୁଖ୍‌ଙ୍କ ଜନ୍ମଦିନ ଅବସରରେ ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଦେବା ସହ ଭଲପାଇବା ବାଣ୍ଟିବାକୁ କହିଥିଲେ।


Share It

Comments are closed.