ଦେଶର ୧୧୬ ଜିଲ୍ଲାରେ ଆରମ୍ଭ ହେଲା କରୋନା ଭାକସିନର ଡ୍ରାଏ ରନ୍


ନୂଆବର୍ଷରେ ଭାରତକୁ ଏକ ବଡ ଉପହାର ମିଳିବାକୁ ଯାଉଛି । କରୋନା ଭାକସିନର ଟିକାକରଣ ଅଭିଯାନରେ ଥିବା ସମସ୍ତ ସମସ୍ୟାକୁ ଚିହ୍ନଟ ଓ ନିରାକରଣ କରାଯିବା ପାଇଁ ଶନିବାର ଦେଶର ୧୧୬ ଜିଲ୍ଲାରେ ଆରମ୍ଭ ହୋଇଛି ଡ୍ରାଏ ରନ୍ । ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର ଦେଶର ୪ଟି ରାଜ୍ୟରେ କରିଥିବା ଡ୍ରାଏ ରନର ସଫଳତା ପରେ ଏହାକୁ ସାରା ଦେଶରେ ଆରମ୍ଭ କରିଥିଲେ । ଦିଲ୍ଲୀରେ ଆରମ୍ଭ ହୋଇଥିବା ଡ୍ରାଏ ରନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ସାମିଲ ହେବେ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର କହିଛି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭାକସିନର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯିବ । ଯେପରି ବାସ୍ତବରେ ଟିକାକରଣ କରାଯାଉଛି ।

କରୋନା ଭାକସିନ୍ ପାଇଁ ତିଆରି ହୋଇଥିବା କୋ-ଭିନ୍ ଆପ୍ ଅନେକ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏଥିରୁ ଟିକାକରଣର ସମସ୍ୟା ବାବଦରେ ସୂଚନା ମିଳିପାରୁଛି । ଏହାସହ ପ୍ରକ୍ରିୟାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଏହା କାମ କରୁଛି । ଦେଶର ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜୁରାଟ ଓ ପଞ୍ଜାବରେ ଡିସେମ୍ବର ୨୮ ଓ ୨୯ରେ ଡ୍ରାଏ ରନ୍ ହୋଇଥିଲା ।


Share It

Comments are closed.