ଏକ ସ୍କୁଲ ଶିକ୍ଷକରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷର କାହାଣୀ


ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ରାଷ୍ଟ୍ରପତି ପାର୍ଥୀ ପାଇଁ ଓଡିଶାରୁ ଚୟନିତ ହୋଇଥିବା ସେ ପ୍ରଥମ ମହିଳା ଆଦିବାସି ପ୍ରାର୍ଥୀ ଅଟନ୍ତି । କିନ୍ତୁ ସେ ପ୍ରଥମରୁ ରାଜନିତୀର ପଶା ଖେଳରେ ମାହିର ନଥିଲେ କିମ୍ବା ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ହେବାର ଆଶାୟୀ ମଧ୍ୟ ନଥିଲେ । ଜଣେ ସାଧାରଣ ପରିବାର ତଥା ସାଧାରଣ ଜୀବନଯାପନ କରୁଥିବା ମହିଳାଙ୍କ ରାଷ୍ଟ୍ରପତି ପାଇଁ ଚୟନ ହେବାର ପର୍ଯ୍ୟନ୍ତର କାହାଣୀ ସମ୍ପର୍କରେ ଆପଣ ଜାଣନ୍ତି କି ।
ସେ ଏକା ଧାରାରେ ଜଣେ ଶିକ୍ଷକ ଏବଂ ଭଲ ରାଜନିତିଜ୍ଞ ମଧ୍ୟ । ଦ୍ରୌପଦୀ ମୁର୍ମୁ ୧୯୫୮, ଜୁନ୨୦ରେ ମୟୁରଭଞ୍ଜ ଜିଲ୍ଲାର ବାଇଡାପୋଷି ଗ୍ରାମର ଏକ ସାନ୍ତାଳି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଗ୍ରାମର ମୁଖିଆ ମଧ୍ୟ ଥିଲେ । ସେ ଗାଁରେ ନିଜର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଶେଷ କରିଥିଲେ । ଭୁବନେଶ୍ୱରରେ ଆସି ୧୯୭୦ ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଏବଂ ପରେ ରମାଦେବୀ କଲେଜରୁ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ । ସେ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ, ତାଙ୍କର ଦୁଇ ପୁତ୍ର ଏବଂ ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଥିଲେ । ସେ ରାଜ୍ୟ ରାଜନିତୀରେ ପ୍ରବେଶ କରିବା ପୂର୍ବରୁ ଜଣେ ସ୍କୁଲର ଶିକ୍ଷକଭାବେ କାର୍ଯ୍ୟ ନିର୍ବାହ କରିସାରିଛନ୍ତି । କିନ୍ତୁ କୌଣସି କାରଣ ବଶତଃ ତାଙ୍କ ସ୍ୱାମୀ ଏବଂ ପୁତ୍ର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ସେ ଏହି ଘଟଣାରେ ଭାଙ୍ଗି ନପଡି ସେ ନିଜର ରାଜନିତିକ କ୍ୟାରିୟରରେ ସେ ନିଜର ରାଜନିତିକ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।
୧୯୯୭ ମସିହାରେ ସେ ରାଇରଙ୍ଗପୁର ନାଗପୁର ପଞ୍ଚାୟତରୁ କାଉନସିଲରଭାବେ ଭାରତୀୟ ଜନତା ପାର୍ଟିରୁ ମନୋନିତ ହୋଇଥିଲେ । ସେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ରାଇରଙ୍ଗପୁର ଆସେମ୍ବଲି ଇନଷ୍ଟିଚ୍ୟୁଏନ୍ସିରୁ ଏମଏଲଏ ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି । ୨୦୦୨ ମସିହାରେ ସେ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିଭାଗରେ ଏବଂ ପରେ ମତ୍ସ ଏବଂ ପଶୁ ସମ୍ପଦ ବିଭାଗ ଦାୟିତ୍ୱରେ ଥିଲେ । ସେ ଦୁଇ ଦୁଇ ଥର ରାଇରଙ୍ଗପୁର ଏମଏଲଏ ଭାବେ କାର୍ଯ୍ୟ କରିସାରିଛନ୍ତି । ସେ ମଧ୍ୟ ଶ୍ରେଷ୍ଠ ଏମଏଲଏ ପାଇଁ ଓଡିଶା ଲେଜିସଲେଭିଟ ଆସେମ୍ବଲି ପକ୍ଷରୁ ୨୦୦୭ରେ ନୀଳକଣ୍ଠ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।ସେ ଝାରଖଣ୍ଡ ରାଜ୍ୟର ପ୍ରଥମ ମହିଳା ଗଭର୍ଣ୍ଣର ହେବା ସହିତ ପ୍ରଥମ ନେତା ଯେ ଭାରତୀୟ ରାଜ୍ୟରେ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି । ସେ ୨୦୨୨ ମସିହାରେ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଚୟନିତ ହୋଇଛନ୍ତି । ଏବଂ ଏହାର ପୋଲିଂ ଜୁଲାଇ ୧୮ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ଫଳାଫଳ ଜୁଲାଇ ୨ରେ ନିର୍ଦ୍ଧାରଣ ହେବ । ଏହା ସହିତ ଦୌ୍ରପଦି ମୁର୍ମୁଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ ହେବ ।


Share It

Comments are closed.