ଡା ସୌଦାମିନୀ ମହାପାତ୍ରଙ୍କୁ ଭାରତୀୟ ରତ୍ନ ପୁରସ୍କାର ପ୍ରଦାନ


ଭୁବନେଶ୍ୱର: ଜଣାଶୁଣା ସ୍ତ୍ରୀରୋଗ ବିଶେଷଜ୍ଞ ତଥା ଭୁବନେଶ୍ୱର ସ୍ଥିତ ମ୍ୟାଟରନିଟି କେୟାର ହସ୍ପିଟାଲ ଏବଂ ଆଇଭିଏଫ ସେଂଟର୍‌ର ପରିଚାଳନା ନିର୍ଦ୍ଦେଶିକା ଡା.ସୌଦାମିନୀ ମହାପାତ୍ରଙ୍କୁ ନୀକଟରେ ସମ୍ମାନଜନକ ଭାରତୀୟ ରତ୍ନ ପୁରସ୍କାର ସହିତ ପୁରସ୍କୃତ କରାଯାଇଛି । ଡା ସୌଦାମିନୀ ମହାପାତ୍ରଙ୍କୁ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ତାଙ୍କର ମହୁମୂଲ୍ୟ ଅବଦାନ ଏବଂ ସମାଜ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଚଳିତବର୍ଷ ଗତ ଅଗଷ୍ଟ ୨୮ ତାରିଖରେ ପୁନେ ଠାରେ ଆୟୋଜିତ ଏକ ସମାରୋହରେ ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟାଙ୍ଗନା ପଦ୍ମଶ୍ରୀ ଡା ପଦ୍ମଜା ରେଡ୍ଡୀଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଡା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ଜଣାଶୁଣା ବଲିଉଡ ଅଭିନେତା, କୋରିଓଗ୍ରାଫର, ଲେଖକ, ଏଲଜିବିଟି ଅଧିକାର କର୍ମୀ ତଥା ମୋଟିଭେସନାଲ ସ୍ପିକର ଶ୍ରୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ସମାରୋହରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଥିଲେ ।
ଏହି ଅବସରରେ ନିଜ ଭାବନା ବ୍ୟକ୍ତ କରି ଡା.ସୌଦାମିନୀ ମହାପାତ୍ର କହିଛନ୍ତି ଯେ, “ଏହି ସମ୍ମାନ ପାଇଁ ମୁଁ କୃତଜ୍ଞ । ଏହି ପୁରସ୍କାର ଏବଂ ପ୍ରଶଂସା ମୋତେ କେବଳ ନୂତନ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ କରିନାହିଁ ବରଂ ରୋଗୀମାନଙ୍କ ପ୍ରତି ମୋର ଦାୟୀତ୍ୱବୋଧକୁ ମଧ୍ୟ ବଢ଼ାଇଦେଇଛି । ମୁଁ କେବଳ ଏହା ଆଶା କରୁଛି ଯେ ମୁଁ ସେମାନଙ୍କୁ ଭଲ ଭାବେ ସେବା ଯୋଗାଇପାରିବି ଏବଂ ସବୁ ସମୟରେ ସେମାନଙ୍କ ପାଇଁ ଉତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିପାରିବି ।”


Share It

Comments are closed.