ଭାରତରେ କୋଭିଡ-୧୯ର ଚିକିତ୍ସା ପାଇଁ ରେମଡେସିଭିରର ଶୁଭାରମ୍ଭ କଲା ‘ଡ. ରେଡ୍ଡୀ’


ଦେଶର ଅଗ୍ରଣୀ ଫାର୍ମା କମ୍ପାନୀ Dr Reddy’s ଲାବୋରେଟରୀ ଲିମିଟେଡ ଭାରତରେ କୋଭିଡ୍-୧୯ର ଚିକିତ୍ସା ପାଇଁ ରେମଡେସିଭିର (Remdesivir)ଔଷଧକୁ ବଜାରରେ ଛାଡିବାର ଘୋଷଣା କରିଛି। ଏହି ଔଷଧ ‘ରେଡିକ୍ସ’ (Redyx) ନାମରେ ଉପଲବ୍ଧ ହେବ, ଯାହାର ୧୦୦ ମିଲିଗ୍ରାମ ଭାଇଲ୍ ୫,୪୦୦ ଟଙ୍କାରେ ଉପଲବ୍ଧ ହେବ। ଏହି ଔଷଧ କମ୍ପାନୀ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଔଷଧ ଗିଲଡ୍ ସାଇନସେଜ୍ ଆଇଏନସି(ଗିଲଡ୍) ସହିତ ଲାଇସେନ୍ସ ବ୍ୟବସ୍ଥା ଅନୁସାରେ ଜାରି କରିଛି। ଗିଲ୍ଡ ପକ୍ଷରୁ ଡକ୍ଟର ରେଡ୍ଡିଜ୍ ଲାବକୁ ରେମଡେସିଭିର (Remdesivir) ର ପଞ୍ଜିକରଣ, ତିଆରି ଓ ବିକ୍ରିର ଅଧିକାର ଦେଇଛି। ଏଭଳି ଭାବରେ ଅଧିକାର ଭାରତ ସହିତ ୧୨୭ଟି ଦେଶରେ କୋଭିଡ୍-୧୯ ସମ୍ଭାବିତ ଚିକିତ୍ସା ପାଇଁ ଦିଆଯାଇଛି।

ଡ୍ରଗ୍ସ କନଟ୍ରୋଲାର ଅଫ୍ ଇଣ୍ଡିଆ(ଡିଜିସିଆଇ) Remdesivir ର ବ୍ୟବହାର ଭାରତରେ କୋଭିଡ୍-୧୯ର ଗମ୍ଭୀର ଲକ୍ଷଣ ଥିବା ରୋଗୀ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ତାଙ୍କୁ ଜରୁରୀକାଳୀନ ସ୍ଥିତିରେ ଦେବାର ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀର କହିବା ଅନୁସାରେ, ଡକ୍ଟର ରେଡ୍ଡିଜର Redyx ୧୦୦ ମିଲିଗ୍ରାମର ଛୋଟ ଶିଶିରେ ଉପଲବ୍ଧ ହେବ।


Share It

Comments are closed.