ଡଃ ବାତ୍ରାସ୍ ପକ୍ଷରୁ ‘ହିଲିଙ୍ଗ୍ ପିପୁଲ୍‌, ଚେଞ୍ଜିଙ୍ଗ୍ ଲାଇଫ୍‌’ ପୁସ୍ତକର ଉନ୍ମୋଚନ


ଭୁବନେଶ୍ୱର: ହୋମିଓପାଥିର ସୃଷ୍ଟିକର୍ତା ଡଃ ସାମୁଏଲ୍ ହାନେମନ୍‌ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ଚଳିତ ବିଶ୍ୱ ହୋମିଓପାଥି ଦିବସରେ ଡଃ ବାତ୍ରା ପକ୍ଷରୁ ‘ହିଲିଙ୍ଗ ପିପୁଲ୍‌, ଚେଞ୍ଜିଙ୍ଗ୍ ଲାଇଭ୍‌ସ କଫି ଟେବୁଲ୍ ବୁକ୍‌’ ଶୁଭାରମ୍ଭ କରାଯାଇଛି । ଯାହା ମାଧ୍ୟମରେ ଏହି ପ୍ରାକୃତିକ, ପାଶ୍ୱର୍ପ୍ରତିକ୍ରିୟାମୁକ୍ତ ଓ ମୂଲ୍ୟ ସାପେକ୍ଷ ବିଜ୍ଞାନକୁ ପ୍ରଦର୍ଶିତ କରାଯାଇଛି । ଏଥିସହିତ ହୋମିଓପାଥିର ଖୁସିକୁ ବିସ୍ତାର କରିବା ପାଇଁ ଏହି ବ୍ରାଣ୍ଡ ଆସନ୍ତା ୧୦ରୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ରୋଗୀମାନଙ୍କ ପାଇଁ ମାଗଣା ପରାମର୍ଶ ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଛି । ପ୍ରଦ୍ମଶ୍ରୀ ପୁରସ୍କାରପରାପ୍ତ ତଥା ଡଃ ବାତ୍ରାସ୍ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ପ୍ରତିଷ୍ଠାତା ଡଃ ମୁକେଶ ବାତ୍ରାଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ଲିଖିତ ଏହି ପୁସ୍ତକରେ ୧୦୦ରୁ ଅଧିକ ରୋଗୀଙ୍କ କାହାଣୀକୁ ଉଲ୍ଲେଖ କରାଯାଇଛି । ଯାହାକି ବିରଳ ଓ ଜଟିଳ ରୋଗଗୁଡିକର ଚିକିତ୍ସାରେ ହୋମିଓପାଥିର ପ୍ରଭାବକୁ ଆଲୋକପାତ କରିଛି । ଏହି ପୁସ୍ତକକୁ ଏକ ଇଂଟରାକ୍ଟିଭ୍ ଅନ୍‌ଲାଇନ୍ କନ୍‌ଫରେନ୍ସରେ ମୁଖ୍ୟ ଅତିଥି ତଥା ବଜାଜ ଅଟୋର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ୍ ଓ ଆୟୁଷ ଟାସ୍କଫୋର୍ସର ଅଧ୍ୟକ୍ଷ ଶରଦ ମରାଠେଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି ।
ହୋମିଓପାଥି ସହିତ ନିଜର ଅଭିଜ୍ଞତା ସମ୍ପର୍କରେ ମତ ରଖି ବଜାଜ୍ ଅଟୋର ପରିଚାଳନା ନିର୍ଦ୍ଦେଶକ, \”\”ରାଜୀବ ବଜାଜ କହିଛନ୍ତିଯେ, ଶ୍ରମୋର ନିଜସ୍ୱ ଅଭିଜ୍ଞତାରେ, ମୁଁ ଏକ୍‌ଜିମାରେ ପୀଡିତ ଥିଲି । ଯାହାକୁ ମୁଁ ବର୍ଷ ବର୍ଷ ଆଧୁନିକ ଔଷଧରେ ଚିକିତ୍ସା କରାଇବାକୁ ଚେଷ୍ଟା କରିଥିଲି । କିନ୍ତୁ ୨୦୦୩ରେ ଯେତେବେଳେ ମୁଁ ନିର୍ଣ୍ଣାୟକ ଭାବରେ ହୋମିଓପାଥିକୁ ଚୟନ କଲି ଏହା ଅଳ୍ପ କିଛି ବର୍ଷ ସମୟ ନେଇଥିଲା କିନ୍ତୁ ମୁଁ ମୋ ରୋଗର ସମସ୍ତ ଲକ୍ଷଣରୁ ମୁକ୍ତି ପାଇଥିଲି, ତାହା ମଧ୍ୟ ବିନା କୌଣସି ପାଶ୍ୱର୍ ପ୍ରତିକ୍ରିୟାରେ । ଆୟୁଷରେ ହୋମିଓପାଥିର ଭୂମିକା ସମ୍ପର୍କରେ ଆୟୁଷ ଟାସ୍କଫୋର୍ସର ଅଧ୍ୟକ୍ଷ ଶରଦ ମରାଠେ କହିଛନ୍ତିଯେ, ମୁଁ ମୁମ୍ବାଇଠାରେ ଡଃ ବାତ୍ରାଙ୍କୁ ଭେଟିବାର ସୌଭାଗ୍ୟ ପାଇଥିଲି ଏବଂ ଡଃ ବାତ୍ରା ଓ ତାଙ୍କ କୁଶଳୀ ପେସାଦାରଙ୍କ ଟିମ୍ ଯାହା କରୁଛନ୍ତି ତାହାକୁ ଦେଖିବା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ ଥିଲା । ସେମାନେ କେବଳ ହୋମିଓପାଥିକ୍ ବଟିକା ପ୍ରଦାନ କରୁନାହାନ୍ତି ବରଂ ରୋଗଗୁଡିକୁ ଏକ ବୈଜ୍ଞାନିକ ପଦ୍ଧତିରେ ଚିକିତ୍ସା ମଧ୍ୟ କରୁଛନ୍ତି । ମୁଁ ବିଶ୍ୱାସ କରୁଛି ଯେ ବର୍ତମାନ ସମୟ ଆସିଯାଇଛି, ଭାରତକୁ ଏହାର ସ୍ୱାସ୍ଥ୍ୟସେବା ପାଇଁ ବିଶ୍ୱ ମାନଚିତ୍ରରେ ରଖାଯିବା ଉଚିତ ଯାହା ଗୁଣାତ୍ମକ ଓ ମୂଲ୍ୟ ସାପେକ୍ଷ ଅଟେ ଏବଂ ହୋମିଓପାଥି ହେଉଛି ଏହାକୁ କରିବାର ଏକ ବୃହତ୍ ମାଧ୍ୟମ ।”
ହୋମିଓପାଥିର ସଫଳତା ଉପରେ ଆଲୋକପାତ କରି ଓ ଏହି ପୁସ୍ତକର ଉନ୍ମୋଚନ ଉପରେ ମତ ରଖି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଡଃ ବାତ୍ରାସ୍ ଗ୍ରୁଫ୍ ଅଫ୍ କମ୍ପାନୀଜ୍‌ର ପ୍ରତିଷ୍ଠାତା ଡଃ ମୁକେଶ ବାତ୍ରା କହିଛନ୍ତି, “ଭାରତରେ ହୋମିଓପାଥି କ୍ଷେତ୍ରରେ ଲିଡର୍ ଭାବେ ମୁଁ ‘ହିଲିଙ୍ଗ ପିପୁଲ୍‌, ଚେଞ୍ଜିଙ୍ଗ ଲାଇଭ୍‌ସ’ ପୁସ୍ତକକୁ ଉପସ୍ଥାପନ କରି ଖୁବ୍ ଖୁସି ଅନୁଭବ କରୁଛି ଯାହାକି ହେଉଛି ବିରଳ ଓ ଜଟିଳ ରୋଗ ସମ୍ବନ୍ଧିତ ମାମଲାଗୁଡିକର ଏକ ସମ୍ମିଶ୍ରଣ ଏବଂ ଏହି ରୋଗଗୁଡିକୁ ଆମର ୭ଟି ଦେଶରେ ଥିବା ୪୦୦ରୁ ଅଧିକ ଡାକ୍ତରୀ ଦଳ ସଫଳତାର ସହିତ ଚିକିତ୍ସା କରିଛନ୍ତି ।” ବିଶ୍ୱ ହୋମିଓପାଥି ଦିବସରେ ଆମେ ଚଳିତ ବର୍ଷ ୫୦,୦୦୦ରୁ ଅଧିକ ଅସହାୟ ରୋଗୀଙ୍କୁ ମାଗଣା ହୋମିଓପାଥିକ୍ ଚିକିତ୍ସା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛୁ । ଏଥିସହିତ ଯେହେତୁ ଆମେ କୋଭିଡ୍‌-୧୯ ମହାମାରୀର ୨ୟ ଲହର ସହ ଲଢୁଛୁ ତେଣୁ ଆମେ କ୍ଲିନିକ୍‌କୁ ଆସୁଥିବା ରୋଗୀମାନଙ୍କୁ ଆର୍‌ସେନିକ୍ ଆଲ୍‌ବମ୍ ୩୦ର ମାଗଣା ଡୋଜ୍ ବିତରଣ କରିବାକୁ ନିଷ୍ପତି ନେଇଛୁ ।


Share It

Comments are closed.