ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ଦ୍ୱିତୀୟ ରାଉଣ୍ଡରେ ମୋହସିନ ପରମବାନ୍‌ଙ୍କୁ ଦ୍ୱେତ ବିଜୟ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଚାଲିଥିବା ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଦ୍ୱିତୀୟ ରାଉଣ୍ଡରେ ପରବର୍ତି ପିଢ଼ିର ଚାଳକମାନେ ନିଜର ଚମତ୍କାର ଦକ୍ଷତା ପ୍ରଦର୍ଶନ କରିଥିଲେ । ପୁଣି ଥରେ ମୋହସିନ ପରମବାନ୍ ନିଜର ଏନ୍‌ଏସ୍‌ଏଫ୍‌୨୫୦ଆର୍ ମୋଟୋ-୩ ମେସିନ୍‌କୁ ସଠିକ୍ ଉପଯୋଗ କରି ୮-ଲ୍ୟାପ୍ ବିଶିଷ୍ଟ ରେସ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ କରିଛନ୍ତି ।
ନିଜର ଶାନ୍ତ ଷ୍ଟାଇଲ୍ ସହ ମୋହସିନ୍ ଆରମ୍ଭରୁ ରେସ୍‌ରେ ଆଗରେ ରହିଥିଲେ । ଉଭୟଜାତୀୟ ଓ ଅନ୍ତର୍ଜାତୀୟ ରେସିଂ ଅଭିଜ୍ଞତାକୁ ଉପଯୋଗ କରି ସେ ଦୃଢ଼ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ୧୫:୦୭.୦୧୫ ସମୟରେ ରେସ୍ ଶେଷ କରିବା ସହ ପ୍ରଥମ ଥର ପୋଡିୟମ୍‌ରେ ପହଂଚିଛନ୍ତି । ଏହି ବିଜୟ ସହ ଉଭୟ ରେସ୍‌ରେ ମୋହସିନ୍ ପୋଡିୟମ୍ ଦଖଲ କରିବାର ଗୌରବ ଅର୍ଜନ କରିଛନ୍ତି ।
ଏହି କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୁକାବିଲାରେ ବେଙ୍ଗାଲୁରୁର ଉଭୟ ଯୁବ ଚାଳକ ସାଭିଅନ୍ ସାବୁ ଓ ଏ ଏସ୍ ଜେମ୍‌ସ ସେମାନଙ୍କ ପ୍ରତିଯୋଗିତାପୂର୍ଣ୍ଣଦକ୍ଷତା ପ୍ରଦର୍ଶନ କରିବା ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ଏହି ରେ୍‌ରେ ସାବିଆନ୍ ସାବୁ ୧୫:୦୧.୯୬୫ ସମୟ ନେଇ ରେସ୍ ଶେଷ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ ।
ଗୋଡ଼ରେ ଆଘାତ ସତ୍ୱେ ଏ ଏସ୍ ଜେମ୍‌ସ କୌଣସି ଭୁଲ କରିନଥିଲେ । ଦୃଢ଼ ମନୋଭାବକୁ ନେଇ ସେ ୧୫:୧୫.୯୫୩ ସମୟ ନେଇ ରେସ୍ ଶେଷ କରିବା ସହ ତୃତୀୟ ସ୍ଥାନରେ ରହିଥିଲେ ।
ଦୁର୍ଭାଗ୍ୟବସତଃ ହାଇଦ୍ରବାଦର ଚାଳକ ବିଦାନି ରାଜିନ୍ଦର ଓ ଷ୍ଟିଭ୍ ୱଗ୍ ସୁଗି ଦୁର୍ଘଟଣାଗ୍ରସ୍ତ ହେବାରୁ ରେସ୍ ଶେଷ କରିପାରିନଥିଲେ ।


Share It

Comments are closed.