ଅନ୍ଧାରରେ ସ୍ମାର୍ଟଫୋନ ବ୍ୟବହାର କରନ୍ତୁ ନାହିଁ


ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କିନ୍ତୁ ଆମମାନଙ୍କ ମଧ୍ୟରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ରାତିରେ ଶୋଇବା ପୂର୍ବରୁ ଅନ୍ଧାରରେ ବହୁସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଏପରି କରିବା ଦ୍ୱାରା ଆମ ଆଖି ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏହାକୁ ନେଇ ବହୁ ଗବେଷଣା ମଧ୍ୟ ଅଧ୍ୟୟନ ମଧ୍ୟ ହୋଇସାରିଛି, ଯେଇଁଥିରେ ପ୍ରମାଣିତ ହୋଇଛି ଅନ୍ଧାରରେ ସ୍ମାର୍ଟଫୋନ ସ୍କ୍ରିନରେ କାମ କରିବା କେତେ ବିପଦପୂର୍ଣ୍ଣ ।
ଆମେରିକା ମସ୍କୁଲାର ଡିଜେନେରେସନ ଫାଉଣ୍ଡେସନର ଗବେଷଣା ଅନୁସାରେ ଯଦି ଆମେ ପ୍ରତିଦିନ ଅନ୍ଧାରରେ ୩୦ ମିନିଟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ସ୍କ୍ରିନରେ କାମ କରିବା ତେବେ ଆମ ଆଖି ଡ୍ରାଏ ହୋଇଯିବ । ଆଖି ଡ୍ରାଏ ହେବା ଦ୍ୱାରା ରେଟିନା ଉପରେ ପ୍ରଭାବ ପଡିବ । ଏହି ଅଭ୍ୟାସ ଆମେ ଦୀର୍ଘ ଦିନ ଧରି ଜାରି ରଖିବା ଦ୍ୱାରା ଧୀରେ ଧୀରେ ଆମ ଦୃଷ୍ଟିଶକ୍ତି କମ ହୋଇଯିବ । ଅନ୍ଧାରରେ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା ।
୧. ଦୃଷ୍ଟିଶକ୍ତି କମିଯାଏ – ରାତିରେ ଶୋଇବା ପୂର୍ବରୁ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ଆଖିରେ ରେଟିନା ଉପରେ ଖରାପ ପ୍ରଭାବ ପଡିଥାଏ । ଏହି କାରଣରୁ ଦୃଷ୍ଟିଶକ୍ତି ଦୂର୍ବଳ ହୋଇଥାଏ ।
୨. ନିଦ କମ ହୋଇଥାଏ – ରାତିରେ ଶୋଇବା ପୂର୍ବରୁ ବହୁ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ଶରୀରରେ ମେଲାଟୋନିନ ହର୍ମୋନ ମାତ୍ରା ହ୍ରାସ ପାଇଥାଏ । ଏହି କାରଣରୁ ବହୁ ସମୟ ପର୍ଯ୍ୟନ୍ତ ଆଖିକୁ ନିଦ ଆସେ ନାହିଁ । ଏହା ସହିତ ମାନସିକ ଚାପ ମଧ୍ୟ ବୃଦ୍ଧି ପାଇଥାଏ ।
୩. ମସ୍ତିଷ୍କ ଉପରେ ପ୍ରଭାବ – ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବା ଦ୍ୱାରା ବ୍ରେନ ଟ୍ୟୁମରର ଆଶଙ୍କା ବଢିଯାଏ । ଏହା ଦ୍ୱାରା ସ୍ମୃତିଶକ୍ତି ଦୁର୍ବଳ ହୋଇଥାଏ ।
୪. କ୍ଲାନ୍ତି ଅନୁଭବ – ବଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବା ଦ୍ୱାରା ରାତିରେ ଭଲ ନିଦ ହୁଏ ନାହିଁ । ଏଣୁ ପରବର୍ତ୍ତୀ ଦିନ କ୍ଲାନ୍ତି ଅନୁଭବ ହୋଇଥାଏ ।
୫. ଗ୍ଲୁକୋମା- ଅନ୍ଧାରରେ ଦୀର୍ଘ ସମୟ ଧରି ସ୍ମାର୍ଟଫୋନରେ ବ୍ୟସ୍ତ ରହିବା ଦ୍ୱାରା ଆମ ମସ୍ତିଷ୍କ ପର୍ଯ୍ୟନ୍ତ ସମସ୍ତ ଖବର ପହଞ୍ଚାଉଥିବା ଅପଟିକ୍ସ ତନ୍ତ୍ରିକା ଉପରେ ଖରାପ ପ୍ରଭାବ ପଡିଥାଏ । ଫଳେରେ ଆଖିଡୋଳା ଉପରେ ଚାପ ପଡି ଗ୍ଲୁକୋମା ସମସ୍ୟା ସୃଷ୍ଟି ହୋଇଥାଏ ।


Share It

Comments are closed.