ପୂଜା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଦେଖାଦେଇଥାଏ ଆର୍ଥିକ ସଂକଟ


ପୂଜା ଭାରତୀୟ ସଂସ୍କୃୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପୂଜା କରିବା ସମୟରେ ପୂଜାରେ ବ୍ୟବହୃତ ସାମଗ୍ରୀ ଠାରୁ ଆରମ୍ଭ କରି ପୂଜାର ବିଧିବିଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍ । ବିଶେଷକରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ ଭୂମି ଉପରେ ରଖାଯାଏ ନାହିଁ । ଏହାଦ୍ବାରା ପୂଜାର ଫଳ ନମିଳିବା ସହ ବାସ୍ତୁ ଦୋଷ ବଢିଥାଏ ।

ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋ ଭୂମି ଉପରେ ରଖନ୍ତୁ ନାହିଁ :

ଅନେକ ସମୟରେ ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଭୂମି ଉପରେ ରଖି ଦେଇଥାନ୍ତି । ବାସ୍ତୁ ଅନୁସାରେ ଏହା ଦ୍ବାରା ଘରେ ବାସ୍ତୁ ଦୋଷ ଦେଖାଦେବା ସହ ଚିନ୍ତା ବୃଦ୍ଧି ଏବଂ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ତେଣୁ ତାହାକୁ ସର୍ବଦା ସଫା କପଡା ବା ସଫା ସ୍ଥାନରେ ରଖିବା ଉଚିତ୍ ।

ଭୁଲରେ ସୁଧା ଶିବଲିଙ୍ଗକୁ ଭୂମି ଉପରେ ରଖନ୍ତୁ ନାହିଁ :

ପ୍ରାୟତଃ ଲୋକମାନେ ମନ୍ଦିର ସଫା କରିବା ସମୟରେ ଶିବଲିଙ୍ଗକୁ ଭୂମି ଉପରେ ରଖି ଦେଇଥାନ୍ତି । କିନ୍ତୁ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଭଗବାନ ଶିବଙ୍କର ପ୍ରତୀକ ଶିବଲିଙ୍ଗକୁ ଭୂମି ଉପରେ ନ ରଖି ସଫା କପଡା ଏବଂ ପରିସ୍କାର ଜାଗା ଉପରେ ରଖିବା ଉଚିତ୍ ।

ଭୁଲରେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ ଶଙ୍ଖ :

ଶଙ୍ଖ ବଜାଇବା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏଥିସହିତ ଶଙ୍ଖକୁ ମଧ୍ୟ ମା’ ଲକ୍ଷ୍ମୀଙ୍କର ଭାଇ ମଧ୍ୟ କୁହାଯାଇଥାଏ । ତେଣୁ ଏହାକୁ କେବେ ବି ଭୂମି ଉପରେ ରଖନ୍ତୁ ନାହିଁ । ଏହା କରିବା ଦ୍ବାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଏହାକୁ ବ୍ୟବହାର କରିସାରିବା ପରେ ଠାକୁର ଘରେ ରଖନ୍ତୁ ।

ଫୁଲ, ତୁଳସୀପତ୍ର :

ଭଗବତ ଗୀତା ଅନୁସାରେ, ଦୀପ, ଧୂପ, ଯନ୍ତ୍ର, ଫୁଲ, ତୁଳସୀପତ୍ର, କର୍ପୁର, ଚନ୍ଦନ, ଜପାମାଳ ଆଦି ଜିନିଷ ଅତ୍ୟନ୍ତ ପବିତ୍ର ଅଟେ । ଏହା ପୂଜା ପାଠରେ ବ୍ୟବହୃତ ହେଉଥିବା କାରଣରୁ ଏହାକୁ ଭୂମି ଉପରେ ରଖିବା ଅଶୁଭ କୁହାଯାଏ ।

ପୂଜା ପାଠ ସାମଗ୍ରୀକୁ ଭୂମି ଉପରେ ରଖିବା ଅଶୁଭ :

ପୂଜା ପାଠ ସାମଗ୍ରୀକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ କୁହାଯାଏ । ସେଥିଲାଗି ଏହାକୁ କେବେ ଭୂମି ଉପରେ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଘରେ ବାସ୍ତୁଦୋଷ ଦେଖାଦେବା ସହିତ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଦୀପ, ଫୁଲ, ମାଳ, ଗଙ୍ଗାଜଳ, ଧୂପଦାନୀ ଆଦି ପୂଜା ସାମଗ୍ରୀକୁ ସର୍ବଦା ଥାଳି ମଧ୍ୟରେ ରଖି କୌଣସି ଉଚ୍ଚ ସ୍ଥାନରେ ରଖିବା ଉଚିତ୍ ।

କଳସକୁ ଭୂମି ଉପରେ ରଖିବା ଅଶୁଭ :

ପ୍ରତ୍ୟେକ ପୂଜାରେ କଳସ ସ୍ଥାପନା କରାଯାଇଥାଏ । କୁହାଯାଏ ଏହା ବିନା ପୂଜାର ଫଳ ମିଳି ନଥାଏ । କିନ୍ତୁ ଅନେକ ସମୟରେ ଲୋକ କଳସକୁ ଭୂମି ଉପରେ ରଖିଦେଇଥାନ୍ତି । ଯାହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏଥିସହିତ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଆର୍ଥିକ ଅଭାବ ଦେଖାଦେଇଥାଏ । ତେଣୁ ପବିତ୍ର କଳସକୁ ସବୁବେଳେ ଥାଳିରେ ରଖନ୍ତୁ ।


Share It

Comments are closed.