କରୋନା ସଂକ୍ରମଣକୁ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନକରିବାକୁ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ


କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପରାମର୍ଶ ଦେଇଛି । ଡବ୍ଲ୍ୟୁଏଚ୍‌ଓ ଜରୁରିକାଳୀନ ବିଭାଗ ମୁଖ୍ୟ ଡ. ମାଇକେଲ ରେୟାନ କହିଛନ୍ତି, ଏବେ ଲୋକମାନେ ପରସ୍ପର ଠାରୁ ଦୂରତା ରକ୍ଷା କରନ୍ତୁ । ଆଲିଙ୍ଗନ କରନ୍ତୁ ନାହିଁ । ସାଙ୍ଗ ହୋଇ ଖାଦ୍ୟ ଖାଇବା ଏବଂ ଏକା ସାଙ୍ଗରେ ରହିବା କାରଣରୁ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପୁଛି । ଏଣୁ ଏସବୁ କରିବା ଠାରୁ ମଧ୍ୟ ଲୋକ ଦୂରେଇ ରୁହନ୍ତୁ ।

ନିଜ ପ୍ରିୟଜନଙ୍କୁ ଜୀବିତ ତଥା ସୁସ୍ଥ ଦେଖିବାକୁ ହେଲେ ଏ ସବୁ ନିୟମ ପାଳନ କରିବାକୁ ହେବ ବୋଲି ସେ ଅପିଲ କରିଛନ୍ତି । ଆମେରିକାର ମୃତ୍ୟୁ ହାରକୁ ନେଇ ଚିନ୍ତାପ୍ରକଟ କରି ସେ କହିଛନ୍ତି, ଆମେରିକାରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥାଇ ମଧ୍ୟ ଏଠାରେ କରୋନା ଜନିତ ମୃତ୍ୟୁ ହାର ଯଥେଷ୍ଟ ଅଧିକ ରହିଛି । ପ୍ରତି ୧ ମିନିଟ୍‌ରେ କରୋନା ୨ ଜୀବନ ନେଉଛି । ବିଶ୍ୱର ଏକ-ତୃତୀୟାଂଶ କରୋନା ମାମଲା ଆମେରିକାରୁ ଆସୁଛି । ଏଣୁ ଆମେରିକା ବାସିନ୍ଦା ଏଥିପ୍ରତି ଅଧିକ ଯତ୍ନଶୀଳ ହେବାକୁ ସେ ଅନୁରୋଧ କରିଛନ୍ତି।


Share It

Comments are closed.