ଶନିବାର ଦିନ ଏହିସବୁ ଜିନିଷ କିଣିଲେ ଘରକୁ ମାଡ଼ିଆସିଥାଏ ଦୁର୍ଭାଗ୍ୟ ! ନିଶ୍ଚିତ ଜାଣନ୍ତୁ କଣ ?


ଶନିବାର ଦିନକୁ ନ୍ୟାୟର ଦେବତା ଶନିଦେବଙ୍କ ଦିନ ରୂପେ ବିବେଚନା କରାଯାଏ । ଶନିବାର ଦିନ ସମ୍ପୂର୍ଣ୍ଣ ନିୟମାନୁସାରେ ପୂଜା ଓ ବ୍ରତ ପାଳନ କଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ। ଶନିଙ୍କ କ୍ରୋଧରୁ ବର୍ତ୍ତିବା ଅତ୍ୟନ୍ତ ଜରୁରୀ। ନଚେତ ବ୍ୟକ୍ତି ଉପରେ ଅନେକ ଦୋଷ ଲାଗିଥାଏ। ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ଦ୍ବାରା ଶନିଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ। ଏହିସବୁ ଜିନିଷ କିଣିଲେ କିମ୍ବା ଘରକୁ ଆଣିଲେ ଧନ ହାନି ସହ ଦୁର୍ଭାଗ୍ୟର ସାମ୍ନା ମଧ୍ୟ କରିବାକୁ ପଡିପାରେ।

ତେବେ ଆସନ୍ତୁ ଜାଣିବା ଯେ ଶନିବାର ଦିନ କେଉଁସବୁ ଜିନିଷ କିଣିବା ଅନୁଚିତ :

୧. ଶନିବାର ଦିନ କଳା ରଙ୍ଗର କପଡା କିମ୍ବା କଳା ଜୋତା କିଣିବା ଉଚିତ ନୁହେଁ। ଏହାଦ୍ୱାରା ଶନିଦେବ କ୍ରୋଧିତ ହୋଇଥାନ୍ତି। ଏହାଦ୍ୱାରା ସବୁ କାର୍ଯ୍ୟରେ ଅସଫଳତା ମିଳିଥାଏ ଏବଂ ଭାଗ୍ୟ ମଧ୍ୟ ସାଥ ଦେଇନଥାଏ।

୨. ଶନିବାର ଦିନ ଲୁଣ କିଣିବା ଉଚିତ ନୁହେଁ। ଶନିବାର ଦିନ ଲୁଣ କିଣିଲେ ବ୍ୟକ୍ତି ଋଣି ହୋଇଯାଇଥାଏ ଏବଂ ନାନା ରୋଗ ମଧ୍ୟ ହୋଇଥାଏ ବୋଲି କୁହାଯାଏ।

୩. ଶନିବାର ଦିନ କଳା ରାଶି କିଣିବା ଉଚିତ ନୁହେଁ। ଏହାଦ୍ୱାରା କାର୍ଯ୍ୟରେ ବାଧା ଉପୁଜିଥାଏ।

୪. ଶନିବାର ଦିନ କଇଁଚି କିଣିବା ଉଚିତ ନୁହେଁ। ଏହାଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ କଳହ ଉପୁଜିଥାଏ।

୫. ଶନିବାର ଦିନ ଝାଡୁ ବି କିଣିବା ଉଚିତ ନୁହେଁ। ଶନିବାର ଦିନ ଝାଡୁ କିଣିଲେ ବା ଘରକୁ ଆଣିଲେ ଧନ ହାନି ହୋଇଥାଏ।

୬. ଶନିବାର ଦିନ ଲୁହା ମଧ୍ୟ କିଣିବା ଉଚିତ ନୁହେଁ। ଲୁହା କିଣିଲେ ମଧ୍ୟ ଧନ ହାନି ହୋଇଥାଏ।

୭. ବିଶ୍ୱାସ ରହିଛି, ଶନିବାର ଦିନ ତେଲ ଦାନ କରିବା ଉଚିତ। କିନ୍ତୁ ଶନିବାର ଦିନ ତେଲ କିଣିବା ଉଚିତ ନୁହେଁ।

(ମନେରଖନ୍ତୁ: ଦିଆଯାଇଥିବା ସୂଚନା କେବଳ ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କ ସହ ନିଶ୍ଚିତ ରୂପେ ପରାମର୍ଶ କରନ୍ତୁ)


Share It

Comments are closed.