ଯୌନ ଶୋଷଣ ମାମଲାରେ ଟ୍ରମ୍ପ କହିଲେ, “ସେ ମୋ ଯୋଗ୍ୟର ନୁହନ୍ତି”


ଲେଖିକା ‘ଇ ଜିନ କାରୋଲ’, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଯୌନ ଶୋଷଣକୁ ନେଇ ଅଣାଯାଇଥିବା ଅଭିଯୋଗକୁ ଟ୍ରମ୍ପ ପୁଣି ଥରେ ଖାରଜ କରିଦେଇଛନ୍ତି । ଏହି ଘଟଣାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, “ମୁଁ ତାଙ୍କର ଯୌନ ଶୋଷଣ କରି ନାହିଁ । କାରଣ ସେ ମୋ ଟାଇପର ନୁହନ୍ତି ।”
ପ୍ରକାଶ ଥାଉକି, କାରୋଲ ଏହି ଅଭିଯୋଗ ଆଣିଥିଲେ ଯେ, ୯୦ ଦଶକରେ ଏକ କପଡା ଦୋକାନର ଡ୍ରେସିଙ୍ଗ ଷ୍ଟୋର ଭିତିରେ ଟ୍ରମ୍ପ ତାଙ୍କ ସହ ଯୌନ ଶୋଷଣ କରିଥିଲେ ।
ଏହି ଅଭିଯୋଗକୁ ନେଇ ଟ୍ରମ୍ପ ଏକ ସାକ୍ଷାତକାରରେ କହିଛନ୍ତି ଯେ, “କାରୋଲ ମିଛ କହୁଛନ୍ତି । ଏବଂ ପ୍ରଥମ କଥା ସେ ମୋ ଟାଇପର ନୁହନ୍ତି । ଓ ଦ୍ୱିତୀୟ କଥା ଏହା କେବେବି ହୋଇ ନାହିଁ । ”
ଘଟଣା ସଂପର୍କରେ କହିବାକୁ ଯାଇ କାରୋଲ କହିଛନ୍ତି ଯେ, “ଏହା ୧୯୯୫ ଶେଷ ଏବଂ୧୯୯୬ ଆରମ୍ଭର କଥା ଅଟେ । ଟ୍ରମ୍ପ ମୋତେ ଏକ ଡେସ ପିନ୍ଧିବା ପାଇଁ କହିଥିଲେ ଏବଂ ସେ ସେହି ଡ୍ରେସକୁ କିଣିବା ପାଇଁ ଚାହୁଁଥିଲେ । ସେହି ସମୟରେ ତାଙ୍କ ବିବାହ ‘ମାର୍ଲି ମେପ୍ଲସ’ଙ୍କ ସହ ହୋଇଥିଲା ”


Share It

Comments are closed.