କଣ ଓଜନ ହ୍ରାସ ପାଇଁ ରାତ୍ରି ଭୋଜନ ସ୍କିପ କରିବା ଦ୍ୱାରା ମିଳିଥାଏ ସୁଫଳ?


ଅଧିକାଂଶ ଲୋକେ ନିଜ ବୃଦ୍ଧି ପାଉଥିବା ଓଜନକୁ ନେଇ ଖୁବ୍‌‌ ଚିନ୍ତିତ। ଏଥିପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ଓଜନ ହ୍ରାସ ପାଇଁ ଖାଦ୍ୟରେ ନିୟନ୍ତ୍ରଣ, କିଛି ସ୍ୱତନ୍ତ୍ର ଡାଏଟିଙ୍ଗ୍‌‌ ଆପଣାଇ ଥାଆନ୍ତି। ମାତ୍ର ଅନେକ ସମୟରେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଶରୀରକୁ ଦୁର୍ବଳ ଅନୁଭବ ହେବା ସହ ମସ୍ତିଷ୍କ ଉପରେ ମଧ୍ୟରେ କୁପ୍ରଭାବ ପଡିଥାଏ। ଓଜନ ହ୍ରାସ ପାଇଁ କୌଣସି ଗୋଟିଏ ସମୟର ଭୋଜନ ଆଦୌ ଗ୍ରହଣ କରନ୍ତି ନାହିଁ। କେତେକ ସମୟରେ ଦେଖାଯାଏ, ଓଜନ ହ୍ରାସ ପାଇଁ ଅନେକ ରାତ୍ରି ସମୟରେ ଭୋଜନ ସେବନ କରନ୍ତି ନାହିଁ। ମାତ୍ର ଏଭଳି ନକରିବା ସହ ହାଲୁକା ଭୋଜନ ଗ୍ରହଣ କରନ୍ତୁ।

ରାତିରେ ଯେଉଁମାନେ ଭୋଜନ ଗ୍ରହଣ କରନ୍ତି ନାହିଁ, ପେଟ ଯନ୍ତ୍ରଣା ସହ ପେଟ ଜନିତ ସମସ୍ୟା ହୋଇଥାଏ। ତେବେ ରାତ୍ରିରେ ହାଲୁକା ଭୋଜନ ନିଶ୍ଚୟ ଗ୍ରହଣ କରନ୍ତୁ। ଫଳରେ ଏହା ସହଜରେ ହଜମ ହେବା ସହ ପେଟ ଜନିତ କୌଣସି ସମସ୍ୟା ହୋଇନଥାଏ।

ରାତ୍ରି ଖାଦ୍ୟ ନଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଦୁର୍ବଳ ହୋଇଥାଏ। ପେଟ ଓ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ହେବା ସହ ରୋଗ ଲାଗି ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ମୁଣ୍ଡ ବୁଲାଇବା ସହ କାମ କରିବାର ଆଗ୍ରହ ମଧ୍ୟ କମି ଯାଇଥାଏ। ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।

ରାତିରେ ଖାଦ୍ୟ ନଖାଇବା ଦ୍ୱାରା ଅନିନ୍ଦ୍ରା ସମସ୍ୟା ହୋଇଥାଏ। କାରଣ ରାତି ବଢିବା ସହ ଭୋକର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ପରେ ଏହା ପେଟ ଯନ୍ତ୍ରଣା ବୃଦ୍ଧି କରିଥାଏ। ଭୋକ ଲାଗିବା ଫଳରେ ନିଦ ମଧ୍ୟ ହୋଇନଥାଏ।

ରାତି ଖାଇବା ସହ ପ୍ରୋଟିନ କିମ୍ବା କ୍ଷୀର ପିଇବା ମଧ୍ୟ ଆବଶ୍ୟକ। ଏହା ଶରୀରକୁ ସର୍ବଦା ସୁସ୍ଥ ରଖିଥାଏ।

ରାତିରେ ଖାଦ୍ୟ ନଖାଇଲେ ସକାଳେ ଖୁବ ହାଲିଆ ଅନୁଭବ ହୋଇଥାଏ। କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ।
ଶରୀରରେ ଶର୍କରାର ମାତ୍ରା ପ୍ରଭାବିତ ହେବା ସହ , କୋଲେଷ୍ଟେରୋଲ, ଥାଇରଏଡ଼ର ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ।
ଭୋକ କାରଣରୁ ରାତିରେ ଭଲ ଭାବେ ନିଦ ନହେବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

ଏହାସହ ବିଶେଷଜ୍ଞଙ୍କ ମତରେ ରାତିରେ ଖାଲିପେଟରେ ନ ଶୋଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ।


Share It

Comments are closed.