ବିଆର ଲାଇଫ କଳିଙ୍ଗ ହସ୍ପିଟାଲରେ ଧମନୀରେ ବିରଳ ସ୍ୟୁଡୋଆନ୍ୟୁରିଜିମ୍ ଅସ୍ତ୍ରୋପଚାର


ଭୁବନେଶ୍ୱର: ୪୬ ବର୍ଷୀୟା ମଞ୍ଜୁଲତାଙ୍କୁ ଲଗାତାର ତିନି ମାସ ପର୍ଯ୍ୟନ୍ତ ବେକର ଡାହାଣ ପାଶ୍ୱର୍ରେ ହେଉଥିବା ଅତ୍ୟଧିକ ଯନ୍ତ୍ରଣା କାରଣରୁ ଚିକିତ୍ସା ପାଇଁ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତରଙ୍କ ସହ ପରାମର୍ଶ ପରେ ତାଙ୍କର ଏକ ସିଟି ଆଞ୍ଜିଓଗ୍ରାମ କରାଯାଇଥିଲା ଯେଉଁଥିରେ ତାଙ୍କର ଓସିପିଟାଲ ଧମନୀରେ ଏକ ବିରଳ ସ୍ୟୁଡୋଆନ୍ୟୁରିଜିମ୍ ବଢୁଥିବା ଦେଖାଯାଇଥିଲା । ଏକ ସ୍ୟୁଡୋଆନ୍ୟୁରିଜିମ୍ ହେଉଛି ରକ୍ତର ଏକ ସଂଗ୍ରହ ଯାହାକି ଏକ ଧମନୀର ଦୁଇଟି ବାହ୍ୟ ଆବରଣ ମଧ୍ୟରେ ସୃଷ୍ଟି ହୋଇଥାଏ । ଓସିପିଟାଲ ଧମନୀ ସ୍ୟୁଡୋଆନ୍ୟୁରିଜିମ୍ ଗୁଡିକ ହେଉଛନ୍ତି ଅତ୍ୟନ୍ତ ବିରଳ ଏବଂ ଏହା ଦନ୍ଥରା କିମ୍ବା ଶକ୍ତ ମାନସିକ ଆଘାତ କିମ୍ବା ଆଇଟ୍ରୋଜେନିକ୍ ଆଘାତ କାରଣରୁ ହୋଇଥାଏ ।
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏଭଳି ଏକ ବିରଳ ଅସ୍ତ୍ରୋପଚାରକୁ ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ସିଟିଭିଏସ୍ ନିର୍ଦ୍ଦେଶକ, ଡଃ କରୁଣାକର ପାଢୀଙ୍କ ତତ୍ୱାବଧାନରେ ସଫଳତାର ସହ କରାଯାଇଛି । ସ୍ୟୁଡୋଆନ୍ୟୁରିଜିମ୍‌ର ଆକାର ୧୦ x୧୪ ସେମି ଥିଲା । ଏହି ଫୁଲା ଏକ ପିଣ୍ଡୁଳା ଭଳି ବାହାରକୁ ବଢୁଥିଲା ଓ ଖପୁରୀ ହାଡକୁ ଧୀରେ ଧୀରେ ନଷ୍ଟ କରୁଥିଲା । ରକ୍ତ ବାହିକାରେ ଆଘାତ ଲାଗିଥିବାରୁ ରୋଗୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଯାଇଥିଲା, ଯାହାଫଳରେ ରକ୍ତ ଗୋଟିଏ ସ୍ଥାନରେ ଠୂଳ ହୋଇ ଏକ ଟ୍ୟୁମରର ଆକାର ଧାରଣ କରିଥିଲା ଯାହାକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବାର ଆବଶ୍ୟକତା ଥିଲା ।
ଏହି ଚିକିତ୍ସା ସମ୍ପର୍କରେ ମତ ରଖି ଡଃ କରୁଣାକର ପାଢୀ କହିଛନ୍ତିଯେ, ” ଚିକିତ୍ସା ସମୟରେ ମଞ୍ଜୁଲତାଙ୍କ ଓସିପିଟାଲ ଧମନୀରେ ଏକ ସ୍ୟୁଡୋଆନ୍ୟୁରିଜିମ୍ ବଢୁଥିବା ଜଣାପଡିଥିଲା । ଉକ୍ତ ଟ୍ୟୁମର୍‌କୁ କାଟିଦିଆଯାଇଥିଲା ଯାହା ବେକ ଆଡକୁ ବଢୁଥିଲା । ବାହ୍ୟ ଧମନୀ ଚାପି ହୋଇରହିଥିଲା ଏବଂ ସ୍ୟୁଡୋଆନ୍ୟୁରିଜିମ୍ ଖୋଲି ଯାଇଥିଲା । ପରେ ବ୍ଲଡ଼୍ କ୍ଲଟ ଗୁଡିକୁ ସଫା କରାଯିବା ସହ ବାହାର ଅଂଶରେ ଥିବା ଗ୍ରନ୍ଥିକୁ ହଟାଯାଇ ସିଲେଇ କରାଯାଇଥିଲା । ଏହି ଅସ୍ତ୍ରୋପଚାର ୩ ଘଂଟା ପର୍ଯ୍ୟନ୍ତ ଚାଲିଥିଲା । ରୋଗୀ ଜଣଙ୍କ ଏବେ ସୁସ୍ଥ ହେଉଥିବା ବେଳେ ଖୁବ୍‌ଶୀଘ୍ର ସାଧାରଣ ଜୀବନ ବିତାଇବାକୁ ସକ୍ଷମ ହେବେ ।’
ଓସିପିଟାଲ ଧମନୀ ସ୍ୟୁଡୋଆନ୍ୟୁରିଜିମ୍ ଅତ୍ୟନ୍ତ ବିରଲ ହୋଇଥିବା ପ୍ରତ୍ୟେକ ଚିକିତ୍ସା କ୍ଷମତାର ସାବଧାନତାର ସହ ମୂଲ୍ୟାଙ୍କନ କରାଯିବା ଉଚିତ ଥିଲା । ଏଥିରେ ଅତ୍ୟଧିକ ରକ୍ତସ୍ରାବ ବା ହାମରେଜ୍‌ର ବଡ ରିସ୍କ ରହିଥିଲା, ତେଣୁ ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ସାବଧାନ ରହିବା ଜରୁରୀ ଥିଲା ।
ଡାକ୍ତର ମାନଙ୍କୁ ତଥା ହସ୍ପିଟାଲକୁ ନିଜ ଜୀବନ ବଂଚାଇଥିବା କାରଣରୁ ଧନ୍ୟବାଦ ଜଣାଇ ମଞ୍ଜୁଲତା କହିଛନ୍ତିଯେ, “ମୋ ବେକରେ ଥିବା ବଡ ରକ୍ତ ପିଣ୍ଡୁଳା କାରଣରୁ ମୋତେ ଏହାକୁ ସମସ୍ତଙ୍କଠାରୁ ଲୁଚାଇ ରଖିବାକୁ ପଡୁଥିଲା । ଏହି ପିଣ୍ଡୁଳା ଦ୍ରୁତଗତିରେ ବଢିଚାଲିଥିଲା ଏବଂ ଯନ୍ତ୍ରଣା ମଧ୍ୟ ବଢୁଥିଲା । ବେଳେ ବେଳେ ଯନ୍ତ୍ରଣା ଅସହ୍ୟ ହୋଇପଡୁଥିଲା । ତେବେ ଠିକ୍ ସମୟରେ ହସ୍ପିଟାଲକୁ ଆସି ବିଳମ୍ବ ହେବା ପୂର୍ବରୁ ନିଜର ଚିକିତ୍ସା କରାଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ମୁଁ ଡାକ୍ତର ଓ ଅନ୍ୟ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋର ହସ୍ପିଟାଲ ରହଣୀ ସମୟରେ ଉପଯୁକ୍ତ ଯତ୍ନ ନେଇଛନ୍ତି ଓ ମୋତେ ସହଯୋଗ କରିଛନ୍ତି ।’


Share It

Comments are closed.