ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ଡାକ୍ତରମାନଙ୍କ ଦ୍ୱାରା ବିରଳ ଅସ୍ତ୍ରୋପଚାର


ଭୁବନେଶ୍ୱରର ଏକ ପ୍ରମୁଖ ହସ୍ପିଟାଲ, ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୪୮ ବର୍ଷୀୟା ରୋଗୀଙ୍କ ଗର୍ଭାଶୟରୁ ୮.୩ କେଜିର ଫିବ୍ରଏଡ୍ ଟ୍ୟୁମର ବାହାର କରିବା ପାଇଁ ଏକ ଜଟିଳ ଅସ୍ତ୍ରୋପଚାର କରିଛନ୍ତି । ମହିଳାଙ୍କ ଗର୍ଭାଶୟରେ ଥିବା ଉକ୍ତ ଟ୍ୟୁମର୍‌ର ଆକାର ୨୭ ଙ୍ଘ ୧୫ ଙ୍ଘ ୦୭ ସେମି ଥିଲା । ଏହି ହସ୍ପିଟାଲ ନିଜର ନୂତନ ତଥା ଆଡଭାନ୍ସ ସର୍ଜିକାଲ ଟେକ୍ନୋଲୋଜିର ବ୍ୟବହାର କରି ଏହି ଅସ୍ତ୍ରୋପଚାର କରିଥିଲା ଏବଂ ୟୁରେଟର୍ (ଏକ ବାହକ ଯାହାଦ୍ୱାରା ମୂତ୍ର କିଡନିରୁ ମୂତ୍ରାଶୟକୁ ଯାଇଥାଏ) ଓ ଏକାଧିକ ରକ୍ତବାହକକୁ ପ୍ରଭାବିତ କରୁଥିବା ମହିଳାଙ୍କ ଗର୍ଭାଶୟରେ ଥିବା ଉକ୍ତ ଟ୍ୟୁମର୍‌କୁ ବାହାର କରାଯାଇଥିଲା ।
ଓଡିଶାର ନିମାପଡାସ୍ଥିତ ଶ୍ରୀମତି ବଦାରୁନ୍ ବିବି ତଳ ପେଟରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବା ସହ ପରିସ୍ରା ସମୟରେ କଷ୍ଟ ଅନୁଭବ କରିବା, ଅନିୟମିତ ରକ୍ତସ୍ରାବ ଭଳି ସମସ୍ୟା ଭୋଗୁଥିଲେ ଏବଂ ତାଙ୍କ ତଳ ପେଟର ଆକାର ଗତ ୩ ମାସ ହେବ ଲଗାତାର ବଢିବାରେ ଲାଗିଥିଲା । ତାଙ୍କ ପେଟରେ ଏକ ବଡ ଟ୍ୟୁମର୍ ରହିଥିବା ସମ୍ପର୍କରେ ଜାଣିନଥିବା ବଦାରୁନ୍ ବିବିଙ୍କୁ ପରିସ୍ରା ସମୟରେ କଷ୍ଟ ହେଉଥିବା କାରଣରୁ ଚିକିତ୍ସା ପାଇଁ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲକୁ ଅଣାଯାଇଥିଲା । ତାଙ୍କ ଗର୍ଭାଶୟ ଓ ପେଲ୍‌ଭିକ୍‌ର ଏମ୍‌ଆର୍‌ଆଇ ପରେ ତଳ ପେଟରେ ଏକ ବଡ ଟ୍ୟୁମର୍ ରହିଥିବା ଜଣାପଡିଥିଲା ।
ଏହି ଜଟିଳ ଅସ୍ତ୍ରୋପଚାର ସମ୍ପର୍କରେ ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡଃ ରଶ୍ମୀ ଇଶ୍ୱର ହେଗ୍‌ଡେ କହିଛନ୍ତି ଯେ, “ରୋଗୀ ଜଣଙ୍କ ମୋଟା ଓ ହାଇପୋଥାଇରଏଡ୍ ଥିଲେ । ଆମେ ପ୍ରଥମେ ତାଙ୍କର ମେଦବହୁଳତାକୁ କମ୍ କରିଥିଲୁ ଓ ତାହାକୁ ସ୍ଥିର ରଖିଥିଲୁ । ଟ୍ୟୁମର୍‌ରୁ ୟୁରେଟର୍ ଉପରେ ଚାପ ପଡିବା କାରଣରୁ ତାଙ୍କଠାରେ ବାଇଲାଟେରାଲ ହାଇଡ୍ରୋନେଫ୍ରୋସିସ୍ ବିକଶିତ ହୋଇଥିଲା ଯେଉଁ କାରଣରୁ ମୂତ୍ର କିଡ୍‌ନିରୁ ମୂତ୍ରାଶୟରେ ପହଂଚିପାରୁନଥିଲା । ୨୭ ଙ୍ଘ ୧୫ ଙ୍ଘ ୦୭ ସେମିର ଟ୍ୟୁମର୍ ୟୁରେଟର୍ ଓ ଏକାଧିକ ରକ୍ତବାହିକାକୁ ଭିତରକୁ ଟାଣି ନେଇଥିଲା । ୟୁରୋଟରକୁ ଟ୍ୟୁମର୍‌ରୁ ଅଲଗା କରିବା ଖୁବ୍ ଜଟିଳ ଥିଲା, ତେଣୁ ଆମେ ବାଇଲାଟେରାଲ ସାଲପିଙ୍ଗୋ-ଓଓଫୋରେକ୍ଟୋମି ସହ ସମ୍ପୂର୍ଣ୍ଣ ଆବଡୋମିନାଲ ହିଷ୍ଟେରେକ୍ଟୋମି କରିଥିଲୁ ଏବଂ ଟ୍ୟୁମରକୁ ପୁଣିଥରେ ଫେରିବାରୁ ରୋକିବା ପାଇଁ ଉଭୟ ଟ୍ୟୁମର ଓ ଗର୍ଭାଶୟକୁ ବାହାର କରିଥିଲୁ । ଯଦି ଏହାର ଚିକିତ୍ସା କରାଯାଇନଥାନ୍ତା ତେବେ ଟ୍ୟୁମର୍‌ଟି ମହିଳାଙ୍କ ଶରୀରର ଏକାଧିକ ଅଙ୍ଗକୁ କ୍ଷତି ପହଂଚାଇବା ସହ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।”
ୟୁଟେରାଇନ୍ ଫିବ୍ରଏଡ୍‌ଗୁଡିକ ହେଉଛି ଅଣ-କ୍ୟାନ୍ସରଯୁକ୍ତ ଟ୍ୟୁମର ଯାହା ଗର୍ଭରେ ଥିବା ମାଂସପେଶୀର ଆବରଣରୁ ବଢିଥାଏ । ପ୍ରଜନନ ବର୍ଷ ସମୟରେ ଫିବ୍ରଏଡ୍ ହେବା ଏକ ସାଧାରଣ କଥା ହୋଇଥାଏ ଏବଂ ଏହା ୩୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୩୦% ମହିଳାଙ୍କୁ ଓ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ୨୦ରୁ ୫୦% ମହିଳାଙ୍କୁ ପ୍ରଭାବିତ କରିଥାଏ । ତେବେ ଫିବ୍ରଏଡ୍ ହେବାର କାରଣ ଅସ୍ପଷ୍ଟ ରହିଛି କିନ୍ତୁ ଶରୀରରେ ଏଷ୍ଟ୍ରୋଜେନ୍‌ର ସ୍ତର ଅଧିକ ରହିଲେ ଫିବ୍ରଏଡ୍ ବିକଶିତ ହେଉଥିବା କୁହାଯାଏ । ଏହାର ଲକ୍ଷଣଗୁଡିକ ହେଉଛି ବାରମ୍ବାର ପରିସ୍ରା ଲାଗିବା, ତଳ ପିଠିରେ ଯନ୍ତ୍ରଣା ହେବା, ମଳକଣ୍ଟକ, ଆନେମିଆ କାରଣରୁ ହେଉଥିବା ଯନ୍ତ୍ରଣାଦାୟକ ଗର୍ଭାଶୟ ରକ୍ତସ୍ରାବ ଓ ଅଧିକ ବଡ ଫିବ୍ରଏଡ୍ ଥିଲେ ତଳ ପେଟରେ ଯନ୍ତ୍ରଣା ଅନୁଭବ ହେବା ।
ତାଙ୍କ ଜୀବନ ବଞ୍ଚାଇଥିବାରୁ ଡାକ୍ତର ଓ ହସ୍ପିଟାଲକୁ ଧନ୍ୟବାଦ ଜଣାଇ ବଦାରୁନ୍ ବିବି କହିଛନ୍ତି ଯେ, “ଏତେ ବର୍ଷ ପର୍ଯ୍ୟନ୍ତ ମୋ ପେଟରେ ଏକ ବଡ ଟ୍ୟୁମର୍ ରହିଥିବା ସମ୍ପର୍କରେ ମୁଁ କିଛି ବି ଜାଣିନଥିଲି । ଅନେକ ଦିନ ହେବ ମୁଁ ତଳ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲି ଓ ଏହାକୁ ଅଣଦେଖା କରିଚାଲିଥିଲି । କିନ୍ତୁ ହସ୍ପିଟାଲର ଡାକ୍ତରମାନେ ଓ ଅନ୍ୟ କର୍ମଚାରୀମାନେ ମୋର ବାସ୍ତବ ସମସ୍ୟାକୁ ଚିହ୍ନଟ କରି ଯତ୍ନର ସହ ଚିକିତ୍ସା କରାଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।”


Share It

Comments are closed.