ସଙ୍ଗୀତର କରାମତି ଆପଣ ଜାଣନ୍ତି କି?


ଶ୍ରୁତମଧୁର ସଙ୍ଗୀତ ଶୁଣିବା କାହାକୁ ଭଲ ନଲାଗେ ? ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ସଙ୍ଗୀତ ତାଳେ ତାଳେ ଲୟ ଜାଣିଥିବା ସତ୍ତେ୍ୱ ୯୨ % ପ୍ରତିଶତ ଲୋକ ଗୁଣଗୁଣ ହୋଇ ଗୀତ ଗାଇଥାନ୍ତି । ମାତ୍ର ୨ % ଲୋକ ଗୀତ ଗାଇବାକୁ ଉଚିତ ମଣନ୍ତିନାହିଁ । କାରଣ ଏମାନଙ୍କ ଶରୀର ଗଠନ ହିଁ ସେହିପରି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

୧. ଗୀତକାର ହେଉ କି ଗାୟକ, ଏମାନଙ୍କର ସବୁଠାରୁ ଉତ୍ତମ ଗୁଣ ହେଲା ଏହି ବର୍ଗର ଲୋକ କୌଣସି କଥା ପାଇଁ ଏତେ ବିବ୍ରତ ହୁଅନ୍ତି ନାହିଁ ।
୨. ସୁମଧୁର ସଙ୍ଗୀତଟିଏ ଶୁଣିଲେ ଆମ ମସ୍ତିଷ୍କରୁ ଡୋପାମାଇନ ନାମକ ରାସାୟନ ତତ୍ତ୍ୱ ନିର୍ଗତ ହୋଇଥାଏ । ଏହ ତତ୍ତ୍ୱ କାରଣରୁ ଅନେକ ସମୟରେ ମଣିଷ ଗୀତ ଶୁଣିବା ସମୟରେ କାନ୍ଧିପକାଇଥାଏ ।
୩. ଗୀତ ନିୟମିତ ଶୁଣିଲେ ତାହା ମସ୍ତିଷ୍କକୁ କାର୍ଯ୍ୟକ୍ଷମ କରେ ବୋଲି ଜାପାନ ଏକ ବିଶେଷଜ୍ଞ ଦଳ ୨ ଲକ୍ଷ ଲୋକଙ୍କ ଉପରେ ପରୀକ୍ଷା କରି ଏହି ତଥ୍ୟକୁ ପ୍ରମାଣିତ କରିଥିଲେ ।
୪. ଯେପରି କିଛି ଖାଦ୍ୟ ଖାଇଲେ ତାହାର ସ୍ୱାଦ ଆମ ଜିଭ ଜାଣିପାରେ, ଠିକ ସେହିପରି ଜଣେ ମନପସନ୍ଦର ଗୀତଟିଏ ଶୁଣିଲେ ହିଁ ଜଣେ ବ୍ୟକ୍ତି ଉଲ୍ଲସିତ ହୋଇଉଠେ ।
୫. ବ୍ୟାୟାମ କରୁଥିବା ସମୟରେ ଗୀତ ଶୁଣୁଥିବାର ଅଭ୍ୟାସ ରଖୁଥିବା ବ୍ୟକ୍ତିମାନେ ଅଧିକ ସମୟ ବ୍ୟାୟାମ କରୁଥିବାର ଦେଖାଯାଇଛି ।
୬. ହୃତ ସ୍ପନ୍ଦନର ଗତି ମଧ୍ୟ ଭିନ୍ନଭିନ୍ନ ପ୍ରକାର ଗୀତର ତାଳରେ ପରିବର୍ତ୍ତିତ ହେଉଥିବାର ପରୀକ୍ଷାରୁ ଜଣାପଡିଛି ।
୭. ପାର୍କିନେସନ ରୋଗୀଙ୍କ ନିମନ୍ତେ ସଙ୍ଗୀତ ହେଉଛି ଶ୍ରେଷ୍ଠ ଉପଚାରା ସଂଖ୍ୟାଧିକ ରୋଗୀ ଏହି ମହୌଷଧିରେ ଆରୋଗ୍ୟ ହେଉଥିବାର ପ୍ରକାଶିତ ।
୮. ଗାୟକ ବର୍ଗର ଲୋକଙ୍କ ସ୍ମୃତିଶକ୍ତି ପ୍ରଖର । ସେ ୮୦ ବର୍ଷରେ ପହଞ୍ଚିବା ପରେ ଏମାନଙ୍କ ସ୍ମୃତଶକ୍ତିିରେ କୌଣସି ପ୍ରଭାବିତ ହୋଇନଥାଏ ।
୯.   ମନ ଖୁସି ରଖିବାକୁ ରୀତିମତ ସଙ୍ଗୀତ ଶୁଣିବା ସବୁଠୁ ଉତ୍ତମ ଉପଚାର ବୋଲି ବିଶେଷଜ୍ଞଙ୍କ ମତ ।

Share It

Comments are closed.