ଶିଳ୍ପା ଶେଟ୍ଟୀ କାହିଁକି ଦେଖାଯାନ୍ତି ଏତେ ସୁନ୍ଦର ଓ ଫିଟ ଆପଣ ଜାଣିଛନ୍ତି କି ?


ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବୟସ ୪୦ ରୁ ଅଧିକ ହେବା ସତ୍ତେ୍ୱ ତାଙ୍କର ସୌନ୍ଦର୍ଯ୍ୟର ଚର୍ଚ୍ଚା ସବୁଆଡ଼େ । ସୌନ୍ଦର୍ଯ୍ୟ ସହିତ ଫିଟନେସରେ ମଧ୍ୟ ସେ ଜଣେ ଆଗଧାଡ଼ିର ନାୟିକା ରହିପାରିଛନ୍ତି । ନିଜର ସ୍ୱାସ୍ଥ୍ୟ, ଆକର୍ଷଣୀୟ ଚେହେରା ଏବଂ ଯୋଗ ପାଇଁ ତାଙ୍କର ଏକ ଭିନ୍ନ ପରିଚୟ ରହିଛି । ଯୋଗ କରିବା ସହିତ ସଠିକ୍ ଲାଇଫ ଷ୍ଟାଇଲ ଉପରେ ବିଶ୍ୱାସ କରୁଥିବା ଶିଳ୍ପା ଶେଟ୍ଟୀ ଡ଼ାଏଟିଂରେ ଆଦୌ ବିଶ୍ୱାସ କରନ୍ତି ନାହିଁ । ଶିଳ୍ପା ପ୍ରୋଟିନଯୁକ୍ତ ଖାଦ୍ୟ ଯେପରିକି ବ୍ରାଉନ ବ୍ରେଡ଼, ବ୍ରାଉନ୍ ରାଇସ୍, ବ୍ରାଉନ୍ ସୁଗାର, ବ୍ରାଉନ୍ ପାସ୍ତା ଏବଂ ପ୍ରୋଟିନ୍ ସେକ୍ ଇତ୍ୟାଦି ଗ୍ରହଣ କରିଥାନ୍ତି । ସାଧାରଣ ଚାହା ବଦଳରେ ସେ ଗ୍ରୀନ୍ ଟିକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । କିନ୍ତୁ ରବିବାର ଶିଳ୍ପା ନିଜ ପସନ୍ଦର ଖାଇବା ଗ୍ରହଣ କରିଥାନ୍ତି । ସେ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ସର୍ବଦା ଉଷୁମ୍ ପାଣି ହିଁ ପିଇଥାନ୍ତି । ସକାଳୁ ସକାଳୁ ଆଲୋଭେରା ଜୁସ୍ ପିଇବା ସହିତ ରାତି ଆଠଟା ପରେ କୌଣସିବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ ।


Share It

Comments are closed.