ହେୟାର କଲର୍ କରୁଥିଲେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ଏହି ସବୁ ଜିନିଷ ଉପରେ


ପୂର୍ବରୁ କେବଳ ଧଳା କେଶ ଲୁଚାଇବାକୁ ଲୋକମାନେ ହେୟାର କଲର୍ କରୁଥିଲେ କେନ୍ତୁ ଏବେ କେଶକୁ କଲର୍ କରିବା ଫେସନ୍‌ର ଅଂଶ ହୋଇଗଲାଣି । ଆଜିକାଲି ଯୁବବର୍ଗ କେଶରେ ଅଲଗା ଅଲଗା ରଙ୍ଗର ଏକ୍ସପେରିମେଣ୍ଟ କରିବାର କ୍ରେଜ୍ ଖୁବ ଦେଖିବାକୁ ମିଳୁଛି । କେଶକୁ ବ୍ଳଣ୍ଡ ଠାରୁ ନିଅନ୍ ସେଡ୍ ଦେବା ଟ୍ରେଣ୍ଡ ଅଧିକ ଚାଲିଛି, ଯାହାକୁ ବେଶ ଫଲୋ କରା ଯାଉଛି । କିନ୍ତୁ ଅନେକ ସମୟରେ ଲୋକମାନେ କେଶକୁ କଲର କରିସାରିବା ପରେ କେଶର ଯତ୍ନ ନେବା ଭୁଲି ଯାଇଥାନ୍ତି, ଯାହା ଫଳରେ କେଶ ଶୁଖିଲା ଏବଂ ଡ୍ୟାମେଜ୍ ହେବାକୁ ଲାଗେ । ବୋଲ୍ଡ କଲର୍ ପାଇବା ପାଇଁ ହାର୍ଡ କେମିକାଲ୍ ଯୁକ୍ତ ପ୍ରଡକ୍ଟର ବ୍ୟବହାର କରାଯାଏ, ସେଥିଲାଗି ଯଦି କେଶ କଲର, କରିବାର ଅଛି ତେବେ ତାହାର ଯତ୍ନ ନେବା ନିହାତି ଆବଶ୍ୟକ ।

କୌଣସି ଅଣପେଶାଦାର ହେୟାର ଡିଜାଇନରଙ୍କ ନିକଟରେ କିମ୍ବା ନିଜେ କଲର୍ କରିବା ସବୁଠାରୁ ବଡ ଭୁଲ୍ । ଏହି କାମ ପାଇଁ ସର୍ବଦା ହେୟାର ଏକ୍ସପର୍ଟଙ୍କର ସହାୟତା ନେବା ଆବଶ୍ୟକ । କାରଣ ଏକ୍ସପର୍ଟଙ୍କୁ ଏହି କାମ ବିଷୟରେ ଭଲ ଭାବରେ ଜଣାଥାଏ , ଯେପରିକି ଆପଣଙ୍କ କେଶରେ କେଉଁ କଲର ସୁଟ୍ କରିବ , ଆପଣଙ୍କ କେଶର ଟେକ୍ସଚର କଣ , କଲରକୁ କେମିତି ଆଉ କେତେ ସମୟ ପର୍ଯ୍ୟନ୍ତ ଲଗାଇବା ଆବଶ୍ୟକ ଏବଂ ଏହା ପରେ କିପରି କେଶର ଯତ୍ନ ନେବା ଆବଶ୍ୟକ ଇତ୍ୟାଦି ।

ହେୟାର କଲର୍ କରିବା ପରେ ତାହାର ଯତ୍ନ ନେବା ଜରୁରୀ । ତାହା କିପରି ଅଧିକ ଦିନ ପର୍ଯ୍ୟନ୍ତ ରହିବ ସେଥିଲାଗି ଏକ୍ସପର୍ଟ କହିବା ଅନୁଯାୟୀ ସ୍ୟାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିବା ଆବଶ୍ୟକ । ଅଧିକ ମାତ୍ରାରେ ହାର୍ଡ କେମିକାଲ ଯୁକ୍ତ ସ୍ୟାମ୍ପୁ ବ୍ୟବହାରରୁ ଦୂରେଇ ରୁହନ୍ତୁ, କାରଣ ଏହାଦ୍ୱାରା କଲର ଛାଡି ଯାଇଥାଏ ।

ଯଦି ନୂଆନୂଆ କଲର କରିଥିବେ ତେବେ ଖରାରୁ କେଶକୁ ବଞ୍ଚାଇ ରଖିବେ କାରଣ ଏହାଦ୍ୱାରା ହେୟାର କଲର ଶୀଘ୍ର ଛାଡି ଯାଇଥାଏ । ଯଦି ବାହାରକୁ ଯାଉଛନ୍ତି ତେବେ ସ୍କାର୍ଫ ରେ କେଶକୁ ଘୋଡାଇ ରଖନ୍ତୁ । ଡ୍ରାୟର ଷ୍ଟେଟନର, ହଟ୍ ରୋଲର ଭଳି ହିଟିଙ୍ଗ୍ ହେୟାର ପ୍ରଡକ୍ଟର ବ୍ୟବହାରରୁ ଦୂରେଇ ରୁହନ୍ତୁ ।

ଗାଧୋଇବା ପୂର୍ବରୁ ଯଦି ଆପଣ ତେଲ ଲଗାଉଥିବେ ତେବେ କେଶରେ ନଡ଼ିଆ ତେଲ ଲଗାନ୍ତୁ ଯେପରିକି କଲର ଖରାପ ନହେବ ।

କେମିକାଲ୍ ଯୁକ୍ତ ହେୟାର କଲର କରିବା ପରେ କେଶ ଶୁଖିଲା ହେବା ସ୍ୱଭାବିକ ତେଣୁ ଏଥିଲାଗି ନିୟମିତ ହେୟାର ସ୍ପା କରିବାକୁ ପରାମର୍ଶ ଦିଆ ଯାଇଥାଏ । ଏହାଦ୍ୱାରା କେଶକୁ ପୋଷଣ ମିଳିଥାଏ । ହେୟାର ସ୍ପା ଦ୍ୱାରା କେଶର ଭଲ ମସାଜ୍ ହୋଇଥାଏ ଯେଉଁଥିରେ କେଶ ସାଇନ୍ ଏବଂ ସ୍ମୁଥନେସ ରହିଥାଏ । କେଶ ଧୋଇବା ପାଇଁ ସର୍ବଦା ଥଣ୍ଡା ପାଣି ବ୍ୟବହାର କରିବା ଆବଶ୍ୟକ ।

. କେଶରେ ନିୟମିତ ହେୟାର ସେରମ୍ ଲଗାନ୍ତୁ ।

. ଏମୋନିଆ ଏବଂ କେମିକାଲ୍ ଫ୍ରି ସ୍ୟାମ୍ପୁ, କଣ୍ଡିସନର ବ୍ୟବହାର କରନ୍ତୁ ।

. ସପ୍ତାହରେ ଥରେ କିମ୍ବା ଦୁଇଥର ହାଲୁକା ଅଲିଭ୍ ଅଏଲ କିମ୍ବା ଅନ୍ୟ ହେୟାର ଅଏଲ ରେ କେଶକୁ ମସାଜ୍ କରନ୍ତୁ । ପ୍ରତ୍ୟେକ ଦିନ କେଶକୁ ଧୁଅନ୍ତୁ ନାହିଁ ।

ଆପଣ ଘରେ ମଧ୍ୟ ହେୟାର ମାସ୍କ କରି ଲଗାଇପାରିବେ । ଏଥିପାଇଁ ଦୁଇଟି କଦଳୀ, ସେଥିରେ କିଛି ମହୁ, ଘିକୁଆଁରୀ , କ୍ଷୀର, ଅଣ୍ଡା, ବାଦାମ କିମ୍ବା ନଡ଼ିଆ ତେଲ ମିଶାଇ ୧୫ ରୁ ୩୦ ମିନିଟ ପରେ କେଶରେ ଲଗାଇ ଧୋଇଦିଅନ୍ତୁ ।

ହେୟାର କଲର୍ କରିବା ପୂର୍ବରୁ କଲରକୁ ହାତ ଉପରେ କିଛି ସମୟ ଲଗାଇ ତାହାକୁ ଟେଷ୍ଟ କରନ୍ତୁ ଯାହାଫଳରେ , କଲର ରିଆକ୍ଟ କରୁଛି କି ନାହିଁ ଜଣାପଡ଼ିଯିବ ।


Share It

Comments are closed.