ସ୍କିନ ଏବଂ କେଶକୁ ସୁସ୍ଥ ରଖିବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ବିଶେଷ ଉପାୟ


ଆଗକାଳରେ ଲୋକମାନେ ରୂପଚର୍ଯ୍ୟା ପାଇଁ ପ୍ରାକୃତିକ ଉପଚାରର ବ୍ୟବହାରକୁ ଅଧିକ ଗୁରୁତ୍ବ ଦେଉଥିଲେ । କିନ୍ତୁ ବର୍ତମାନ ସମୟରେ ପ୍ରଦୂଷିତ ପରିବେଶ, ଅସ୍ୟାସ୍ବସ୍ଥ୍ୟକର ଖାଦ୍ୟ ଏବଂ ବିଭିନ୍ନ କେମିକାଲ ଯୁକ୍ତ ବିୟୁଟି ପ୍ରଡକ୍ଟର ବ୍ୟବହାର ଯୋଗୁଁ ଯୁବୋଗୋଷ୍ଠୀଙ୍କ ପାଇଁ ସ୍କିନ ସମସ୍ୟା ଚିନ୍ତାର କାରଣ ପାଲଟିଛି । ଏପରିକି ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସେମାନେ ସର୍ଜରୀ କରିବାକୁ ମଧ୍ୟ ପଛାଉନାହାଁନ୍ତି । ଆମେ ବିଶେଷତଃ ଦିନରେ ନିଜ ସ୍କିନର ଯତ୍ନ ନେଇଥାଉ । କିନ୍ତୁ ରାତିରେ ଏଥିପ୍ରତି ଅଧିକ ଧ୍ୟାନ ଦେଇନଥାଉ । ତେଣୁ ସ୍କିନ ଏବଂ କେଶକୁ ସୁସ୍ଥ ରଖିବା ପାଇଁ, ଆପଣ ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ ଟିପ୍ସ ଅନୁସରଣ କରିପାରିବେ । ତେବେ ଚାଲନ୍ତୁ ଜାଣିବା ରାତିରେ ସ୍କିନ ଯତ୍ନ ନେବା ପାଇଁ କିଛି ଟିପ୍ସ ବିଷୟରେ।

ଶୋଇବା ପୂର୍ବରୁ ଲଗାନ୍ତୁ ଫେସ୍ ପ୍ୟାକ୍ :

ଏଥିପାଇଁ ଏକ ପାତ୍ରରେ ୪ ଚାମଚ ଆଲୋଭେରା ଜେଲ୍, ୧ ଚାମଚ ଜୋଜୋବା ତେଲ, ୧/୨ ଚାମଚ ହଳଦୀ ପାଉଡର ଏବଂ ୨-୩ ବୁନ୍ଦା କୌଣସି ଅତ୍ୟାବଶ୍ୟକ ତେଲ ମିଶାନ୍ତୁ । ପ୍ରସ୍ତୁତ ପେଷ୍ଟକୁ ହାଲୁକା ହାତରେ ମୁହଁ ଏବଂ ବେକରେ ଲଗାନ୍ତୁ । ତା’ପରେ ଶୋଇବାକୁ ଯାଆନ୍ତୁ । ସକାଳେ ପାଣିରେ ଭଲ ଭାବରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଡେଡ୍ ସ୍କିନ୍ ସେଲ୍ସକୁ ଭଲ କରିବା ସହିତ ଚର୍ମକୁ ଭିତରୁ ପୋଷଣ ଦେଇଥାଏ ।

ବ୍ରଣ ସମସ୍ୟା ପାଇଁ :

ଏଥିପାଇଁ ଏକ ପାତ୍ରରେ ୪ ଚାମଚ ଆଲୋଭେରା ଜେଲ୍ ଏବଂ ୨-୩ ବୁନ୍ଦା ଟୀ- ଟ୍ରୀ ଅଏଲ୍ ମିଶାନ୍ତୁ । ଏହି ପେଷ୍ଟକୁ ୫ ମିନିଟ୍ ପାଇଁ ମୁହଁରେ ମାଲିସ୍ କରିବା ପରେ ଶୋଇପଡନ୍ତୁ । ସକାଳେ ସତେଜ କିମ୍ବା ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହାକୁ କିଛି ଦିନ କ୍ରମାଗତ ଭାବରେ ଲଗାଇଲେ ମୁହଁରେ ଦାଗ, ବ୍ରଣ ଇତ୍ୟାଦି ସମସ୍ୟା ଦୂର ହୋଇଥାଏ ।

ଘନ ଏବଂ ସୁନ୍ଦର କେଶ ପାଇଁ :

ଏଥିପାଇଁ ଏକ ପାତ୍ରରେ ୧/୪ କପ୍ ଆଲୋ ଭେରା ଜେଲ୍, ୧ କପ୍ ପିଆଜ ରସ ଏବଂ ୧୦ ଟି ବୁନ୍ଦା ଆପଣଙ୍କ ପ୍ରିୟ ତେଲ ମିଶାନ୍ତୁ । ପ୍ରସ୍ତୁତ ମିଶ୍ରଣକୁ କେଶରେ ମାଲିସ୍ କରନ୍ତୁ । ପରେ, କେଶକୁ ସାୱାର କ୍ୟାପରେ ଘୋଡାଇ ଶୋଇପଡନ୍ତୁ । ଏହାକୁ ସପ୍ତାହରେ ୨ ଥର ଲଗାଇଲେ କେଶ ଝଡ଼ିବାର ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହିତ କେଶ ମଧ୍ୟ ମୋଟା ଏବଂ ନରମ ହୋଇଥାଏ ।

ପାଦ ଫାଟୁଥିଲେ :

ଏକ ପାତ୍ରରେ ୨ ଚାମଚ ଶିଆ ବଟର ଏବଂ ୩ ଚାମଚ ଆଲୋ ଭେରା ଜେଲ୍ ମିଶାନ୍ତୁ । ପ୍ରସ୍ତୁତ ପେଷ୍ଟକୁ ପାଦରେ ମାଲିସ୍ କରି ଲଗାନ୍ତୁ । ଏହାକୁ ରାତିରେ ଛାଡିଦିଅନ୍ତୁ । ସକାଳେ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାକୁ କରିବା ଦ୍ୱାରା ପାଦ ଫାଟୁଥିବା ସମସ୍ୟା ଦୂର ହୋଇଥାଏ ।


Share It

Comments are closed.