ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ ହେଲେ କାର୍ତ୍ତିକ


ବିସିସିଆଇ ଗତ କାଲି ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଆଗାମୀ ୫ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା କରିଛନ୍ତି । ବିସିସିଆଇ ପକ୍ଷରୁ ଚୟନ ହୋଇଥିବା ଏହି ଦଳରେ ନିୟମିତ ଅଧିନାୟକ ବିରାଟ କୋହିଲ ପ୍ରତ୍ୟାବର୍ତ୍ତନ କରିଛନ୍ତି ଯିଏକି ଗତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ୩ଦିନିକିଆ ଖେଳି ବିଶ୍ରାମ ନେଇଥିଲେ ।
ବିସିସିଆଇ ଆଗାମୀ ବିଶ୍ୱକପକୁ ଆଖିରେ ରଖି ପ୍ରସ୍ତୁତି ସ୍ୱରୁପ ଦିନିକିଆ ଏବଂ ଟି-୨୦ ପାଇଁ ଭିନ୍ନ ଭିନ୍ନ ଦଳ ଚୟନ କରିଛି । ତେବେ ସବୁଠାରୁ ମୁଖ୍ୟକଥା ହେଲା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଦଳରେ ସାମିଲ ଥିବା ଦିନେଶ କାର୍ତ୍ତିକଙ୍କୁ ଦିନିକିଆ ସିରିଜରୁ ବାଦ ହେବାକୁ ପଡିଛି । ତାଙ୍କୁ କେବଳ ଟି-୨୦ ସିରିଜରେ ସାମିଲ କରାଯାଇଛି ।
ତେବେ ଚୟନ ହୋଇଥିବା ଏହି ଦଳ ମଧ୍ୟରେ ରହିଛନ୍ତି । ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାଇଡୁ, କେଦାର ଯାଦବ, ମହେନ୍ଦ୍ରସିଂହ ଧୋନି , ରିଷଭ ପନ୍ତ, ବିଜୟ ଶଙ୍କର, ହାର୍ଦିକ ପାଣ୍ଡିଆ, ଯଶପ୍ରୀତ ବୁମରା, ମହମ୍ମଦ ଶାମୀ, ସିଦ୍ଧାର୍ଥ କୋଲ, କୁଲଦୀପ ଯାଦବ ଏବଂ ଚହଲ ।


Share It

Comments are closed.