୩୭ ବର୍ଷରେ ଦଳକୁ କମବ୍ୟାକ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଦୀନେଶ କାର୍ତ୍ତିକ


ଆଇପିଏଲ ପରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କେଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଛି । ସବୁଠାରୁ ଖାସ କଥା ହେଲା ଯେ ଦଳରେ ଅନେକ ଖେଳାଳି କମ୍ ବ୍ୟାକ୍ କରିଛନ୍ତି । ଯେଉଁଥିରେ ଦିନେଶ କାର୍ତ୍ତିକଙ୍କ ନାଁ ରହିଛି ।

ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି କାର୍ତ୍ତିକ । ଦଳ ପାଇଁ ବେଷ୍ଟ୍ ଫିନିଶର ହୋଇପାରିଛନ୍ତି । ସୋସିଆଲ ମିଡିଆରୁ ଆରମ୍ଭ କରି ପୂର୍ବତନ ସିଲେକ୍ଟରଙ୍କ ଯାଏଁ ସମସ୍ତେ କାର୍ତ୍ତିକ ଦଳକୁ ଫେରନ୍ତୁ ବୋଲି ଦାବି କରିଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ତାଙ୍କୁ ସୁଯୋଗ ମିଳିଛି । ୩୭ ବର୍ଷରେ ସେ ଟିମ୍ ଇଣ୍ଡିଆରେ କମବ୍ୟାକ୍ କରିଛନ୍ତି ।

ଦଳର ସ୍ଥାନ ପାଇବା ପରେ ଭାବୁକ ହୋଇଯାଇଛନ୍ତି କାର୍ତ୍ତିକ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ନିଜ ଉପରେ ବିଶ୍ୱାସ ରଖିବା ଦରକାର । ଏହାଦ୍ୱାରା ସବୁ କିଛି ନିଜ ସପକ୍ଷରେ ଯିବ । ସମସ୍ତଙ୍କୁ ସମର୍ଥନ ପାଇଁ ଧନ୍ୟବାଦ । ଏହାସହ ପରିଶ୍ରମ ଜାରି ରହିବ ବୋଲି ସେ କହିଛନ୍ତି ।

ଟ୍ୱିଟର ବ୍ୟତୀତ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଏକ ଖାସ୍ ମେସେଜ ଦେଇଛନ୍ତି । ଯେଉଁଥିରେ ଏହା ତାଙ୍କର ସବୁଠାରୁ ଦମଦାର କମବ୍ୟାକ୍ ବୋଲି ସେ କହିଥିଲେ । ଅନେକ ତାଙ୍କଠାରୁ ଆଶା ହରାଇଥିଲେ । କିନ୍ତୁ ସେ ପରିଶ୍ରମ କରି କମ୍ ବ୍ୟାକ୍ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବାଙ୍ଗାଲୋରର ସଞ୍ଜୟ ବାଙ୍ଗର, ମାଇକ ହସନ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ଆରସିବି ଯେପରି ଭାବେ ତାଙ୍କୁ ଉପଯୋଗ କରିଛି ସେଥିପାଇଁ ସେ ଦଳକୁ ଧନ୍ୟବାନ ମଧ୍ୟ ଜଣାଇଛନ୍ତି ।


Share It

Comments are closed.