ଦିଲ୍ଲୀରେ ମୂଳପୋଛ ହେବା ପରେ ଇଭିଏମ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ


ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲୁ ରହିଥିବାବେଳେ ପୁଣିଥରେ ଆମ ଆଦମୀ ପାର୍ଟି ୫୫ଟି ଆସନ ଏବଂ ବିଜେପି ମାତ୍ର ୧୫ଟି ଆସନରେ ଆଗୁଆ ରହିଛି । ସବୁଠାରୁ ମୁଖ୍ୟ କଥା ଏହା ଯେ, ଦିଲ୍ଲୀରେ ଦୀର୍ଘ ୧୫ ବର୍ଷ ଧରି ଶାସନାଧୀନ ଥିବା କଂଗ୍ରେସ ଚଳିତ ନିର୍ବାଚନରେ ନିଜ ଅମାନତ ହରାଇଥିବାବେଳେ ଏହି ମଧ୍ୟରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହ ଭୋଟ ଗଣତି ଫଳାଫଳକୁ ନେଇ ଇଭିଏମର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ମଧ୍ୟପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଇଭିଏମର ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, “ଇଭିଏମ ଟ୍ୟାମ୍ପର ପ୍ରୁଫ ନୁହେିଁ ଏବଂ କୌଣସି ବି ବିକଶିତ ରାଷ୍ଟ୍ର ଏହାର ପ୍ରୟୋଗ କରୁ ନାହାନ୍ତି ।”

ସେ ଟ୍ୱିଟ କରି ଆହୁରୀ ମଧ୍ୟ କହିଛନ୍ତି ଯେ, “ଚିପ ଥିବା କୌଣସି ମେସିନ ଟ୍ୟାମ୍ପର-ପ୍ରୁଫ ନୁହେଁ । ଦୟା କରି ଗୋଟିଏ ମୂହୂର୍ତ୍ତ ପାଇଁ ଭାବନ୍ତୁ ବିକଶିତ ଦେଶ ଗୁଡିକ କାହିଁକି ଇଭିଏମ ପ୍ରୟୋଗ କରୁ ନାହାନ୍ତି । ”

କେବଳ ଏତିକି ନୁହେଁ ସେ ସୁପ୍ରିମ କୋର୍ଟ ତଥା ନିର୍ବାଚନ ଆୟୋଗଙ୍କ ଦ୍ୱାରା ଇଭିଏମ ବିଷୟକୁ ଅତି ଗୁରୁତର ଭାବେ ଚିନ୍ତା କରିବା ପାଇଁ ଦାବୀ କରି କହିଛନ୍ତି ଯେ, “କ’ଣ ମାନନୀୟ ସୁପ୍ରିମ କୋର୍ଟ ଏବଂ ନିର୍ବାଚନ କମିଶନ, ଇଭିଏମ ଦ୍ୱାରା ହେଉଥିବା ମତବାନ ବିଷୟ ଉପରେ ପୁନଃଚିନ୍ତା କରି ପାରିବେ କି ? ଆମେ ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ରାଷ୍ଟ୍ର ଏବଂ ଆମେ କିଛି ବେଇମାନ ଲୋକଙ୍କୁ ନିର୍ବାଚନ ପରିଣାମ ହ୍ୟାକ କରିବା ଓ ୧.୩ ଆରବ କୋଟି ଲୋକଙ୍କ ଜନାଦେଶକୁ ଚୋରି କରିବା ପାଇଁ ଅନୁମତି ଦେଇ ପାରିବା ନାହିଁ ।”


Share It

Comments are closed.