ପଦ ଛାଡ଼ିବା ପୂର୍ବରୁ ଚାଇନାକୁ ବଡ଼ ଝଟକା ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ


ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଏବେ ସମସ୍ତଙ୍କ ଆଖି ସାମ୍ନାରେ। ଏହି ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ ବିଜୟ ଲାଭ କରିଛନ୍ତି। ମାତ୍ର ଡୋନାଲ୍ଡ ଟ୍ରମ୍ପ ଏହାକୁ ସହଜରେ ସ୍ବୀକାର କରିପାରୁନାହାନ୍ତି । ଟ୍ରମ୍ପ ସଜହରେ ତାଙ୍କ ପଦବୀ ଛାଡିବେନାହିଁ ବୋଲି ଆକଳନ କରାଯାଉଛି । ବିଶେଷଜ୍ଞ ଏବଂ ପୂର୍ବତନ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଅଶଙ୍କା କରୁଛନ୍ତି କି ଟ୍ରମ୍ପ୍ ଏମିତି କିଛି କାମ କରିପାରନ୍ତି ଯେଉଁଥିପାଇଁ ଜୋ ବାଇଡେନଙ୍କୁ ସମସ୍ୟା ହୋଇପାରେ । ଦକ୍ଷିଣ ଚୀନ୍ ମର୍ଣ୍ଣିଂ ପୋଷ୍ଟରେ ମାର୍କ ମ୍ୟାନଗିୟରଙ୍କ ଅନୁସାରେ କରୋନା ମହାମାରୀ ଏବଂ ଆମେରିକାର ଆର୍ଥିକ ସ୍ଥିତି ପାଇଁ ବେଜିଂଙ୍କୁ ଦୋଷୀ ଭାବୁଥିବା ଟ୍ରମ୍ପ୍ ନିଜ ପଦବୀ ଛାଡିବା ପୂର୍ବରୁ ଚୀନ୍ କୁ ବଡ ଝଟକା ଦେଇପାରନ୍ତି ।

ଚୀନ୍ ମୁନ ଷ୍ଟ୍ରାଟେଜିଜର ମୁଖ୍ୟ ଏବଂ ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧିକାରୀ ଜେଫ୍ ମୁନ୍ କହିଛନ୍ତି ଯେ, ଟ୍ରମ୍ପ୍ ଚୀନ୍ କୁ କୋଭିଡ୍ ୧୯ ପାଇଁ ଦଣ୍ଡ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହାକ ଅର୍ଥ କଣ । ମଙ୍ଗିୟର ଲେଖିଛନ୍ତି ଯେ, ଟ୍ରମ୍ପ ପୂର୍ବରୁ ହିଁ ଦୁର୍ବଳ ଆମେରିକା-ଚୀନ୍ ସଂପର୍କକୁ ଖରାପ କରିବା ଏବଂ ବୈଶ୍ବକି ପର୍ଯ୍ୟାବରଣ ଏବଂ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଦ୍ବିପାକ୍ଷିକ ସହଯୋଗକୁ ଉତ୍ତମ କରିବାକୁ ବିଡେନ ପ୍ରଶାସନକୁ ଦୁର୍ବଳ କରିପାରେ ଏବଂ ଏଥିରେ ସମ୍ଭବତଃ ତାଇଓ୍ବାନକୁ ମଧ୍ୟ ସାମିଲ କରିପାରନ୍ତି ।

ଏହା ବ୍ୟତୀତ ସିନଜିଆଙ୍ଗରେ ଉଇଗରୋଙ୍କ ସାମୂହିକ ନଜରବନ୍ଦୀ ପାଇଁ ଚୀନ୍ କୁ ନରସଂହାରର ଦୋଷୀ ସାବ୍ୟସ୍ତ କରିଥିବା ଟ୍ରମ୍ପ୍ କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କ ପାଇଁ ଭିସା ଅବରୁଦ୍ଧ କରିବା ପାଇଁ ପ୍ରୟାସ କରିପାରନ୍ତି ଅଥବା ବେଜିଂର ୨୦୨୨ର ଶୀତକାଳିନ ଅଲମ୍ପିକ୍ କୁ ଛାଡିବା ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଟ୍ରମ୍ପଙ୍କ ଦ୍ବିତୀୟ ବିକଳ୍ପରେ ଟିକଟକ ଓ ଓ୍ବିଚାଟ୍ ପରେ ଅନ୍ୟ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା, ହୁଆଓ୍ବେଇ ଟେକ୍ନୋଲୋଜି ଉପରେ ପ୍ରତିବନ୍ଧକ ଲଗାଇବା ସାମିଲ ରହିଛି ।

କର୍ଣ୍ଣେଲ ବିଶ୍ବବିଦ୍ୟାଳୟ ଆଇନ ଏବଂ ସରକାରୀ ପ୍ରଫେସର, ସାରା କ୍ୟାପ୍ସ କହିଛନ୍ତି ଯେ, ଗତ ୪ ବର୍, ମଧ୍ୟରେ ଚୀନ୍ ବହୁ ଶକ୍ତିଶାଳୀ ହୋଇଯାଇଛି । ଏଥିପାଇଁ ମୁଁ ଚାହୁଁଛି ଯେ, ବିଡେନଙ୍କ ନୀତି ଟ୍ରମ୍ପ୍ ପ୍ରଶାସନ ଭଳି କିଛି ସମାନତା ରହୁ । ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁସାରେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଯେତେବେଳେ ଟ୍ରମ୍ପ୍ ପଦ ସମ୍ଭାଳିଲେ ୭୩ ପ୍ରତିଶତ ଆମେରିକୀୟ ଚୀନ୍ ସମ୍ବନ୍ଧରେ ନକରାତ୍ମକ ଚିନ୍ତାଧାରା ରଖିଥିଲେ ।


Share It

Comments are closed.