କଣ ଆପଣ ଜାଣନ୍ତି ଇଂରାଜୀର ଏହିସବୁ ଶବ୍ଦଗୁଡ଼ିକ ହିନ୍ଦୀରୁ ଉତ୍ପନ୍ନ?


ପ୍ରତିବର୍ଷ ୧୪ ସେପ୍ଟେମ୍ବରରେ ଆମ ଦେଶରେ ହିନ୍ଦୀ ଦିବସ ପାଳନ କରାଯାଏ | ୧୪ ସେପ୍ଟେମ୍ବର ୧୯୪୯ ମସିହାରେ ହିନ୍ଦୀକୁ ଦେଶର ସରକାରୀ ଭାଷାର ମାନ୍ୟତା ଦିଆଯାଇଥିଲା। ଆଜି କେବଳ ଦେଶରେ ନୁହେଁ ବିଶ୍ବରେ ଲକ୍ଷ ଲକ୍ଷ ଲୋକ ହିନ୍ଦୀ କୁହନ୍ତି। କିନ୍ତୁ କ୍ୱଚିତ୍ ଲୋକ ଜାଣନ୍ତି ଯେ ଇଂରାଜୀ ର କିଛି ଶବ୍ଦ ହିନ୍ଦୀ ଶବ୍ଦରୁ ସୃଷ୍ଟି, ହିନ୍ଦୀ ଦିବସ ଅବସରରେ, ଆମେ ଆପଣଙ୍କୁ ଏଭଳି କିଛି ଶବ୍ଦ ବିଷୟରେ କହିବାକୁ ଯାଉଛୁ ଯାହା ହିନ୍ଦୀରୁ ଉଦ୍ଧୃତ |

୧.Blighty ହେଉଛି ଏକ ଶବ୍ଦ ଯାହା ଘର କିମ୍ବା ସ୍ବଦେଶ ପାଇଁ ସୈନିକମାନଙ୍କ ଦ୍ବାରା ବ୍ୟବହୃତ ହୁଏ, ଏହି ଶବ୍ଦଟି ହିନ୍ଦୀ ଶବ୍ଦ ବିଲାୟତୀରୁ (विलायती)ଉତ୍ପନ୍ନ | ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୈନିକମାନେ ବ୍ରିଟେନ ଏବଂ ଇଂଲଣ୍ଡ ପାଇଁ ଏହି ଶବ୍ଦ ବ୍ୟବହାର କରିଥିଲେ |
୨.ଇଂରାଜୀ ହିନ୍ଦୀ mahout ହିନ୍ଦୀ ଶବ୍ଦ ମହାବତ(महावत)ରୁ ଉତ୍ପନ୍ନ | ହିନ୍ଦୀରେ ମହାବତ୍ ଏକ ହାତୀର ମାଲିକ କିମ୍ବା ହାତୀକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିଙ୍କୁ ବୁଝାଇବା ପାଇଁ ବ୍ୟବହୃତ ହୁଏ |
୩.ଇଂରାଜୀରେ Krait ଶବ୍ଦ ହିନ୍ଦୀରେ କରୈତ(करैत)ରୁ ଉତ୍ପନ୍ନ | ଇଂରାଜୀରେ ବଙ୍ଗଳାର ବିଷାକ୍ତ ସାପ ପାଇଁ Krait ଶବ୍ଦ ବ୍ୟବହୃତ ହୁଏ | ଏହା କୋବ୍ରା ପ୍ରଜାତିର ଏକ ସାପ |
୪.ଇଂରାଜୀ Cowrie ହିନ୍ଦୀରେ କୌଡ଼ି(कौड़ी) ଶବ୍ଦ ପରି କଥିତ | ଏହାର ଅର୍ଥ ମଧ୍ୟ କୌଡ଼ି | କେବଳ ଇଂରାଜୀରେ ‘ଡ଼’ ବଦଳରେ ‘ର’ବ୍ୟବହୃତ ହୁଏ|
୫. ହିନ୍ଦୀରେ, ଶୀତଦିନେ ପିନ୍ଧାଯାଇଥିବା ଗରମ ପୋଷାକକୁ ଶାଲ(शॉल) କୁହାଯାଏ, ଇଂରାଜୀରେ ଏହାକୁ ସମାନ ଭାବରେ Shawl କୁହାଯାଏ |
୬. Cheetah ହେଉଛି ଏକ ଇଂରାଜୀ ଶବ୍ଦ ଯାହାକି ହିନ୍ଦୀ ଶବ୍ଦ ଚିତାରୁ(चीता)ରୁ ଉତ୍ପନ୍ନ |
୭.ଇଂରାଜୀରେ Kedgeree ଶବ୍ଦ ହିନ୍ଦୀ ଖିଚିଡ଼ି(खिचड़ी)ରୁ ଉତ୍ପନ୍ନ | ମାଛ, ଚାଉଳ ଏବଂ ସିଝା ଅଣ୍ଡାକୁ ମିଶାଇ Kedgeree ହେଉଛି ଏକ ୟୁରୋପୀୟ ଖାଦ୍ୟ |
୮. ଇଂରାଜୀରେ Shampoo ଶବ୍ଦ ମଧ୍ୟ ହିନ୍ଦୀରେ ଚମ୍ପୁ(चंपू) ଶବ୍ଦରୁ ଉତ୍ପନ୍ନ | କେଶରେ ମସାଜକୁ ଚମ୍ପି କୁହାଯାଏ, ତାପରେ ଯେତେବେଳେ କେହି କେଶରେ ଅଧିକ ତେଲ ମାଲିସ୍ କରନ୍ତି, ଏହାକୁ ଥଟ୍ଟା ଭାବରେ ଚମ୍ପୁ ମଧ୍ୟ କୁହାଯାଏ |
୯.ଇଂରାଜୀରେ Chutny ଶବ୍ଦ ହିନ୍ଦୀ ଶବ୍ଦ ଚଟନିରୁ(चटनी) ଉତ୍ପନ୍ନ ହୋଇଥିଲା ।
୧୦. ଇଂରାଜୀରେ Dungaree ଶବ୍ଦ ହିନ୍ଦୀରେ ଡୁଙ୍ଗରିରୁ(डूंगरी) ଉତ୍ପନ୍ନ |
୧୧.ଇଂରାଜୀରେ, ବିଳାସପୂର୍ଣ୍ଣ ଘରକୁ Bunglowବକୁହାଯାଏ, ଏହି ଶବ୍ଦଟି ହିନ୍ଦୀ ଶବ୍ଦ ବଙ୍ଗଳା(बंगला) ରୁ ଉତ୍ପନ୍ନ |
୧୨. ଇଂରାଜୀରେ chit ଶବ୍ଦ ହିନ୍ଦୀରେ ଥିବା ଚିଠି(चिट्ठी)ରୁ ଉତ୍ପନ୍ନ |
୧୩.ଇଂରାଜୀରେ Bangle ଶବ୍ଦ ହିନ୍ଦୀରେ ବଙ୍ଗଲୀ(बंगली) ଶବ୍ଦରୁ ଉତ୍ପନ୍ନ |
୧୪. ଇଂରାଜୀରେ Chintz ଶବ୍ଦ ହିନ୍ଦୀ ଶବ୍ଦ ଛିଂଟ(छींट) ରୁ ଉତ୍ପନ୍ନ |
୧୫.ଇଂରାଜୀ ଶବ୍ଦ Thug ହିନ୍ଦୀ ଶବ୍ଦ ଠଗ(ठग) ରୁ ଉତ୍ପନ୍ନ |
୧୬. ଘରର କେନ୍ଦ୍ରୀୟ ଅଂଶକୁ ହିନ୍ଦୀରେ ବାରଣ୍ଡା ବା (बरामदा) କୁହାଯାଉଥିବାବେଳେ Veranda ଶବ୍ଦ ଇଂରାଜୀରେ ମଧ୍ୟ ବ୍ୟବହୃତ ହେଉଛି |
୧୭.ଇଂରାଜୀ ଶବ୍ଦ Dacoit ହିନ୍ଦୀର ଡକୈତ(डकैत) ଉଚ୍ଚାରଣର ପ୍ରାୟ ସମାନ |
୧୮.ଇଂରାଜୀ ଶବ୍ଦ Dekko ହିନ୍ଦୀ ଶବ୍ଦ ଦେଖୋ(देखो) ରୁ ଉତ୍ପନ୍ନ |
୧୯.ଇଂରାଜୀ ଶବ୍ଦ Mugger ହିନ୍ଦୀର ମଗର(मगर) ଶବ୍ଦରୁ ଉତ୍ପନ୍ନ |


Share It

Comments are closed.