ମନୁଷ୍ୟର ପୂର୍ବଜ ଅଧିକ ଶାନ୍ତ ଓ ସୁଖୀ ଥିଲେ


ମାନବ ପ୍ରଜାତିର ବିକାଶ ସମୟରେ ମସ୍ତିଷ୍କରେ ହେଉଥିବା ପରିବର୍ତନ ଯୋଗୁ ଚିନ୍ତା ବୃଦ୍ଧି ପାଇଛି । ଆଧୁନିକ ମନୁଷ୍ୟ ତୁଳନାରେ ସେମାନଙ୍କର ପୂର୍ବଜ ଅଧିକ ଶନ୍ତ ଓ ସୁଖୀ ଥିଲେ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି । ନ୍ୟୁରୋକେମିକାଲ ଭଳି ଡୋପାମାଇନ ଓ ସେରୋଟୋନିନ୍ ମନୁଷ୍ୟ ମସ୍ତିଷ୍କର ଭାବନାତ୍ମକ ଓ ଜ୍ଞାନ ସହ ଜଡିତ କାର୍ଯ୍ୟପ୍ରଣାଳୀଗୁଡିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭାସ୍କୁଲାର ମୋନୋମାଇନ୍ ଟ୍ରାନ୍ସପୋର୍ଟର-୧ (ଭିମ୍ୟାଟ୍-୧) ଏକ ଏଭଳି ଜିନ୍ ହୋଇଥାଏ ଯାହା ନ୍ୟୁରୋନାଲ ସଙ୍କେତକୁ ସଂଚାରିତ କରିଥାଏ ଏବଂ ନ୍ୟୁରୋଟ୍ରାନ୍ସମିଟରଗୁଡିକୁ ଆଦାନପ୍ରଦାନ କରିବାର କାମ କରିଥାଏ । ତୋହୋକୁ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନଙ୍କ ଟୀମ୍ ପ୍ରାଚୀନ ଭିମ୍ୟାଟ୍-୧ ପ୍ରୋଟିନକୁ ନିଜ ଅଧ୍ୟୟନ ସମୟରେ ପୁନର୍ନିମିତ କରିଛନ୍ତି ।

ଏହି ସମୟରେ ଜଣାପଡିଥିଲା ଯେ, ମାନବ ପ୍ରଜାତିର ବିକାଶ ସମୟରେ ଭିମ୍ୟାଟ୍-୧ର ନ୍ୟୁରୋଟ୍ରାନ୍ସମିଟରରେ ଅନେକ ପ୍ରକାରର କାର୍ଯ୍ୟାତ୍ମକ ପରିବର୍ତନ ଆସିଛି । ଅନୁସନ୍ଧାନକାରୀ ମାସାକାଡୋ କ୍ୱାଟା ଓ ତାଙ୍କ ଟୀମ୍ ମାନବର ବିକାଶ ସମୟରେ ଭିମ୍ୟାଟ୍-୧ ଜିନରେ ଅନେକ ପରିବର୍ତନ ଆସିଥିବା ଜାଣିବାକୁ ପାଇଥିଲେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ ଯେ, ପ୍ରାଚୀନ ଭିମ୍ୟାଟ୍-୧ ପ୍ରୋଟିନ୍ରେ ଅଧିକ ନ୍ୟୁରୋଟ୍ରାନ୍ସମିଟର ଶୋଷିବାର କ୍ଷମତା ଥିଲା କିନ୍ତୁ ଆଧୁନିକ ସମୟରେ ଥିବା ଜିନ୍ରେ ଅବସାଦ ଓ ଚିନ୍ତାର ଅଧିକ ଲକ୍ଷଣ ଦେଖାଯାଇଛି ।


Share It

Comments are closed.