ଗର୍ଭବତୀର ଘୋଷଣା ପରେ ପ୍ରଥମ ଥର ପାଇଁ ମିଡିଆ ସାମନାକୁ ଆସିଲେ ଦିୟା, ଦେଖନ୍ତୁ ଭିଡିଓ


ନିକଟରେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ନିଜ ପ୍ରଶଂସକଙ୍କୁ ଖୁବ ଭଲ ଖବର ଜଣାଇଥିଲେ । ଦିୟା ବେବି ବମ୍ପ ସହିତ ନିଜର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରି ସେ ଗର୍ଭବତୀ ଥିବା ସଂପର୍କରେ ସୂଚନା ଦେଇଥିଲେ । ବିବାହର ପାଖାପାଖି ଦୁଇ ମାସ ପରେ ହନିମୁନ ଭ୍ୟାକେସନ ସମୟରେ ଦିୟା ନିଜେ ଗର୍ଭବତୀ ଥିବାର ସୂଚନା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ଏହା ପରେ ଦିୟାଙ୍କ ପାଇଁ ବିଭିନ୍ନ ବର୍ଗରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଲା । ଦିୟା ନିଜର ଗର୍ଭବତୀ ସଂପର୍କରେ ସୂଚନା ଦେବା ପରେ ବର୍ତ୍ତମାନ ପ୍ରଥମ ଥର ପାଇଁ ମିଡିଆ ସାମନାରେ ଆସିଛନ୍ତି । ଏହି ମଧ୍ୟରେ ତାଙ୍କ ଚେହେରାର ଚମକ ସଫା ସଫା ଜଣାପଡୁଛି ।
ଦିୟା ମିର୍ଜା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଳଦୀପରେ ଭ୍ୟାକେସନ ସମୟର ଏକ ଫଟୋ ସେୟାର କରି ଗର୍ଭବତୀ ସଂପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ସେ ପ୍ରଥମ ଥର ପାଇଁ ବେବି ବମ୍ପ ସହିତ ପ୍ୟାପରାଜୀ ସାମନାକୁ ଆସିଛନ୍ତି ।

 

View this post on Instagram

 

A post shared by yogen shah (@yogenshah_s)

ଦିୟାଙ୍କ ଏହି ଭିଡିଓ ୟୋଗେନା ଶାହା ନାମକ ଜଣେ ବ୍ୟକ୍ତି ସେୟାର କରିଥିଲେ । ଏହି ସମୟରେ ସେ ହ୍ୱାଇଟ ଟପ ଏବଂ ଗ୍ରେ କାର୍ଗୋ ପିନ୍ଧିଥିବାର ନଜର ଆସିଥିଲେ । ସେ ନିଜ ଚେହେରାରେ ମାସ୍କ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଛି । ଦିୟା କ୍ୟାମେରାକୁ ଦେଖି ପୋଜ ମଧ୍ୟ ଦେଖାଇଥିଲେ ।
ଏହି ସମୟରେ କିଛି ଆଙ୍ଗେଲସ ସହ ତାଙ୍କ ବେବି ବମ୍ପସ ମଧ୍ୟ ନଜର ଆସିଥିଲା । ଦିୟାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକଙ୍କ କହିବା ଅନୁଯାୟୀ, ଦିୟାଙ୍କ ଚେହେରାରେ ଗର୍ଭବତୀର ଚମକ ସ୍ପଷ୍ଟ ଜଣାପଡୁଛି ।


Share It

Comments are closed.