‘ସଞ୍ଜୁ’ର ପ୍ରଚାର ପାଇଁ ଅପେକ୍ଷା କରିପାରୁନାହାନ୍ତି ଏହି ଅଭିନେତ୍ରୀ


ସଞ୍ଜଦତ୍ତ ଉପରେ ପର୍ଯ୍ୟବେଶିତ ହୋଇଥିବା ‘ସଞ୍ଜୁ’ ଫିଲ୍ମର ପ୍ରଚାର କରିବା ପାଇଁ ଅଭିନେତ୍ରୀ ଦିଆ ମିର୍ଜା ଅପେକ୍ଷା କରିପାରୁ ନାହାନ୍ତି । ସେ ଏହି ଫିଲ୍ମର ନାୟିକ ଅଟନ୍ତି । ବଲିଉଡର ଅଭିନେତ୍ରୀ ଦିଆ ମିର୍ଜା ବୁଧବାର ଅନୁଷ୍ଠିତ ଫରାହ ଅଲ୍ଲୀ ଖାନଙ୍କର ଏକ ଗହଣା ସୋରୁମର ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ । ଏହି ଗହଣା ସୋରୁମ ଉଦଘାଟନୀ ସମାରୋହରେ ଦୀଆଙ୍କ ସମେତ ସୁଜେନ ଖାନ, ଭାଗ୍ୟଶ୍ରୀ, ଜାହିଦ ଖାନ, ସମୀରା ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନ ଫିଲ୍ମରେ ରଣଭିର କପୁର ଉପସ୍ଥିତ ଉପରେ ଥିବା ଉତ୍ସୁକତାର ପ୍ରତି ଉତ୍ତରରେ ସେ କହିଛନ୍ତି, ଆମେ ସମସ୍ତେ ଏହି ଫିଲ୍ମର ପ୍ରଚାର ଅଭିଯାନକୁ ଆରମ୍ଭ କରିବା ପାଇଁ ଆଉ ଅପେକ୍ଷା କରିପାରୁ ନାହିଁ । “ଫିଲ୍ମର ଟ୍ରେଲର ଶୀଘ୍ର ରିଲିଜ ହେବ ଏବଂ ସମସ୍ତେ ମିଶିକି ଏହାକୁ ଏକା ସାଙ୍ଗରେ ଦେଖିବା ।
ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ମୁଖ୍ୟ ଭୂମିକା ତଥା ସଞ୍ଜୟ ଦତ୍ତଙ୍କ ପତ୍ନୀ (ମାନାତା ଦତ୍ତ)ଙ୍କ ଭୂମିକାରେ ଅଭିନୟ କରଛନ୍ତି ।
ଫିଲ୍ମର ନିର୍ଦ୍ଦେଶକ ରାଜ କୁମାର ହୀରାନି କହିଛନ୍ତି ଯେ, ଫିଲ୍ମଟି ଫକ୍ସ ଷ୍ଟାର ଷ୍ଟୁଡିଓରେ ନିର୍ମାଣ କରାଯାଇଛି । ଏହି ଫିଲ୍ମରେ ମନୀଷା କୋରେଲା, ଅନୁଷ୍କା ଶର୍ମା, ପରେସ ରାୱଲ, ସୋନମ କପୁର, ତବ୍ୱୁଙ୍କ ଭଳି ବଡ ବଡ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ । ୱିଧୁ ବିନୋଦ ଚୋପ୍ରୋ ଦ୍ୱାରା ନିର୍ମିତ “ସଞ୍ଜୁ” ୨୯ ଜୁନରେ ରିଲିଜ ହେବ ।


Share It

Comments are closed.