ରାଞ୍ଚିରେ ଧୋନି ଖେଳିବେ ତାଙ୍କ ଶେଷ ଆନ୍ତର୍ଜାତିକ ମ୍ୟାଚ


ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଦିନିକିଆ ବିଶିଷ୍ଟ ଖେଳାଯାଉଥିବା ସିରିଜର ତୃତୀୟ ମ୍ୟାଚ ରାଞ୍ଚିରେ ଖେଳାଯିବାକୁ ଅଛି । ଭାରତ ଏଠାରେ ସିରିଜ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇଥିବାବେଳେ ଧୋନିଙ୍କ ପାଇଁ ଏହା ରାଞ୍ଚି ଗ୍ରାଉଣ୍ଡରେ ଶେଷ ଆନ୍ତର୍ଜାତିକ ମ୍ୟାଚ ହୋଇପାରେ । ରାଞ୍ଚି ଧୋନିଙ୍କର ହୋମ ଗ୍ରାଉଣ୍ଡ ହୋଇଥିବାବେଳେ ତାଙ୍କୁ ଏହି ଗ୍ରାଉଣ୍ଡରେ ଶେଷ ଥରକ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ ମଧ୍ୟ ଜମିପାରେ ।

ଯଦି ଭାରତ ରାଞ୍ଚିରେ ଖେଳାଯିବାକୁ ଥିବା ମ୍ୟାଚରେ ବିଜୟ ହାସଲ କରିନିଏ ତେବେ ତାହା ଧୋନିଙ୍କ ପାଇଁ ଏକ ଭେଟି ସ୍ୱରୁପ ମଧ୍ୟ ହେବ ।
କେବଳ ଏତିକି ନୁହଁ ରାଞ୍ଚି ଷ୍ଟାଡିୟମ କତ୍ତୃପକ୍ଷଙ୍କ ପକ୍ଷରୁ ଧୋନିଙ୍କର ହୋମ ଗ୍ରାଉଣ୍ଡରେ ଶେଷ ମ୍ୟାଚକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି । ଷ୍ଟାଡିୟମ ପକ୍ଷରୁ ଧୋନିଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ତାଙ୍କ ନାମରେ ଏକ ପାଭିଲିୟନର ମଧ୍ୟ ଶୁଭାରମ୍ଭ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି । ଶୁଭାରମ୍ଭ ହେବାକୁ ଥିବା ଏହି ପାଭିଲିୟନର ନାମ ‘ଏମ.ଏସ ଧୋନି ପାଭିଲିୟନ’ ରଖାଯାଇଛି । ମ୍ୟାଚ ପୂର୍ବରୁ ଧୋନି ନିଜେ ଫତା କାଟି ଏହି ପାଭିଲିୟନର ଶୁଭାରମ୍ଭ କରାଯିବାର ବ୍ୟବସ୍ଥା ରହିଛି ।


Share It

Comments are closed.