ଧୋନି ନେଲେ ବଡ ନିଷ୍ପତି, ଆଗାମୀ ୨ ମାସ ପାଇଁ ନିଜ ରେଜିମେଣ୍ଟ ସହ ବିତାଇବେ ସମୟ


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜର ସନ୍ୟାସ ଏବଂ ଆଗମୀ ୱେଷ୍ଟଇଣ୍ଡିଜ ଗସ୍ତରେ ନଯିବାର ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି । ୩୮ ବର୍ଷିୟ ଧୋନି ବିସିସିଆଇକୁ ଏହି ସୂଚନା ଦେଇଛନ୍ତି ଯେ, ସେ ଆଗମୀ ୨ ମାସ ପାଇଁ ସମସ୍ତ କ୍ରିକେଟର ସମସ୍ତ ଫର୍ମାଟରୁ ଦୂରେଇ ରହି ନିଜ ରେଜିମେଣ୍ଟ ସହ କିଛି ସମୟ ବିତାଇବା ପାଇଁ ଚାହୁଁଛନ୍ତି ।
ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ସେ ଆଗାମୀ ୨ ମାସ ପାଇଁ ନିଜ ରେଜିମେଣ୍ଟରେ ସାମିଲ ରହିବେ । ପ୍ରକାଶ ଥାଉକି ପୂର୍ବରୁ ଧୋନି ସନ୍ୟାସକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବାବେଳେ ବର୍ତ୍ତମାନ ଧୋନି ପ୍ରତ୍ୟେକ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବରେ ଏହା ଉପରେ ବିରାମ ଲଗାଇଛନ୍ତି ।


Share It

Comments are closed.