କୋହଲୀଙ୍କ କଥାରଖି ଧୋନୀ ନିଜର ସନ୍ନ୍ୟାସ ନେବାର ନିଷ୍ପତିରୁ ଓହରିଲେ


ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତବର୍ଷ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜଲ୍ୟାଣ୍ଡ ଠାରୁ ହାରିବା ପରେ ଆର୍ନ୍ତଜାତୀୟ କ୍ରିକେଟରୁ ବିଦାୟ ନେବାର ନିଷ୍ପତି କରିଥିଲେ । ଧୋନୀ ସନ୍ନ୍ୟାସ ନେବାର ଯୋଜନା ମଧ୍ୟ କରିସାରିଥିଲେ । ଏହି ବିଷୟରେ ଧୋନୀ ପୂର୍ବରୁ ହିଁ କେତେକ ଖେଳାଳୀଙ୍କୁ ଜଣାଇଦେଇଥିଲେ କିନ୍ତୁ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲୀଙ୍କ କହିବା ପରେ ମାହୀ ନିଜର ସନ୍ନ୍ୟାସ ନେବାର ନିଷ୍ପତିକୁ ବର୍ତ୍ତମାନ ପାଇଁ ଟାଳିଦେଇଛନ୍ତି । ଧୋନୀ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଉପସ୍ଥିତ ନାହାନ୍ତି । ସେ ବର୍ତ୍ତମାନ ଦୁଇମାସ ସେନାଙ୍କ ସହ ବିତାଇବେ ।

ଡିଏନଏ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲୀଙ୍କ କହିବା ପରେ ହିଁ ଧୋନୀ ନିଜର ସନ୍ନ୍ୟାସ ନେବାର ନିଷ୍ପତିକୁ ବଦଳାଇଉନ୍ତି । ବିରାଟଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇ କହିଛନ୍ତି ଯେ,କୋହଲୀ ତାଙ୍କୁ କହିଲେ ବର୍ତ୍ତମାନ ଟିମକୁ ଆପଣଙ୍କର ଆବଶ୍ୟକତା ରହିଛି । ଏହି କାରଣରୁ ହିଁ ଧୋନୀ ନିଜର ସନ୍ନ୍ୟାସର ଘୋଷଣା କଲେନାହିଁ ।

ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ପ୍ରଚାର ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନୀଙ୍କ ସହ ତାଙ୍କର ଭବିଷ୍ୟ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଏମଏସକେ ପ୍ରସାଦ ଧୋନୀଙ୍କୁ ସିଧାସଳଖ କହିଦେଇଥିଲେ ଯେ ଭବିଷ୍ୟତରେ ରୁଷଭ ପଂତ ହିଁ ଭାରତୀୟ ଦଳର ୱିକେଟ କିପର ହେବେ ,ଏମିତିରେ ଧୋନୀଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯାଇନାହିଁ । ଡିଏନଏ ଅନୁଯାୟୀ ବିରାଟଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇଛନ୍ତି ଯେ ବିିରାଟଙ୍କ ମତରେ ଧୋନୀ ଏବେ ପୁରା ଫିଟ ଅଛନ୍ତି । ସେ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି-୨୦ ୱାଲ୍ଡ କପ ପର୍ଯ୍ୟନ୍ତ ଖେଳିପାରନ୍ତି ।ଦଳ ପରିଚାଳନାବର୍ଗ ମଧ୍ୟ ଚାହୁଁଛନ୍ତି ଯେ ଧୋନୀ ଋଷଭ ପଂତଙ୍କୁ ଖେଳାଳୀ ହିସାବରେ ଆହୁରି ପାରଙ୍ଗମ କରାନ୍ତୁ ।

କିଛିଦିନ ପୂର୍ବରୁ ଭାରତୀୟ ଦଳର ଜଣେ ଅଧିକାରୀ କହିଥିଲେ “ଯଦି ପଂନ୍ତଙ୍କୁ ଚତୁର୍ଥ କ୍ରମରେ ରଖାଯାଏ ତେବେ କିଏ ତାଙ୍କର ବିକଳ୍ପ ହୋଇପାରିବ । ସତ କହିବାକୁ ଗଲେ ଅନ୍ୟପଟରେ ଆମ ପାଖରେ ଯେତେ ନାମ ରହିଛି ,ସେମାନଙ୍କ ମଧ୍ୟରୁ ଧୋନୀଙ୍କୁ ମୁକାବିଲା କରିବା ଭଳି କେହି ନାହାନ୍ତି । ହଁ ଏହି କଥାକୁ କେହି ଅମଙ୍ଗ କରିପାରିବେନି ଯେ ପଂତ ଦଳର ଭବିଷ୍ୟତ ଅଟନ୍ତି ଏବଂ ତାଙ୍କୁ ସବୁ ଫମାଟକୁ ଯାଚଂ କରିବା ଉଚିତ କିନ୍ତୁ ଧୋନୀଙ୍କ ମାର୍ଗଦର୍ଶନ ଓ ଉପସ୍ଥିତି ମଧ୍ୟ ଜରୁରୀ ଅଟେ ।”


Share It

Comments are closed.