ସନ୍ଥକବି ଭୀମ ଭୋଇଙ୍କ ଚିରନ୍ତନ ବିଚାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣର ମୂଳମନ୍ତ୍ର – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ସନ୍ଥକବି ଭୀମ ଭୋଇଙ୍କ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” ଚିରନ୍ତନ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଥିବା ବେଳେ ଗରିବ ଓ ଦେଶର କଲ୍ୟାଣ ପାଇଁ ଏହି ଉକ୍ତିକୁ ମୂଳ ମନ୍ତ୍ର କରାଯାଇଛି । ମୋଦି ସରକାର ପୂର୍ବୋଦୟ ମିଶନରେ ପୂର୍ବ ଭାରତ ସମେତ ସମଗ୍ର ଭାରତକୁ ବିକାଶ ପଥରେ ଆଗକୁ ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିନ୍ନଶୈଳି ନେତୃତ୍ୱ ଓ ବସୁଧୈବ କୁଟୁମ୍ବକମ ବିଚାରଧାରାରେ ଆଗାମୀ ଶତାବ୍ଦୀ ମଧ୍ୟରେ ଭାରତ ବିଶ୍ୱ ଇତିହାସରେ ନୂଆ ଅଧ୍ୟାୟ ଲେଖିବ ବୋଲି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଭିଭାଷଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହସହ ଶ୍ରୀ ପ୍ରଧାନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ ସ୍ୱାମୀନାଥନ କମିଟି ବକ୍ତବ୍ୟ ପ୍ରସଙ୍ଗରେ ଗୃହରେ ଉତର ରଖି କହିଛନ୍ତି ଯେ ସ୍ୱାମୀନାଥନ କମିଟି ସୁପାରିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଛନ୍ତି । ଉଭୟ ତଥ୍ୟ ରଖି ବକ୍ତବ୍ୟ ଦେବେ ବୋଲି ଆଶା କରୁଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ପୂର୍ବ ଭାରତର ବିକାଶ ପାଇଁ ‘ପୂର୍ବୋଦୟ’ର ନାରା ଦେଇଛନ୍ତି । ଏଥିପାଇଁ ଗୁଜରାଟ ନୁହେଁ ବରଂ ପୂର୍ବ ଭାରତର ବିଦ୍ୟାନଗରୀ କୁହାଯାଉଥିବା ବାରାଣାସୀରୁ ପ୍ରତିନିଧିତ୍ୱ କରିଛନ୍ତି ମୋଦି । କାଶୀରୁ କୋହିମା ପର୍ଯ୍ୟନ୍ତ ପୂର୍ବ ଭାରତରେ ରହୁଥିବା ୫୦ କୋଟି ଲୋକଙ୍କ ଜୀବନରେ ଅଭିତପୂର୍ବ ପରିବର୍ତନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆସିଛି । ଉଜ୍ୱଳା ଯୋଜନାରେ ୮ କୋଟିରୁ ପୂର୍ବ ଭାରତ ଅଧାରୁ ଅଧିକ ଲୋକମାନେ ଲାଭ ପାଇଛନ୍ତି । ଏଥିରେ ଓଡିଶା ସମେତ ଉତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ସିକିମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ପ୍ରମୁଖ ରହିଛନ୍ତି ।
ଦେଶରେ ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ହେଉଛି । କେବଳ ପୂର୍ବ ଭାରତରେ ୩୦୪ଟି ଏକଲବ୍ୟ ବିଦ୍ୟାଳୟ ଖୋଲାଯିବା ପାଇଁ ନିଷ୍ପତି ନେଇଛନ୍ତି ମୋଦି ସରକାର । ସେହିପରି ଉଡାନ ଯୋଜନାରେ ଜାମସେଦପୁର, ଝାରସୁଗୁଡା, ଦରଭଙ୍ଗା, ଦେଉଘର, ଅରୁଣାଚଳର ପାସିଘାଟ, ଆସାମର ରୁପସୀ, ହୋଲାଙ୍ଗୀରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇଛି । ମୋଦିଙ୍କ ନାରା ଥିଲା ପଶ୍ଚିମ ଏବଂ ଦକ୍ଷିଣ ଭାରତ ସହ ପୂର୍ବ ଭାରତ ବିକାଶର ସମାନ ଗତିର ଆଗଇବ ।
୨୦୧୪ରେ ମୋଦି ସରକାର ଆସିବା ଦେଶର ଗରିବ, ମହିଳା, ଯୁବ ବର୍ଗ, କୃଷକ, ବଂଚିତ ବର୍ଗ, ପଛୁଆ ବର୍ଗ ଏବଂ ଅନୂସୁଚିତ ଜାତି ଓ ଜନଜାତିଙ୍କୁ ପ୍ରାଥମିକତା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆହ୍ୱାନ ଥିଲା ଗରିବ ଆମର କେନ୍ଦ୍ରବିନ୍ଦୁ । କେବଳ ସ୍ଲୋଗାନ ନୁହେଁ କାମରେ କରି ଦେଖାଇଛନ୍ତି ମୋଦି ସରକାର । ସ୍ୱାଧୀନତା ସମୟରେ ଦେଶରେ କେବଳ ୧ ପ୍ରତିଶତ ଲୋକଙ୍କ ପାଖରେ ଶୌଚାଳୟ ଥିଲା । ୧୯୭୫ରେ ଭାରତ ମହାକାଶକୁ ଆର୍ଯ୍ୟଭଟ୍ଟ ପଠାଇଥିଲା । ମହାକାଶ ଛୁଇଁଥିବା ବେଳେ ଦେଶରେ ସେହି ସମୟରେ ମାତ୍ର ୨ ପ୍ରତିଶତ ଶୌଚାଳୟ ଥିଲା । ୧୯୮୩ ବିଶ୍ୱକପ ଭାରତ ବିଜୟ ହେବା ସମୟରେ ସେହି ୨ ପ୍ରତିଶତରେ ଅଟକି ରହିଥିଲା ଦେଶରେ ଶୌଚାଳୟର ବ୍ୟବହାର । ଯାହା ୨ ହଜାରରେ ୧୮ ପ୍ରତିଶତ ଏବଂ ୨୦୧୪ରେ ମୋଦି ସରକାର ଅସିବା ପରେ ଏହା ହୋଇଛି ଶତପ୍ରତିଶତ । ସେହିପରି ଦେଶର ଶତପ୍ରତିଶତ ପହଁଚିଛି ବିଜୁଳି ସେବା । ୨୦୧୪ରେ ୧୩ କୋଟି ଏବଂ ବର୍ତମାନ ୨୯ କୋଟି ଲୋକଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି । ସେହିପରି ପ୍ରତ୍ୟେକ ଘରେ ଜଳ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ସେହିପରି ଦେଶର ଗାଁର ରୂପରେଖ ବଦଳାଇବା ପାଇଁ ମାତ୍ର ୧ ହଜାର ଦିନରେ ୬ ଲକ୍ଷ ଗାଁରେ ଇଂଟରନେଟ ସେବା ଯୋଗାଇଦେବା ପାଇଁ ରଖାଯାଇଛି ଲକ୍ଷ୍ୟ ।
କାହିଁକି କିଛି ରାଜନୈତିକ ଦଳ କ୍ଷମତାରେ ରହିବା ପରେ ମଧ୍ୟ ଆଇନ ଅନୁଯାୟୀ ଏମଏସପି ଆଣିବାରେ ସକ୍ଷମ ହୋଇ ପାରି ନଥିଲେ ? ମୋଦି ସରକାରଙ୍କ ଗତ ୬ ବର୍ଷ ମଧ୍ୟରେ ଏମଏସପି ରେକର୍ଡ ବୃଦ୍ଧି କରିଛନ୍ତି । ହେଲେ ବିରୋଧୀମାନେ ମିଛ ପ୍ରଚାର କରୁଛନ୍ତି ଏବଂ ଏମଏସପିରେ ଆମକୁ ପ୍ରଶ୍ନ ପଚାରୁଛନ୍ତି । ସେହିପରି ଜନସାଧାରଣଙ୍କୁ ବୀମା, ଚାଷୀ ମାନଙ୍କ ପାଇଁ କିଷାନ ସମ୍ମାନ ନିଧି ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । କେବଳ ସେତିକି ନୁହେଁ ଚାଷୀ ମାନଙ୍କ ସୁବିଧା ପାଇଁ କୃଷି ଋଣ, ମୁଦ୍ରା ଯୋଜନା ବି ଆରମ୍ଭ କରାଯାଇଛି । ସେହିପରି ଦେଶର ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତନ ପାଇଁ ଅଂଟା ଭିଡିଛନ୍ତି ମୋଦି ସରକାର । ୩୪ ବର୍ଷର ଅପେକ୍ଷା ପରେ ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରାଯାଉଛି । ଶିକ୍ଷା, ନିଯୁକ୍ତି ଏବଂ କୌଶଳ ବୃଦ୍ଧି କରିବା ପାଇଁ ଏଭଳି ଶିକ୍ଷା ନୀତି ଅଣାଯାଇଛି ।
ବିଶ୍ୱ ନିକଟରେ କୋଭିଡ ମହାମାରୀ ସହ ଲଢେଇ କରିଛି । ଏଥିରେ ଭାରତ ମଧ୍ୟ ଏହାର ପାରଦର୍ଶିତ ଦେଖାଇଛି । ଦେଶବାସୀଙ୍କ ସୁରକ୍ଷା ସହ ବିଶ୍ୱବାସୀଙ୍କୁ ବି ସୁରକ୍ଷା ଦେଇଛି ଭାରତ । ସେହିପରି ଗରିବ କଲ୍ୟାଣ ରୋଜଗାର ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏଥିରେ ଦେଶର ୧୧୬ ଜିଲ୍ଲା ସାମିଲ କରାଯାଇଥିଲା । ଏଥିରେ ଅଧିକାଂଶ ଜିଲ୍ଲା ପୂର୍ବ ଭାରତର । ସାଂପ୍ରଦାୟିକତା ରାଜନୀତି ଆମେ କରୁନି, ଏଥିପାଇଁ ମୁସଲିମ ଦେଶ ମାନଙ୍କରେ ଭାରତର ପ୍ରସଂଶା ବୃଦ୍ଧି ପାଉଛି । ମୋଦି ସରକାର ଦେଶରେ ଉର୍ଜା କ୍ରାନ୍ତି ଆଣିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତଙ୍କୁ ସମାନ ଏବଂ ସର୍ବନିମ୍ନ ମୂଲ୍ୟରେ ଉର୍ଜା ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ସେହିପରି ବିକଳ୍ପ ଉର୍ଜା ପାଇଁ ଇଂଟରନ୍ୟାସନାଲ ସୋଲାର ଆଲିଆନ୍ସ ବନାଯାଇଛି, ହାଇଡ୍ରୋଜେନ୍ ମିଶନ ଦ୍ୱାରା ହାଇଡ୍ରୋଜେନ୍ ଅର୍ଥନୀତି ଛିଡା କରିବାରେ ଭାରତ ଏବେ ଏକ ନମ୍ବର ଦେଶ ହେବାକୁ ଯାଉଛି । ଭାରତର ଉଦ୍ୟୋଗ ଜଗତକୁ ଗତି ଦେବା ପାଇଁ ଭାରତ ସବୁଜ୍ ହାଇଡ୍ରୋଜେନ ବ୍ୟବହାର ଉପରେ ମଧ୍ୟ ଫୋକସ ଦେଉଛି । ପରିବେଶକୁ ଆଖିଆଗରେ ରଖି ପ୍ରକୃତିକ ଉର୍ଜାର ବ୍ୟବହାରରେ ପରିବର୍ତନ ଆଣିଛି ଭାରତ । ମହାମାରୀରେ ଘରକୁ ଆସିଥିବା ଶ୍ରମିକଙ୍କ ପାଇଁ ରୋଜଗାର ବ୍ୟବସ୍ଥା ହୋଇଛି । ୫୦ ହଜାର କୋଟିର ପ୍ୟାକେଜ ଏବଂ ୫୦ କୋଟି ଶ୍ରମଦିବସ କରାଯାଇଛି ।”


Share It

Comments are closed.